Posted inଖେଳ

ବିଶ୍ୱକପ୍‌ ହାରିବା ପରେ ଭାଙ୍ଗିପଡ଼ିଥିବା କୋହଲିଙ୍କୁ ଆଲିଙ୍ଗନ କରୁଛନ୍ତି ଅନୁଷ୍କା, ଭାଇରାଲ ହେଉଛି ଫଟୋ

ଅହମ୍ମଦାବାଦ,୨୦ା୧୧: ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ରବିବାର ଖେଳାଯାଇଥିବା ଦିନିକିଆ କ୍ରିକେଟ ବିଶ୍ୱକପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ଭାରତ ପରାଜିତ ହୋଇଛି। ଏହା ପରେ ସମସ୍ତଙ୍କ ହୃଦୟ ଭାଙ୍ଗି ଯାଇଥିଲା। ବିଶେଷକରି ଖେଳାଳିମାନେ ପରାଜିତ ହେବା ପରେ ପଡ଼ିଆରେ ଲୁହ ଏବଂ ଆଲିଙ୍ଗନରେ ଭରିଯାଇଥିଲା।

Virat Kohli, Anushka Sharma

ଫାଇନାଲ ମ୍ୟାଚ୍‌ର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଅଭିନେତ୍ରୀ ଅନୁଷ୍କା ଶର୍ମା ମ୍ୟାଚ୍‌ ପରେ ସ୍ବାମୀ ବିରାଟ କୋହଲିଙ୍କୁ ଆଲିଙ୍ଗନ କରୁଛନ୍ତି। କେ.ଏଲ ରାହୁଲଙ୍କ ସ୍ତ୍ରୀ ଆଥିଆ ଶେଟ୍ଟୀ ମଧ୍ୟ ଅନୁଷ୍କାଙ୍କ ପଛରେ ଠିଆ ହୋଇଥିବା ଫ୍ରେମରେ ନଜର ଆସିଛନ୍ତି।

Virat Kohli Anushka Sharma AFP
ମ୍ୟାଚ୍‌ ଶେଷ ହେବାର କିଛି ସମୟ ପରେ କ୍ୟାପଟେନ୍‌ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ମହମ୍ମଦ ସିରାଜ ପଡ଼ିଆରେ କାନ୍ଦୁଥିବା ନଜର ଆସିଥିଲେ। ତେବେ ସମସ୍ତଙ୍କ ନଜର ଥିଲା କୋହଲିଙ୍କ ଉପରେ। କୋହଲି ବି କାନ୍ଦି ପକାଇଥିଲେ।

Situation could have been very different..' Virender Sehwag criticises Rohit Sharma's shot selection after WC loss | Mint

ଭାରତର ବ୍ୟାଟ୍ସମ୍ୟାନ କୋହଲି ଗୋଟିଏ ବିଶ୍ୱକପ୍‌ରେ ଅଧିକାଂଶ ରନ୍‌ – ୭୬୫ କରି ଏକ ନୂତନ ରେକର୍ଡ ସୃଷ୍ଟି କରି ମ୍ୟାଚ୍‌ ଶେଷ କରିଛନ୍ତି। ଗତ ସପ୍ତାହରେ ସେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ସେମିଫାଇନାଲ ବିଜୟରେ ରେକର୍ଡ ଭାଙ୍ଗି ୫୦ ତମ ଏକ ଦିନିକିଆ ଅନ୍ତର୍ଜାତୀୟ (ଓଡିଆଇ) ଶତକ ହାସଲ କରିଥିଲେ।

ସେତେବେଳେ କୋହଲି ଖୁସିରେ ଆତ୍ମହରା ହୋଇ ଅନୁଷ୍କାଙ୍କୁ ଖୋଜିବାକୁ ଚେଷ୍ଟା କରୁଥିବା ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଆଉ ଏବେ ହାରିବା ପରେ ସ୍ତ୍ରୀ ଅନୁଷ୍କା ସ୍ବାମୀଙ୍କୁ ସାନ୍ତ୍ୱନା ଦେଉଥିବା ଭିଡିଓ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri