ଆତ୍ମୀୟଙ୍କ ସନ୍ଧାନରେ ନୟାନ୍ତ

ଗାଜା ସିଟି/ଜେରୁଜେଲମ୍‌,୧୮ା୧୧: ଇସ୍ରାଏଲର ହମାସ୍‌ ବିରୋଧୀ ଯୁଦ୍ଧକୁ ୫ ସପ୍ତାହରୁ ଅଧିକ ସମୟ ବିତିଯାଇଥିବାବେଳେ ରାସ୍ତାଘାଟ, ହସ୍ପିଟାଲ ସବୁକିଛି ପାଲଟିଯାଇଛି ଶ୍ମଶାନ। ଇସ୍ରାଏଲର ମିଶାଇଲ ମାଡ଼ରେ ନିହତ ହୋଇଥିବା ଅନେକ ହଜାର ପାଲେଷ୍ଟିନୀୟଙ୍କ ମୃତଦେହ ପୋତି ହୋଇରହିଛି। ଗାଜା ଷ୍ଟ୍ରିପ୍‌ର ବିସ୍ତୃତ ଭଗ୍ନାବଶେଷ ତଳେ ଲୋକେ ନିଜ ପିଲାଛୁଆ, ମା’ବାପା, ପଡ଼ୋଶୀଙ୍କ ମୃତଦେହ ଖୋଜୁଛନ୍ତି। ଯେଉଁଠୁ ଦୁର୍ଗନ୍ଧ ଛୁଟୁଛି, ସେଇଠି ଚାଲିଛି ଆମତ୍ୀୟଙ୍କ ଶବ ସନ୍ଧାନ। କିନ୍ତୁ ଉପକରଣ, ମାନବସମ୍ବଳ ଓ ଇନ୍ଧନ ଅଭାବରୁ ଏହା ସମ୍ଭବ ହୋଇପାରୁନାହିଁ। ତେଣୁ ଲୋକେ ବିକଳ ହୋଇ ହାତରେ ବି ଖୋଳି ପକାଉଛନ୍ତି।
ଅକ୍ଟୋବର ୭ରୁ ଅଦ୍ୟାବଧି ଗାଜାରେ ଅନୂ୍ୟନ ୧୧,୪୭୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। କିନ୍ତୁ ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ିଯାଇଥିବାରୁ ଡେଟା ସଂଗ୍ରହ ହୋଇ ନ ପାରିବାରୁ ବର୍ଦ୍ଧିତ ମୃତ୍ୟୁସଂଖ୍ୟା ଅପ୍‌ଡେଟ୍‌ କରାଯାଇନାହିଁ। ଇତିମଧ୍ୟରେ ଅଲ୍‌ ଶିଫା ପରିସରରେ ୭,୦୦୦ ରୋଗୀ, ଡାକ୍ତର, ନର୍ସ ଓ ନାଗରିକ ଆଶ୍ରୟ ନେଇଥିବା ଉକ୍ତ ହସ୍ପିଟାଲର ଡାଇରେକ୍ଟର ଅବୁ ସଲମିୟା କହିଛନ୍ତି। ଅନ୍ୟପକ୍ଷେ ହମାସ୍‌ ଆକ୍ରମଣରେ ଇସ୍ରାଏଲୀଙ୍କ ମୃତ୍ୟୁସଂଖ୍ୟା ୧,୨୦୦ ରହିଛି।

୪୨ ଦିନରେ ଇସ୍ରାଏଲ-ହମାସ୍‌ ଯୁଦ୍ଧ

ଏୟାର ଡିଫେନ୍ସ ରାଜଧାନୀ ଡାମାସ୍କସ୍‌ ନିକଟରେ ଇସ୍ରାଏଲୀ ମିଶାଇଲଗୁଡ଼ିକୁ ଖସାଇଦେଇଥିବା ସିରିଆ ସେନା ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି।
ତତ୍କାଳ ଅନାହାର ଦେଖାଦେବ ବୋଲି ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‌ପି) ସତର୍କ କରାଇଛି। ଯୁଦ୍ଧ ପ୍ରଭାବିତ ଅଞ୍ଚଳକୁ ମାତ୍ର ୧୦% ଖାଦ୍ୟ ଯୋଗାଣ କରାଯାଇପାରୁଛି। ଦକ୍ଷିଣ ଗାଜାର ବେକେରି ଓ ଅଟାକଳଗୁଡ଼ିକ ଉପେରେ ଇସ୍ରାଏଲର ଆକ୍ରମଣ ଯୋଗୁ କେବଳ ଗୋଟିଏ କମ୍ପାନୀ ଅଟା ଉତ୍ପାଦନ କରିପାରୁଛି। ବାକି ସବୁ ବନ୍ଦ ହୋଇଗଲାଣି।
ଅଧିକାଂଶ ଅଞ୍ଚଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବ୍ୟାଘାତ ହୋଇଛି। ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଆକ୍ରମଣ ଫଳରେ କ୍ଷତିଗ୍ରସ୍ତ ଅଞ୍ଚଳ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଇପାରୁ ନାହିଁ।
ଆକ୍ରମଣରେ ଗାଜାର ଜବାଲିଆ ଶରଣାର୍ଥୀ ଶିବିରରେ ୧୮ ଜଣ ନିହତ ହୋଇଥିବା ପାଲେଷ୍ଟିନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଗାଜା ହସ୍ପିଟାଲ ସ୍ଥିତି
ଗାଜାରେ ଥିବା ହସ୍ପିଟାଲଗୁଡ଼ିକର ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ସର୍ବବୃହତ୍‌ ମେଡିକାଲ ଫାସିଲିଟି ଅଲ୍‌ ଶିଫା ହସ୍ପିଟାଲରେ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) ସୈନ୍ୟ ତୃତୀୟ ଦିନ ଧରି ଅଭିଯାନ ଜାରି ରଖିଛନ୍ତି। ସେଠାରେ ରୋଗୀଙ୍କ ପାଇଁ ଶଯ୍ୟା ନ ଥିବାରୁ ଅନେକେ ବାରଣ୍ଡା ଉପରେ ଚିକିତ୍ସିତ ହେଉଛନ୍ତି। ମାଲେସିଆ ପକ୍ଷରୁ ଗାଜାରେ ନିର୍ମିତ ଏକ ହସ୍ପିଟାଲ ଇସ୍ରାଏଲ ବୋମାମାଡ଼ରେ ବିଧ୍ୱସ୍ତ ହୋଇଯାଇଛି।
କୂଟନୀତି
ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆଣ୍ଟୋନି ଅଲ୍‌ବାନେସ୍‌ଙ୍କ ସହ ସାମ୍ପ୍ରତିକ ସ୍ଥିତି ଉପରେ ଆଲୋଚନା କରିଥିବା ବିଷୟ ଏକ୍ସ’ରେ ଘୋଷଣା କରିଛନ୍ତି। ଉଭୟେ ଅସ୍ତ୍ରବିରତି ପାଇଁ ଆହ୍ବାନ ଦେଇଛନ୍ତି।
ଜୋର୍ଡାନ୍‌ର ଏକ ସାମରିକ ହସ୍ପିଟାଲରେ ଇସ୍ରାଏଲ ଆକ୍ରମଣ କରିବାରୁ ୭ ଆହତ ହୋଇଥିବା ଆମେରିକା ପରରାଷ୍ଟ୍ର ବିଭାଗ ଏକ ବିବୃତିରେ କହିଛି। ତେବେ ଆକ୍ରମଣକୁ ଓ୍ବାଶିଂଟନ୍‌ ନିନ୍ଦା କରିନାହିଁ।
ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଓ୍ବେଷ୍ଟ୍‌ ବ୍ୟାଙ୍କରେ ଉତ୍ତେଜନା ହ୍ରାସ ପାଇଁ ଇସ୍ରାଏଲର ଯୁଦ୍ଧ କ୍ୟାବିନେଟ୍‌ ମନ୍ତ୍ରୀ ବେନ୍ନି ଗାଣ୍ଟଜଙ୍କ ସହ ଆଲୋଚନା କରିଛନ୍ତି। ବ୍ଲିଙ୍କେନ୍‌ ଗାଜାକୁ ମାନବୀୟ ସହାୟତା ବୃଦ୍ଧି ସମ୍ପର୍କରେ ମଧ୍ୟ ଇଜିପ୍ଟ ବହିର୍ବ୍ୟାପାର ମନ୍ତ୍ରୀ ସାମେହ ଶୋଉକ୍ରିଙ୍କ ସହ ଆଲୋଚନା କରିଛନ୍ତି।
ବିଶ୍ୱନେତାମାନଙ୍କ ଗୋଷ୍ଠୀ ‘ଦି ଏଲ୍‌ଡର୍ସ’ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଏକ ଖୋଲାଚିଠି ପଠାଇଛି। ଗାଜାରେ ଇସ୍ରାଏଲର ଧ୍ୱଂସଲୀଳା ଓ ଗଣହତ୍ୟା ଆମେରିକାର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲଗାଇଥିବା ଏଥିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri