ବଢ଼ିବ ଆତଙ୍କବାଦୀ ଆକ୍ରମଣ, ଭୟଙ୍କର ହେବ ପାଗ

ନୂଆଦିଲ୍ଲୀ,୬ା୧୧: ପ୍ରଖ୍ୟାତ ଭବିଷ୍ୟବକ୍ତା ବୁଲ୍‌ଗେରିଆର ସନ୍ଥ ବାବା ଭାଙ୍ଗା ୨୦୨୪ ବର୍ଷ ପାଇଁ ଭବିଷ୍ୟବାଣୀ କରିଯାଇଛନ୍ତି। ଆସନ୍ତାବର୍ଷ ଆତଙ୍କବାଦୀ ଆକ୍ରମଣ ବଢ଼ିବା ସହ ପାଗ ଭୟଙ୍କର ହେବ ବୋଲି ସେ କହିଛନ୍ତି। ୧୯୯୬ରେ ପ୍ରାଣ ହରାଇଥିବା ଏହି ରହସ୍ୟମୟ ବାବା ତାଙ୍କ ମୃତ୍ୟୁର ପରବର୍ତ୍ତୀ ବହୁବର୍ଷ ପର୍ଯ୍ୟନ୍ତ କ’ଣ ଘଟିବ ତା’ର ପୂର୍ବାନୁମାନ କରିଯାଇଛନ୍ତି। ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି। ଭବିଷ୍ୟତରେ କ’ଣ ସବୁ ଘଟିବ, ତାହା ସେ ବହୁ ପୂର୍ବରୁ କହିଥିଲେ। ବାଲକାନ୍ସର ନୋଷ୍ଟ୍ରାଡମସ୍‌ ଭାବେ ପରିଚିତ ବାବା ଭାଙ୍ଗା ୯/୧୧ ଆତଙ୍କବାଦୀ ଆକ୍ରମଣ, ପ୍ରିନ୍ସ ଡାଏନାଙ୍କ ମୃତ୍ୟୁ, ଚେନୋବିଲ୍‌ ବିପର୍ଯ୍ୟୟ ଏବଂ ବ୍ରେକ୍‌ଜିଟ୍‌ ସମ୍ପର୍କରେ ପୂର୍ବରୁ ସୂଚନା ଦେଇଥିଲେ ବୋଲି କୁହାଯାଏ।
ବାବା ଭାଙ୍ଗା ୨୦୨୪ ବର୍ଷ ପାଇଁ ୭ଟି ଭବିଷ୍ୟବାଣୀ କରିଛନ୍ତି। ଆସନ୍ତାବର୍ଷ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ଙ୍କୁ ତାଙ୍କ ନିଜ ଦେଶର ଜଣେ ବ୍ୟକ୍ତି ହତ୍ୟା କରିବ ବୋଲି ଏଥିରେ ଉଲ୍ଲେଖ ରହିଛି। ୟୁରୋପରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇବ ଏବଂ ଏକ ବଡ଼ ଦେଶ ଜୈବିକ ଅସ୍ତ୍ର ପରୀକ୍ଷା କରିବ କିମ୍ବା ଏଥିରେ ଆକ୍ରମଣ କରିବ। ତୃତୀୟରେ ଆସନ୍ତାବର୍ଷ ଗୁରୁତର ଆର୍ଥତ୍କ ସଙ୍କଟ ଦେଖାଦେବ ଏବଂ ଏହା ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବ। ଋଣ ସ୍ତର ବୃଦ୍ଧି ଏବଂ ଭୂରାଜନୈତିକ ଉତ୍ତେଜନା ଯୋଗୁ ଏଭଳି ସ୍ଥିତି ଉପୁଜିବ ବୋଲି ବାବା ଭବିଷ୍ୟବାଣୀ କରିଯାଇଛନ୍ତି। ଆସନ୍ତାବର୍ଷ ଭୟଙ୍କର ପାଗ ସାଙ୍ଗକୁ ପ୍ରାକୃତିକ ବିପର୍ଯ୍ୟୟ ହେବ। ସାଇବର ଆକ୍ରମଣ ବୃଦ୍ଧି ପାଇବ। ହ୍ୟାକରମାନେ ବିଦ୍ୟୁତ୍‌ ଗ୍ରୀଡ୍‌, ଜଳ ପରିଚାଳନା ପ୍ଲାଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ କରିବେ ଓ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବେ। ୨୦୨୪ରେ ଆଲଜିମର ଏବଂ କ୍ୟାନ୍‌ସର ଚିକିତ୍ସାର ନୂଆ ପଦ୍ଧତି ବାହାରିବ। କ୍ୱାଣ୍ଟମ୍‌ କମ୍ପ୍ୟୁଟିଂରେ ବଡ଼ ପରିବର୍ତ୍ତନ ଆସିବ ବୋଲି ଭବିଷ୍ୟବାଣୀରେ କୁହାଯାଇଛି। ସୂଚନାଯୋଗ୍ୟ, ୧୯୧୧ରେ ବାବା ଭାଙ୍ଗାଙ୍କ ଜନ୍ମ। ୧୨ ବର୍ଷ ବୟସରେ ଏକ ଝଡ଼ ଯୋଗୁ ରହସ୍ୟଜନକ ଭାବେ ତାଙ୍କ ଦୃଷ୍ଟିଶକ୍ତି ଚାଲିଯାଇଥିଲା। କିଛିଦିନ ପରେ ପରିବାର ଲୋକେ ତାଙ୍କୁ ଖୋଜି ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri