ଉଦ୍ଧାର ଶିଶୁ ପୁଣି ସାଜୁଛନ୍ତି ଶ୍ରମିକ

ଯାଜପୁର,୧୬ା୧୦(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାର ବିଭିନ୍ନ ହୋଟେଲ, ଗ୍ୟାରେଜ ଆଦି ସ୍ଥାନରେ କାମ କରୁଥିବା ଶିଶୁମାନଙ୍କୁ ଉଦ୍ଧାର କରିବା ପରେ ପୁଣି ସେମାନେ ଶିଶୁ ଶ୍ରମିକ ଭାବେ କାମ କରୁଥିବା ଦେଖିବାକୁ ମିଳିଛି।
ଶିଶୁ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଶିଶୁ ଓ କିଶୋର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଶିଶୁ ଅଧିକାର କର୍ମୀ ମଣ୍ଟୁ ଦାସ ଶ୍ରମ ଉଦ୍ଧାରକାରୀ ଟାକ୍ସଫୋର୍ସ କମିଟିର ଅଧ୍ୟକ୍ଷ ଓ ଶ୍ରମ କମିଶନରଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି । ଯଦି ପ୍ରଶାସନ ପକ୍ଷରୁ ଶ୍ରମ ମୁକ୍ତ ରାଜ୍ୟ ଗଠନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ସେ ନ୍ୟାୟିକ ବ୍ୟବସ୍ଥାର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି। ସେ ତାଙ୍କ ଅଭିଯୋଗରେ ଆହୁରି ଦର୍ଶାଇଛନ୍ତି ଯେ, ଗତ ଏପ୍ରିଲ ୨୯ରେ ରସୁଲପୁର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଜାତୀୟ ରାଜପଥ-୧୬ ଗୋପାଳପୁର ନିକଟରେ ଥିବା ଏକ ହୋଟେଲରୁ ଦୁଇ ଜଣ ଶିଶୁ ଶ୍ରମିକ କାମ କରୁଥିଲେ। ଘଟଣାର ଅଭିଯୋଗ ପରେ ଜିଲାପାଳଙ୍କ ନିର୍ଦ୍ଦେଶରେ ଡିସିପିଓ ଓ କୁଆଖିଆ ପୋଲିସ ମିଳିତ ପ୍ରୟାସରେ ହୋଟେଲରେ ଚଢାଉ କରି ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ। ଶିଶୁ ଦୁହିଁଙ୍କୁ ଶିଶୁ ମଙ୍ଗଳ କମିଟିରେ ହାଜର କରିବା ପରେ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଥିଲା । ମାତ୍ର ସେମାନଙ୍କ ମଙ୍ଗଳ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା। କେବଳ ସେମାନଙ୍କୁ ଭିନ୍ନ ଭିନ୍ନ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ଦିଆଯାଇଥିଲା। କିନ୍ତୁ ଶିଶୁଙ୍କ ପାରିବାରିକ ଆର୍ଥିକ ସ୍ଥିତିର ସୁଧାର ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା । ଉକ୍ତ ଶିଶୁଙ୍କ ସ୍ଥାୟୀ ଘର ଅଛି କି ନାହିଁ ତାହାର ତଥ୍ୟ ନିଆଯାଇ ନ ଥିଲା । ପରିବାରରେ ଦାରିଦ୍ର୍ୟତା ଯୋଗୁ ଶିଶୁ ଦୁଇଜଣ ଏବେ ଉକ୍ତ ହୋଟେଲରେ ପୁନର୍ବାର ଶ୍ରମିକ ଭାବେ କାମ କରୁଥିବା ଅଭିଯୋଗ ହୋଇଛି। ହୋଟେଲରୁ ଶିଶୁ ଉଦ୍ଧାର ୩ ମାସ ପରେ ମଧ୍ୟ ପ୍ରଶାସନ ପକ୍ଷରୁ ହୋଟେଲ ମାଲିକ ବିରୋଧରେ ଏତଲା ମଧ୍ୟ କରାଯାଇନାହିଁ । ଯାହାଫଳରେ ଶିଶୁ ଦୁହେଁ ଏବେ ବି ଶ୍ରମିକ ଭାବେ ନିଯୋଜିତ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଜିଲାରେ ଶିଶୁ ଶ୍ରମିକ ବଢୁଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ କେବେ କେମିତି ଉଦ୍ଧାର କରାଯାଉଛି। ମାତ୍ର ନିୟମ ଅନୁଯାୟୀ ଶିଶୁଶ୍ରମିକ ନିଯୋଜିତ କରୁଥିବା ଲୋକଙ୍କ ବିରୋଧରେ କୌଣସି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ସମାଜରେ ଶିଶୁଶ୍ରମିକ ସଂଖ୍ୟା ଅଣାୟତ୍ତ ହେବାର ଦେଖା ଦେଇଛି। ଅପରପକ୍ଷେ ଶିଶୁଶ୍ରମିକ ନିୟୋଜିତ କରୁଥିବା ବ୍ୟକ୍ତିମାନେ ଆହୁରି ଉତ୍ସାହିତ ହେଇଛନ୍ତି। ଯାହାଫଳରେ ସରକାରଙ୍କ ଯେଉଁ ମହତ୍‌ ଉଦ୍ଦେଶ୍ୟ ରହିଛି ଶିଶୁଶ୍ରମିକ ମୁକ୍ତ ରାଜ୍ୟ ଗଠନ କରିବା ତାହା ସଫଳ ହୋଇ ପାରୁନାହିଁ ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ରବିବାର ରାତି ପ୍ରାୟ ୭ ଟା ୫୦ ମିନିଟରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri