ଗଞ୍ଜାମରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ବଢୁଛି

ଛତ୍ରପୁର,୧୮ା୯(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣା ରୋକିବାକୁ ସଚେତନତାଠାରୁ ଆରମ୍ଭ କରି ଏନଫୋର୍ସମେଣ୍ଟ, ସଡକ ସୁରକ୍ଷା କମିଟି ବୈଠକ ନିୟମିତ ହେଉଥିଲେ ମଧ୍ୟ ସୁଧାର ଆସୁନି। ଏ ନେଇ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ମଧ୍ୟ ଚିନ୍ତା ପ୍ରକଟ କରିଛି। ଏପରିକି ନୂଆଦିଲ୍ଳୀ ସ୍ଥିତ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟିର ସେକ୍ରେଟାରୀ ଗଞ୍ଜାମ ଜିଲାରେ ଚଳିତ ମାସ ପ୍ରଥମ ସପ୍ତାହରେ ସମୀକ୍ଷା ବୈଠକ କରି ଜିଲାରେ ସଡକ ଦୁର୍ଘଟଣା ସହ ଏଥିଜନିତ ମୃତ୍ୟୁସଂଖ୍ୟା ଯେଭଳି କମିବ ସେ ନେଇ କେତେକ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲାରେ ଗତବର୍ଷ ତୁଳନାରେ ଚଳିତବର୍ଷ ଜୁନ୍‌ ମଧ୍ୟରେ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାରେ ୧.୩୧ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷରେ ଗତବର୍ଷ ତୁଳନାରେ ଚଳିତବର୍ଷ ଜୁନ୍‌ ମଧ୍ୟରେ ସଡ଼କ ଦୁର୍ଘଟଣା ୧୨.୨୭ ପ୍ରତିଶତ କମିଥିବା କୁହାଯାଇଛି। ଦୁର୍ଘଟଣା କମୁଥିଲେ ମଧ୍ୟ ଏଥିଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଚିନ୍ତା ବଢାଇଛି। ଜିଲା ସଡ଼କ ସୁରକ୍ଷା କମିଟିରେ ହୋଇଥିବା ନିଷ୍ପତ୍ତିି ଓ ନିର୍ଦ୍ଦେଶକୁ ଏନଏଚ୍‌ଏଆଇ କତ୍ତୃର୍ର୍ପକ୍ଷ ମାନୁନି ଏବଂ ଏଗୁଡିକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ କରୁଛି। ଗଞ୍ଜାମ ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥ ଖଲ୍ଲିକୋଟ ଘାଟିରେ ଏନ୍‌ଏଚଏଆଇ କର୍ତ୍ତୃପକ୍ଷ ଆବଶ୍ୟକ ସାଇନେଜ୍‌ ଲଗାଇବାକୁ ଗତ ଫେବ୍ରୃୟାରୀ ୨୭ ତାରିଖରେ ଜିଲା ସଡକ ସୁରକ୍ଷା କମିଟି ବୈଠକରେ ନିଷ୍ପିତି ହୋଇଥିଲା। ତେବେ ଏହା କାର୍ଯ୍ୟକାରୀ ହୋଇ ନ ଥିବାରୁ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ଅସନ୍ତୋଷ ପ୍ରକାଶ କରିଥିଲେ। ଏହି କାର୍ଯ୍ୟ ସରିବ ବୋଲି ଉକ୍ତ ବୈଠକରେ ଏନଏଚଏଆଇ କତ୍ତୃର୍ର୍ପକ୍ଷ କହିଥିବା ଜଣାପଡିଛି। ଆସନ୍ତା ୩ ମାସ ମଧ୍ୟରେ ତୃତୀୟ ପକ୍ଷ ଦ୍ୱାରା ଜାତୀୟ ରାଜପଥ-୧୬ର ଅଡିଟ୍‌ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେଉଁଠି ଇଞ୍ଜିିନିୟରିଂ ତ୍ରୁଟି ଅଛି କି ନାହିଁ, ସାଇନେଜ୍‌ ଲାଗିବା ଆଦି ସମ୍ପର୍କରେ ଅଡିଟ୍‌ରେ ସ୍ଥାନ ପାଇବ। ବିଶେଷକରି ଖଲ୍ଲିକୋଟ ଘାଟିର ଅଡିଟ୍‌ ସୁନିଶ୍ଚିତ କରିବାକୁ ପଡିବ। ଏଥିସହ ତୁରନ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଆବଶ୍ୟକୀୟ ସାଇନେଜ୍‌ ଲଗାଇବାକୁ ନିର୍ଦ୍ଦେଶ ଦିଆଯିବା ସହ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନକୁ ବ୍ଲାକ୍‌ ସ୍ପଟ ଭାବେ ଚିହ୍ନଟ କରି ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଜାତୀୟ ରାଜପଥ-୧୬ ର ପାର୍ଶ୍ୱରେ ଚାରାରୋପଣ କାର୍ଯ୍ୟ ବହୁତ ଖରାପ ଥିବା ଉକ୍ତ ସମୀକ୍ଷାରୁ ଜଣାଯାଇଥିଲା। ଜନବହୁଳ ଓ ଘାଟିରେ ଆବଶ୍ୟକ ଲାଇଟ୍‌ ଲଗାଇବାକୁ ଏନଏଚଏଆଇ ଓ ପିଡବ୍ଲ୍ୟୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣା ଓ ଏଜନିତ ମୃତ୍ୟୁ ସଂଖ୍ୟା କମାଇବା ଲାଗି ଏସଓପି ପ୍ରସ୍ତୁତ କରାଯିବ ଏବଂ ଏହାକୁ ଆଧାର କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଦୁଇ ଚକିଆ ଯାନ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଉପରେ ଏନଫୋର୍ସମେଣ୍ଟ ଆହୁରି ଅଧିକ କରାଯିବାକୁ ନିଷ୍ପତ୍ତିି ହୋଇଛି। ଏଥିସହ ଏନଏଚ୍‌ ଓ ଅନ୍ୟ ରାସ୍ତାରେ ଟ୍ରାଫିକ୍‌ ବ୍ୟବସ୍ଥା ସୁଦୃଢ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମଦନମୋହନପୁରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସ୍ଥିତ ମଦନମୋହନପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ପଣ୍ଡିତ ଗୋପବନ୍ଧୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri