Odisha Elections 2024
Posted inଫୁରସତ

ଇସ୍ରୋ

ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେଶନ୍‌ (ଇସ୍ରୋ) ବା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଗୋଟିଏ ପରେ ଗୋଟିଏ ସଫଳ ପରୀକ୍ଷଣ ଦ୍ୱାରା ସମଗ୍ର ବିଶ୍ୱରେ ଭାରତର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଜାଣିବା ଏହା ସମ୍ପର୍କରେ କିଛି ତଥ୍ୟ…

-୧୯୬୨ ମସିହାରେ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ଏବଂ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ଜନକ ବିକ୍ରମ ସରାଭାଇଙ୍କ ଦ୍ୱାରା ‘ଇଣ୍ଡିଆନ୍‌ ନ୍ୟାଶନାଲ୍‌ କମିଟି ଫର୍‌ ସ୍ପେସ୍‌ ରିସର୍ଚ୍ଚ’ ପ୍ରତିଷ୍ଠା କରାଯାଇଥିଲା। ହେଲେ ୧୯୬୯ ମସିହା ସ୍ବାଧୀନତା ଦିବସ ଅବସରରେ ଏହାର ନାମ ପରିବର୍ତ୍ତନ କରାଯାଇ ଇସ୍ରୋ ରଖାଗଲା, ଯାହାର ମୁଖ୍ୟ କାର୍ଯ୍ୟାଳୟ ରହିଛି କର୍ନାଟକର ବେଙ୍ଗାଲୁରୁ ସହରରେ। ଏହା ସ୍ଥାପନା ହେବାର କିଛି ବର୍ଷ ମଧ୍ୟରେ ଆର୍ଯ୍ୟଭଟ୍ଟ, ଭାସ୍କର, ରୋହିଣୀ ଏବଂ ଆପ୍‌ଲ ସାଟେଲାଇଟର ସଫଳ ଉତ୍‌କ୍ଷେପଣ କରାଯାଇଥିଲା।

-ସଙ୍ଗଠନକୁ ଅନ୍ତରୀକ୍ଷ ବିଭାଗ ପରିଚାଳନା କରୁଥିବା ବେଳେ ଏଠାକାର ରିସର୍ଚ୍ଚ ରିପୋର୍ଟ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯାଇଥାଏ।

-ପ୍ରଥମ ସାଟେଲାଇଟ୍‌ ଆର୍ଯ୍ୟଭଟ୍ଟ ୧୯ ଏପ୍ରିଲ ୧୯୭୫ରେ ରୁଷ ଦେଶର ସହାୟତାରେ ଉତ୍‌କ୍ଷେପଣ କରାଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଇସ୍ରୋ ପକ୍ଷରୁ ୧୫୦ଟି ସାଟେଲାଇଟ୍‌ ସଫଳତା ପୂର୍ବକ ଲଞ୍ଚ୍‌ କରାଯାଇଛି।

-କଥା ହେଉଛି ପ୍ରଥମ ସାଟେଲାଇଟ୍‌ର କେତେକ ପାଟର୍‌ସକୁ ସାଇକେଲ୍‌ରେ ନିଆଯାଇଥିବା ବେଳେ ୧୯୮୧ରେ ଆପଲ୍‌ ସାଟେଲାଇଟ୍‌କୁ ବଳଦଗାଡ଼ି ସାହାଯ୍ୟରେ ନିଆଯାଇଥିଲା।

-ରାଷ୍ଟ୍ରପତି ତଥା ବୈଜ୍ଞାନିକ ଡ. ଏ.ପି.ଜେ. ଅବ୍‌ଦୁଲ୍‌ କଲାମଙ୍କ ତତ୍ତ୍ୱାବଧାନରେ ଭାରତର ପ୍ରଥମ ସ୍ବଦେଶୀ ଉପଗ୍ରହ ଏସ୍‌ଏଲ୍‌ଭି-୩ ଲଞ୍ଚ୍‌ କରାଯାଇଥିଲା।

-ଭାରତର ପ୍ରଥମ ଲୁନାର ମିଶନ ଚନ୍ଦ୍ରୟାନ-୧ ଲଞ୍ଚ୍‌ କରାଯାଇଥିଲା ଏବଂ ଚନ୍ଦ୍ରରେ ନିଜ ଦେଶର ପତାକା ଉଡ଼ାଇବାରେ ଭାରତ ୪ର୍ଥ ଦେଶ ପାଲଟିଥିଲା। ନିକଟରେ ଚନ୍ଦ୍ରୟାନ-୩ ସଫଳତା ପୂର୍ବକ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚାଇବାରେ ଭାରତ ପୃଥିବୀର ପ୍ରଥମ ଦେଶ ପାଲଟିଛି।
ମଙ୍ଗଳ ଗ୍ରହରେ ପହଞ୍ଚତ୍ବାରେ ଆମେରିକା, ରୁଷ ଏବଂ ୟୁରୋପ ପରେ ଭାରତ ଚତୁର୍ଥ ଦେଶ ହୋଇଥିବା ବେଳେ ମାର୍ସ ଅର୍ବିଟ୍‌ ମିଶନ୍‌ ବା ପ୍ରଥମ ଚେଷ୍ଟାରେ ମଙ୍ଗଳଗ୍ରହରେ ପହଞ୍ଚତ୍ ପାରିଥିବା ପ୍ରଥମ ଦେଶ ହେଉଛି ଭାରତ, ଯାହାକି ଇସ୍ରୋର ଏକ ବଡ ସଫଳତା।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri