ସମୁଦ୍ର ପାଣିରେ ତୈଳଯୁକ୍ତ ପ୍ରଦୂଷଣ ଆସ୍ତରଣ

ପାରାଦୀପ,୧୦ା୯(ଶରତ ରାଉତ)ପାରାଦୀପଠାରୁ କେନ୍ଦ୍ରାପଡ଼ା ଜିଲା ଗହୀରମଥା ପର୍ଯ୍ୟନ୍ତ ବେଳାଭୂମିରେ ଶନିବାର ସମୁଦ୍ର ପାଣିରେ ତୈଳଯୁକ୍ତ ପ୍ରଦୂଷଣ ଆସ୍ତରଣ ଦେଖାଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପ୍ରଘଟ ହେବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପାରାଦୀପ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକାଧିକ ସ୍ଥାନରୁ ସମୁଦ୍ର ପାଣିର ନମୁନା ସଂଗ୍ରହ କରାଯାଇଛି। ଅପରପକ୍ଷେ ତୈଳବିଶୋଧନାଗାର ପକ୍ଷରୁ ୭ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଅନୁଧ୍ୟାନ କରିଛନ୍ତି। ଏପରି ତୈଳଯୁକ୍ତ ପ୍ରଦୂଷଣ ଆସ୍ତରଣ ସମ୍ପର୍କରେ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା)ସଭାପତି ଶ୍ରୀକାନ୍ତ ପରିଡ଼ା କହିଛନ୍ତି, ଏଭଳି ଘଟଣା ୨ମାସ ହେଲା ହେଉଛି। ଏ ସମ୍ପର୍କରେ ସେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଏହାସତ୍ତ୍ୱେ କୌଣସି ପ୍ରତିକାର ହୋଇନାହିଁ। ଗତ ଶୁକ୍ରବାରଠାରୁ ଅଧିକ ମାତ୍ରାରେ ତୈଳ ଆସ୍ତରଣ ସମୁଦ୍ର ପାଣିରେ ଭାସୁଛି ବୋଲି ଅନେକ ମତ୍ସ୍ୟଜୀବୀ କହିଛନ୍ତି। ପରେ ଆମେ ମଧ୍ୟ ଏବେ ଦେଖୁଛୁ ସମୁଦ୍ର ବାଲିରେ ନୀଳ ରଙ୍ଗର ଦାଗ ରହିଛି। ଏହା ତୈଳବିଶୋଧନାଗାରରୁ ସମୁଦ୍ରରେ ଛଡ଼ାଯାଉଥିବା ପାଣିରେ ବାହାରୁଛି ବୋଲି ସେ କହିଛନ୍ତି। ଏହାଦ୍ୱାରା ମାଛ ବଂଶ ଲୋପ ପାଇବାକୁ ବସିଲାଣି। ତା’ସହ ଅନ୍ୟ ଜଳଜୀବ ମଧ୍ୟ ପ୍ରଭାବିତ ହେଉଛନ୍ତି। ପ୍ରଦୂଷଣ ବୋର୍ଡର ପରିବେଶ ଯନ୍ତ୍ରୀ ଦିବ୍ୟାଲୋଚନ ମହାପାତ୍ର ଘଟଣାସ୍ଥଳରେ ପାଣି ନମୁନା ସଂଗ୍ରହ କରିବାବେଳେ କହିଥିଲେ, ଏବେ ତେଲ ଆସ୍ତରଣ ସେତେ ଦେଖାଯାଉନାହିଁ। କେତେକ ସ୍ଥାନରେ ନୀଳ ରଙ୍ଗର ପ୍ରଦୂଷଣ ବାଲି ଓ ସମୁଦ୍ର ପାଣିର ନମୁନା ସଂଗ୍ରହ କରି ଆଣିଛୁ। ପରୀକ୍ଷା ପରେ ସ୍ପଷ୍ଟ ହେବ। ତୈଳବିଶୋଧନାଗାର ଟିମ୍‌ର ବରିଷ୍ଠ ଅଧିକାରୀ ଓମ୍‌ପ୍ରକାଶ କହିଛନ୍ତି, ଆମର କିଛି ତ୍ରୁଟି ହୋଇନାହିଁ। ଆମେ ସ୍ଲଜ ଅଏଲକୁ ଶୋଧନ କରିବା ପରେ ସେହି ପାଣି ସମୁଦ୍ରରେ ଛାଡୁଛୁ। ଯେଉଁ ଇଟିପି (ଇଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ)ଖରାପ ଅଛି ବୋଲି ଅଭିଯୋଗ ହେଉଛି ସେଠାକୁ ଗଲେ ଆପଣମାନେ ଦେଖିପାରିବେ। କିନ୍ତୁ ସେହି ଜାଗାକୁ ଯିବାପାଇଁ ମନା କରିଥିଲେ।
ସୂଚନାଯୋଗ୍ୟ, ତୈଳ ବିଶୋଧନାଗାର ମଧ୍ୟରେ ଇଟିପି ରହିଛି। ସେଠାରେ ସମସ୍ତ ବର୍ଜ୍ୟପାଣିକୁ ଶୋଧନ କରିବା ପରେ ସମୁଦ୍ରର ୨ କିମି ଭିତରେ ଛଡାଯାଏ। ଏହା ଆରମ୍ଭରୁ ଚାଲିଛି। ମାଟିତଳେ ଯାଇଥିବା ଏହି ପାଇପଲାଇନ ଦେଖିବା ପାଇଁ ସୁଯୋଗ ନାହିଁ। ଉକ୍ତ ଇଟିପିକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସମୟାନୁସାରେ ଯାଞ୍ଚ କରାଯାଇଥାଏ ବୋଲି ବୋର୍ଡ ଆଞ୍ଚଳିକ ଅଧିକାରୀ ପୁଷ୍କରଚନ୍ଦ୍ର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

୧୮ ଦିନ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୧୦।୧୨ (ରବିନାରାୟଣ ଜେନା): ସପ୍ତଦଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ୧୮ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ଶେଷ ହୋଇଛି। ଗୃହର କୌଣସି ସରକାରୀ...

ନ୍ୟୁୟର୍କ ଟାଇମ୍ସ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ,୧୦ା୧୨(ପି.ଟି.):ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ...

୧୨ ଯାଏ ଥରିବ ଓଡ଼ିଶା: ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ): ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଆହୁରି ୩ ଦିନ ପର୍ଯ୍ୟନ୍ତ ଶୀତ ଲହରି ବା କୋଲ୍ଡ ଓ୍ବେଭ୍‌ ଜାରି...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri