Odisha Elections 2024

ଡିଜାଇନ୍‌ରେ ତ୍ରୁଟି ଯୋଗୁ ଭୁଶୁଡ଼ିଥିଲା ପୋଲ

ରସୁଲପୁର,୧୪ା୮(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ୧୬ନମ୍ବର ଜାତୀୟ ରାଜପଥ ପୋଲ ଭୁଶୁଡ଼ିବା ଘଟଣାର ତଦନ୍ତ ରିପୋର୍ଟ ଆସିଛି। ଦୁର୍ଘଟଣାର ୩ ସପ୍ତାହ ପରେ ରାଜପଥ କର୍ତ୍ତୃପକ୍ଷଙ୍କ ରିପୋର୍ଟ ହସ୍ତଗତ ହୋଇଛି। ଡିଜାଇନରେ ତ୍ରୁଟି ଯୋଗୁ ପୋଲ ଭୁଶୁଡ଼ି ପଡ଼ିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେଣୁ ଉକ୍ତ ପୋଲ ଛାତ ଭଙ୍ଗାଯାଇ ନୂତନ ଛାତ ନିର୍ମାଣ କରାଯିବାକୁ ଏକ୍ସପର୍ଟମାନେ ରିପୋର୍ଟରେ ଦର୍ଶାଇଛନ୍ତି। ରିପୋର୍ଟ ହସ୍ତଗତ ପରେ ରାଜପଥ କର୍ତ୍ତୃପକ୍ଷଙ୍କ ତରଫରୁ ନୂତନ ପୋଲର ଛାତ ନିର୍ମାଣକୁ ନେଇ ତପତ୍ରତା ପ୍ରକାଶ ପାଇଛି। ପୋଲର ପୁନରୁଦ୍ଧାରକୁ ନେଇ ନୂତନ ପ୍ଲାନ୍‌, ଡିଜାଇନ୍‌, ଏଷ୍ଟିମେଟ ପ୍ରସ୍ତୁତ କରାଯାଇଛି। ନୂତନ ଛାତ ନିର୍ମାଣ ପାଇଁ ପ୍ରସ୍ତୁତ ଆକଳନ କାଗଜାଦ୍‌କୁ ଅନୁମୋଦନ ପାଇଁ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ପଠାଯାଇଛି। ଆବେଦନ ଅନୁଯାୟୀ ଆର୍ଥିକ ଅନୁମୋଦନ ମିଳିବା ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ଏହି ଜରିଆରେ ଏଜେନ୍ସି ଫାଇନାଲ କରାଯାଇ କାମ କରାଯିବ। ଏହି ପ୍ରକ୍ରିୟାକୁ ଆହୁରି ୩ରୁ ୪ ମାସ ସମୟ ଲାଗିଯିବ। ପୁରୁଣା ପୋଲର ମୂଳଦୁଆ ସୁଦୃଢ଼ ରହିଛି, ମାତ୍ର ତା’ ଉପର ଛାତର ଡିଜାଇନରେ ତ୍ରୁଟି ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଥିବାରୁ ପୁରୁଣା ପିଲାର ଉପରେ କେବଳ ଛାତ ନିର୍ମାଣ କରାଯିବ ବୋଲି ରାଜପଥ କର୍ତ୍ତୃପକ୍ଷଙ୍କ ବାଲେଶ୍ୱର ଶାଖା କାର୍ଯ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଜେ.ପି. ବର୍ମା ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ପୋଲ ଭୁଶୁଡ଼ିବା ଘଟଣାରୁ ରାଜପଥ କର୍ତ୍ତୃପକ୍ଷଙ୍କୁ ଏକ ବଡ଼ ଶିକ୍ଷା ମିଳିଛି ବୋଲି କୁହାଯାଉଛି। ରାଜପଥ ଉପରେ ଏତାଦୃଶ ଘଟଣାର ଯେମିତି ପୁନରାବୃତ୍ତି ନ ଘଟିବ ସେ ଦିଗରେ କର୍ତ୍ତୃପକ୍ଷ ଅଧିକ ସତର୍କତାମୂଳକ ଆଚରଣ ଆପଣେଇବାକୁ ଯୋଜନା କରୁଛନ୍ତି। ଏଠାରେ ଘଟିଥିବା ତ୍ରୁଟି ବିଚ୍ୟୁତିକୁ ନେଇ ରାଜପଥ କର୍ତ୍ତୃପକ୍ଷଙ୍କୁ ନାନା ଶରବ୍ୟର ଶିକାର ହେବାକୁ ପଡ଼ିଥିଲା। ଦୁର୍ଘଟଣା ସ୍ଥଳକୁ ରାଜନେତାଙ୍କଠାରୁ ଆରମ୍ଭ କରି ବରିଷ୍ଠ ପଦାଧିକାରୀ ଆସି ରାଜପଥ କର୍ତ୍ତୃପକ୍ଷଙ୍କୁ ନିଶାଣା କରି ଗଣମାଧ୍ୟମରେ ନାନା ମନ୍ତବ୍ୟ ଦେଇଥିଲେ। ରାଜପଥ ଅଧିକାରୀମାନଙ୍କୁ ନେଇ ଏମ୍‌ପି ଓ ବିଧାୟକମାନଙ୍କ ମଧ୍ୟରେ ଜିଲାରେ ସମୀକ୍ଷା ବୈଠକ ହୋଇଥିଲା। ପୋଲ ଭୁଶୁଡ଼ିବା ସ୍ଥଳରେ ବିଜେଡି ପକ୍ଷରୁ ପ୍ରତିବାଦ ସଭା କରାଯାଇ ରାଜପଥ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ତଦାରଖ ଓ ପୋଲ ନିର୍ମାଣର ମାନକୁ ନେଇ ଦୋଷାରୋପ କରାଯାଇଥିଲା। ୨୦୦୭/୦୮ରେ ଏହି ପୋଲ ନିର୍ମାଣ କରାଯାଇଥିଲା। ପୋଲର ଆୟୁଷ ଅନୂ୍ୟନ ୫୦ବର୍ଷ ବୋଲି ଆକଳନ କରାଯାଇଥିଲା। ମାତ୍ର ଗତ ଜୁଲାଇ ୧୮ ତାରିଖ ଭୋର୍‌ ସମୟରେ ପୋଲ ଭୁଶୁଡ଼ି ପଡ଼ିଥିଲା। ଏହାର କାରଣ ଜାଣିବା ପାଇଁ ଦିଲ୍ଲୀରୁ ଏକ ବିଶେଷଜ୍ଞ ଦଳ ଆସି ତଦନ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଇସ୍ରୋ ଛାତ୍ରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୋର, ୨୨ା୫(ଜନ୍ମେଜୟ ମିଶ୍ର):ଇସ୍ରୋରେ ପାଠ ପଢୁଥିବା ସୋର ପୌରାଞ୍ଚଳ ୧ ନମ୍ବର ୱାର୍ଡ ବାରପଡା ଗ୍ରାମର ଶ୍ରବଣ କୁମାର ଦାସ(୨୧)ଙ୍କ ସୋମବାର କାର୍‌ ଦୁର୍ଘଟଣାରେ ମୃତ୍ୟୁ...

ଆଜି ପ୍ରଦର୍ଶନ ହେବ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର

ଭୁବନେଶ୍ୱର,୨୨।୫(ଶର୍ମିଷ୍ଠା ପାଣିଗ୍ରାହୀ):କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବୁଧବାର ଓଡ଼ିଆ ଚଳଚ୍ଚିତ୍ର ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର ପ୍ରଦର୍ଶନ ହେବାକୁ ଯାଉଛି। ଅପରାହ୍ନ ୪ଟା ୧୫ରେ ଏହା ପ୍ରଦର୍ଶିତ...

୨୪ ଘଣ୍ଟାରେ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ

ପୁରୀ,୨୨ା୫(ଅଜିତ୍‌ କୁମାର ମହାନ୍ତି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋମବାର ପୁରୀରେ ରୋଡ୍‌ ଶୋ’ ପରେ ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକ ସଭା ଆସନରେ...

 ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୧।୫(ସୁନିତ୍‌ ମିଶ୍ର): ନବୀନବାବୁ ଓଡ଼ିଆ ଅସ୍ମିତାର କଣ୍ଠରୋଧ କରିବାକୁ ପ୍ରୟାସ କରୁଛନ୍ତି। ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ। ଓଡ଼ିଶାର ଶାସନ ଭାର...

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri