Posted inଜାତୀୟ

ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିଲେ ନିଶ୍ଚିତ ଜିତିବେ ପ୍ରିୟଙ୍କା ଗାନ୍ଧୀ: ସଞ୍ଜୟ ରାଉତ

ମୁମ୍ବାଇ,୧୪।୮: ଶିବସେନା(ଉଦ୍ଧବ ଠାକରେ ଗ୍ରୁପ) ନେତା ସଞ୍ଜୟ ରାଉତ କହିଛନ୍ତି, ଯଦି ବାରାଣସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢନ୍ତି ତେବେ ସେ ବିଜୟୀ ହେବା ନିଶ୍ଚିତ। କାରଣ ବାରାଣସୀର ଲୋକେ ପ୍ରିୟଙ୍କାକୁ ଚାହୁଁଛନ୍ତି। ତେଣୁ ବାରାଣସୀ ଓ ଆମେଠିର ଲଢେଇ ଭାରତୀୟ ଜନତା ପାର୍ଟି(ଭାଜପା) ପାଇଁ କଠିନ ହେବ ବୋଲି ସେ କହିଛନ୍ତି।

ସମାଚାର ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ ରବିବାର ମୁମ୍ବାଇରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ସେ ଏହି ଦାବି କରିଛନ୍ତି। ଶିବସେନା (ୟୁବିଟି) ଏମପି କହିଛନ୍ତି ଯେ ଯଦି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ବାରାଣାସୀରୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଲୋକ ସଭା ଆସନ ପାଇବା କଷ୍ଟକର ହେବ। ସେ କହିଛନ୍ତି ମୁଁ ନିଶ୍ଚିତ ଯେ ପ୍ରିୟଙ୍କା ଜିତିବେ। ରାଉତ କହିଛନ୍ତି ଯେ ୨୦୨୪ରେ ସାରା ଦେଶ ରାହୁଲ ଗାନ୍ଧୀଙ୍କ ସହ ଛିଡା ହେବ।
ଏହା ସହିତ ସେ ଆମେଠି, ବାରାଣାସୀ ଏବଂ ରାୟବରେଲି ଆସନରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ଦାବି କରିଛନ୍ତି। ବର୍ତ୍ତମାନ ବାରାଣାସୀରୁ ପ୍ରଧାନମନ୍ତ୍ରୀ ମୋଦି, ଆମେଠିରୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ରାୟବରେଲି ଆସନରୁ କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ ଏମପି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୁମଧାମରେ ପାଳନ ହେଲା ଦୀପାବଳି, ରଙ୍ଗ ବେରଙ୍ଗ ଆଲୋକରେ ଝଲସି ଉଠିଲା ଦେଶ

ନୂଆଦିଲ୍ଲୀ,୩୧।୧୦: ଦୀପାବଳି ପର୍ବ କେବଳ ଭାରତରେ ନୁହେଁ ଗୁରୁବାର ସାରା ବିଶ୍ୱରେ ପାଳନ କରାଯାଇଛି। ଏହି ସମୟରେ ଲୋକମାନେ ନିଜ ଘର, ଦୋକାନ ଏବଂ ପ୍ରତିଷ୍ଠାନଗୁଡ଼ିକୁ...

ରଙ୍ଗ ବେରଙ୍ଗ ଆଲୋକରେ ଝଲସିଲା ରାମ ମନ୍ଦିର

ଅଯୋଧ୍ୟା,୩୧।୧୦: ଆଲୋକର ପର୍ବ ଦୀପାବଳି ସମଗ୍ର ଦେଶରେ ଖୁବ ଆଡମ୍ବର ସହ ପାଳନ କରାଯାଉଛି। ଏହି ଦିନ ମନ୍ଦ ଉପରେ ଭଲର ବିଜୟ, ଅନ୍ଧକାର ଉପରେ...

ଭାଜପା ସରକାର ପାଇଁ ଜମ୍ମୁ-କଶ୍ମୀର ଏକ ପ୍ରୟୋଗଶାଳା: ମେହବୁବା ମୁଫତି

ଶ୍ରୀନଗର,୩୧।୧୦: ଜମ୍ମୁ କଶ୍ମୀରର ୟୁନିଅନ ଟେରିଟୋରି ଫାଉଣ୍ଡେସନ ଦିବସ ପାଳନ ଅବସରରେ ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଦେଇଥିବା ବିବୃତ୍ତିରେ ପିପୁଲ୍ସ ଡେମୋକ୍ରାଟିକ...

ମୋଦିଙ୍କ ବୟାନକୁ ନେଇ ଖାର୍ଗେ କହିଲେ ଅସମ୍ଭବ

ନୂଆଦିଲ୍ଲୀ,୩୧।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓ୍ବାନ ନେଶନ ଓ୍ବାନ ଇଲେକ୍ସନର ଶୀଘ୍ର କାର୍ଯ୍ୟକାରିତା ସମ୍ପର୍କରେ ଦେଇଥିବା ବିବୃତ୍ତିକୁ ନେଇ...

ଅନନ୍ତ ଅମ୍ବାନୀଙ୍କ ବଡ ହୃଦୟ! ୩ ଆଫ୍ରିକୀୟ ହାତୀଙ୍କୁ ଦେଲେ ନୂଆ ଜୀବନ

ମୁମ୍ବାଇ,୩୧।୧୦: ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ପଶୁ ପ୍ରତି ଥିବା ପ୍ରେମ ଅଳ୍ପ ବହୁତେ ସମସ୍ତଙ୍କୁ ଜଣା। ବର୍ତ୍ତମାନ ସେ ତିନି...

ଦୀପାବଳିରେ ବଡ଼ ଅଘଟଣ, ଜଳିଗଲା ୬୬ ଦୋକାନ

ବୋକାରୋ,୩୧।୧୦: ଆଲୋକର ପର୍ବ ଦୀପାବଳି ଅବସରରେ ଝାଡ଼ଖଣ୍ଡରୁ ଏକ ଲୋମ ଟାଙ୍କୁରା ଖବର ସାମ୍ନାକୁ ଆସିଛି। ବୋକାରୋର ମାରଗା ପୋଲ ନିକଟରେ ବାଣ ଦୋକାନରେ ଏକ...

କଳ୍ପନା ସୋରେନଙ୍କୁ ଦେଖି ମୋ ସ୍ତ୍ରୀ କହୁଛନ୍ତି…, କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ

ଗୁଆହାଟି,୩୧।୧୦: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ଯୋର ସୋରରେ ପ୍ରଚାର ଚାଲିଛି। ଏହି ସମୟରେ ଝାଡ଼ଖଣ୍ଡର ଦାୟିତ୍ୱରେ ଥିବା ଭାଜପା ନେତା...

ନିଆରା ଢଙ୍ଗରେ ଦୀପାବଳି ପାଳିଲେ ମୋଦି, ଦେଖନ୍ତୁ ଭିଡିଓ

କଚ୍ଛ,୩୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଚଳିତ ବର୍ଷ ସୀମାରେ ନିୟୋଜିତ ସେନାଙ୍କ ସହିତ ଦୀପାବଳି ପାଳନ କରିବାର ପରମ୍ପରା ଜାରି ରଖିଛନ୍ତି। ସେ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri