ବିପଦ ସଂକୁଳ ହାଇମାଷ୍ଟ ଲାଇଟ୍‌ ଖୁଣ୍ଟ

ଖଣ୍ଡପଡା,୨୪ା୭(ଅଜୟ କୁମାର ମହାରଣା): କଣ୍ଟିଲୋ ଯାତ୍ରାପଦା ବଜାର ଛକ ଉପରେ ଲାଗିଥିବା ହାଇମାସ୍କ ଲାଇଟ ଦୀର୍ଘ ବର୍ଷ ହେଲା ଅକାମୀ ହୋଇ ପଡଛି। ଏବେ ଏହାର ଖୁଣ୍ଟଟିର ନିମ୍ନ ଭାଗ ନଷ୍ଟ ହୋଇ ବିପଦ ସୃଷ୍ଟି କରିଛି। ଘରୋଇ ବିଦ୍ୟୁତ୍‌ ଲାଇନ ସଂଯୋଗ ହୋଇଥିବା ଟଣକା ତାରରେ ଅଟକି ରହିଥିବାରୁ ଏହା କେତେବେଳେ ଯେ ବିପଦ ଘଟାଇବ କହିହେବ ନାହିଁ। ଏହି ଖୁଣ୍ଟ ପାଖ ଦେଇ ପ୍ରତ୍ୟେହ ଯାତାୟତ କରୁଥିବା ଜନସାଧାରଣଙ୍କ ନଜର ରହିଥିଲେ ହେଁ ଏହାକୁ ଉଠାଇ ଦେବାକୁୁ ଯେପରି କାହାର ଆନ୍ତରିକତା ନାହିଁ।
ଅପରପକ୍ଷରେ ଦୀର୍ଘବର୍ଷ ହେଲା ଅକାମୀ ହୋଇ ପଡ଼ିଥିବା ଏହି ଲାଇଟର ମାଲିକ କିଏ, ରକ୍ଷଣା ବେକ୍ଷଣ କାହାର ଦାୟିତ୍ୱ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୦୩ରେ ତତ୍କାଳୀନ ଭୁବନେଶ୍ୱର ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କ ପାଣ୍ଠିର ଅର୍ଥ ବ୍ୟୟ ବରାଦ କରାଯାଇ ବିଭିନ୍ନ ପଞ୍ଚାୟତକୁ ହାଇମାକ୍ସ ଲାଇଟ ଯୋଗାଇ ଦିଆଯାଇଥିଲା। ଏହି ଯୋଜନାରେ କଣ୍ଟିଲୋ ପଞ୍ଚାୟତ ଅଧୀନ ଶ୍ରୀନୀଳମାଧବ ଜୀଉ ମନ୍ଦିର ପୂର୍ବଦ୍ୱାର ଓ କଣ୍ଟିଲୋ ଯାତ୍ରାପଦା ବଜାର ଛକରେ ଗୋଟିଏ ଲେଖାଏଁ ଏପରି ୨ଟି ହାଇମାକ୍ସ ଲାଇଟ ଲଗାଯାଇଥିଲା। ମାତ୍ର ଲାଇଟ ଲାଗିବାର ୨ବର୍ଷ ନ ପୂରୁଣୁ ସମ୍ପୃକ୍ତ ଲାଇଟଗୁଡିକ ଅକାମୀ ହୋଇ ପଡ଼ିଥିଲା। ଏ ସମ୍ପର୍କରେ ବିଦ୍ୟୁତ ବିଭାଗକୁ ଜଣାଇବା ସତ୍ତ୍ୱେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଆମର ନୁହେଁ ତାହା ପଞ୍ଚାୟତର ବୋଲି କହୁଛନ୍ତି। ପଞ୍ଚାୟତ ପକ୍ଷରୁ ମଧ୍ୟ ଏହି ଖୁଣ୍ଟର ଦାୟିତ୍ୱ ଆମର ନୁହଁ ବୋଲି କହି ଆସୁଛନ୍ତି। ତେବେ କାର୍ଯ୍ୟକ୍ଷମ ହେଉ ନ ଥିବା ଏହି ଲାଇଟଗୁଡିକ ଦୀର୍ଘ ୧୯ ବର୍ଷରୁ ଊର୍ଦ୍ଧ୍ୱ ହେବ ରକ୍ଷଣାବେକ୍ଷଣ ଅଭାବରୁ ବଜାର ଛକରେ ରହିଛି। ସମ୍ପୃକ୍ତ ଖଣ୍ଟର ନିମ୍ନ ଭାଗରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି। ଖୁଣ୍ଟର ୯୦ ଭାଗ ଅଂଶ ନଷ୍ଟ ହୋଇ ମାତ୍ର ଅଳ୍ପ କିଛି ଅଂଶରେ ଅଟକି ରହିଥିବା ପରିଲକ୍ଷିତ ହେଉଛି। ଖୁଣ୍ଟର ଉପରି ଭାଗରେ କୌଣସି ଏକ ଘରୋଇ ବିଦ୍ୟୁତ୍‌ ଲାଇନର ଟଣକା ତାରରେ ଅଟକି ରହିଥିବା ଜଣାପଡ଼ିଛି। ଏହି ଖଣ୍ଟକୁ ତୁରନ୍ତ ହଟାଇବାକୁ ବିଦ୍ୟୁତ୍‌ ବିଭାଗ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଜଣାଯାଇଛି। ତେବେ ସ୍ଥାନୀୟ ସରପଞ୍ଚ ଶ୍ରୀୟାରାଣୀ ବେହେରାଙ୍କୁ ପଚାରିବାରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି। ଖୁଣ୍ଟଟି ଯେଉଁ ଅବସ୍ଥାରେ ରହିଛି ତାହା କେତେବେଳେ ଭାଙ୍ଗି ବିପଦ ସୃଷ୍ଟି କରିବ କହି ହେଉନାହିଁ। ତେଣୁ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଚାୟତ କର୍ତ୍ତୃପକ୍ଷ କିମ୍ବା ବିଦ୍ୟୁତ୍‌ ବିଭାଗ ଯତ୍ନବାନ ହେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri