ସୁସ୍ଥ ଗଣତନ୍ତ୍ର ପାଇଁ ଗଣମାଧ୍ୟମ, ଯୁବପିଢ଼ିଙ୍କ ଭୂମିକା ସମାନ

ଜଗତ୍‌ସିଂହପୁର, ୧୯।୭(ପ୍ରମୋଦ କୁମାର ନାୟକ): ଭାରତ ହେଉଛି ବିଶ୍ୱର ଶ୍ରେଷ୍ଠ ଓ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। ଏ ରାଷ୍ଟ୍ରରେ ଗଣତନ୍ତ୍ରକୁ ବଞ୍ଚାଇ ରଖିବାକୁ ହେଲେ ଗଣମାଧ୍ୟମ ସହ ଯୁବପିଢ଼ି ମଧ୍ୟ ସମାନ ଭୂମିକା ନିର୍ବାହ କରିବାର ଅଛି। ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଏହା ଉତ୍ତମ ଖବର ପରିବେଷଣ ସାଙ୍ଗକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥାଏ। ସମାଜର ଟିକିନିଖି ଖବର ପରିବେଷଣ କରିଥାଏ। ଗଣମାଧ୍ୟମ ଜରିଆରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଯୁବପିଢ଼ି ପ୍ରୟାସ ଜାରି ରଖିବା ଉଚିତ। ଗଣତନ୍ତ୍ରର ସୁରକ୍ଷା ସହ ତା’ର ସମୃଦ୍ଧି ପାଇଁ ଧରିତ୍ରୀ ପକ୍ଷରୁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହା ବାସ୍ତବିକ ପ୍ରଶଂସନୀୟ। ମଙ୍ଗଳବାର ଜଗତ୍‌ସିଂହପୁର ଜିଲା ନାଉଗାଁ ହାଟସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ଧରିତ୍ରୀର ୫୦ ବର୍ଷ ପାଳନ ଅବସରରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଚାଇନା ପ୍ରଧାନ ଏହା କହିଛନ୍ତି। ଗଣତନ୍ତ୍ର, ଗଣମାଧ୍ୟମ ଓ ଯୁବପିଢ଼ି ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ନୂଆ ଦିଗ୍‌ଦର୍ଶନ ଦେଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଚାରକ ନିରଞ୍ଜନ ମହାନ୍ତି କହିଛନ୍ତି, ଧରିତ୍ରୀ ପକ୍ଷରୁ ଏଭଳି ବକ୍ତୃତା ପ୍ରତିଯୋଗିତା ଯୁବପିଢ଼ିଙ୍କୁ ସଚେତନ କରାଇବ। ଏହାଦ୍ୱାରା ଯୁବପିଢ଼ି ଗଣତନ୍ତ୍ରରେ ସେମାନଙ୍କ ଭୂମିକା ନିର୍ବାହ ପାଇଁ ପ୍ରେରିତ ହେବେ। ସୁସ୍ଥ ଓ ସଚେତନ ସମାଜ ଗଢ଼ିବାକୁ ହେଲେ ଖବରଦାତାଙ୍କୁ ସହଯୋଗ କରିବା ଆବଶ୍ୟକ। ପିଲାମାନେ ପଥଭ୍ରଷ୍ଟ ନ ହୋଇ ମା, ବାପାଙ୍କ ସ୍ବପ୍ନ ସାକାର ପାଇଁ ଚେଷ୍ଟିତ ହେବା ଦରକାର। ଏହା ହେଲେ ଯୁବପିଢ଼ି ଆତ୍ମ ନିର୍ଭରଶୀଳ ହୋଇପାରିବେ ବୋଲି ସେ କହିଛନ୍ତି। ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ତଥା ବିଚାରକ ହିମାଂଶୁ କୁମାର ମହାନ୍ତି କହିଥିଲେ, ଧରିତ୍ରୀ ଏକ ନିର୍ଭିକ ଏବଂ ନିରପେକ୍ଷ ଓଡ଼ିଆ ଦୈନିକ ଖବରକାଗଜ। ଯୁବପିଢିଙ୍କ ମାଧ୍ୟମରେ ଧରିତ୍ରୀ ଯେଉଁ ପ୍ରୟାସ ଆରମ୍ଭ କରିଛି ତାହା ଅଭିବନ ଏବଂ ସୁଦୂରପ୍ରସାରୀ। ଏଭଳି ଅଭିଯାନ ନିଶ୍ଚିତ ଭାବେ ଦେଶକୁ ଆଗକୁ ନେବାରେ ସହାୟତା କରିବ। ତେଣୁ ପିଲାମାନେ ନିଜର ତଥା ଗଣତନ୍ତ୍ରର ସମୃଦ୍ଧି ପାଇଁ ଗଣମାଧ୍ୟମକୁ ଦେଖି ନିଜ ବୁଦ୍ଧି ଓ ବିବେକ ଅନୁଯାୟୀ ପଦକ୍ଷେପ ନେବାକୁ ହେବ। ସେହିପରି ଅନ୍ୟତମ ବିଚାରକ ପ୍ରଭାତ କୁମାର ଶତପଥୀ କହିଥିଲେ, ଯୁବପିଢ଼ି ଠିକ ରାସ୍ତାରେ ଗଲେ ଗଣତନ୍ତ୍ର ଠିକ୍‌ ଭାବେ ପରିଚାଳିତ ହୋଇପାରିବ। କେବଳ ସାର୍ଟିଫିକେଟ୍‌ ପାଇଗଲେ ଶିକ୍ଷିତ ହୁଅନ୍ତି ନାହିଁ। ବାସ୍ତବରେ ଅନ୍ତର୍ନିହିତ ଗୁଣାବଳୀର ବିକାଶ କଲେ ତାହା ବାସ୍ତବ ଶିକ୍ଷା ହୋଇଥାଏ। ତେଣୁ ପ୍ରତ୍ୟେକେ ଶିକ୍ଷିତ ହେବା ପାଇଁ ଶପଥ ନେବାକୁ ପଡ଼ିବ। ବକ୍ତୃତା ପ୍ରତିଯୋଗିତାରେ ସମୁଦାୟ ୧୩ଜଣ ଭାଗ ନେଇଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରଜ୍ଞାସିନୀ ପାଢ଼ୀ ପ୍ରଥମ, ଅଙ୍କିତା ପ୍ରିୟଦର୍ଶନୀ ରାଉତ ଦ୍ୱିତୀୟ ଓ ଜ୍ୟୋତିର୍ମୟୀ ଲେଙ୍କା ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରତିଯୋଗିତାରେ ଛାତ୍ରୀଛାତ୍ରମାନେ ପ୍ରସଙ୍ଗର ଗମ୍ଭୀରତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆମ ଦେଶକୁ ଉନ୍ନତି ଆଡ଼କୁ ଆଗେଇ ନେବାକୁ ହେଲେ ଯୁବସମାଜ ଗୁରୁଦାୟିତ୍ୱ ବହନ କରିବା ଉଚିତ୍‌। ନିଶା କବଳରୁ ମୁକ୍ତ ହୋଇ ନିଜ ପରିବାର, ରାଜ୍ୟ ଓ ଦେଶ ପ୍ରଗତି ପାଇଁ ଦାୟିତ୍ୱବାନ ହେବା ଜରୁରୀ। ପ୍ରାରମ୍ଭରେ ଧରିତ୍ରୀ ଜଗତ୍‌ସିଂହପୁର ଜିଲା ପ୍ରତିନିଧି ପ୍ରମୋଦ ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଧରିତ୍ରୀର ଉପବାର୍ତ୍ତା ସମ୍ପାଦକ ଲାଲା ସୁନୀଲ କୁମାର ରଥ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିବାବେଳେ ଉପବାର୍ତ୍ତା ସମ୍ପାଦକ ମିହିର କାନ୍ତ ଦାସ ପ୍ରତିଯୋଗିତା ପରିଚାଳନା କରିଥିଲେ। ଏଥିରେ ଧରିତ୍ରୀ ନାଉଗାଁ ବ୍ଲକ ପ୍ରତିନିଧି ସୁଧା ବେଉରା ସହଯୋଗ କରିଥିବାବେଳେ ଜିଲାର ସମସ୍ତ ବ୍ଲକ ପ୍ରତିନିଧି ଉପସ୍ଥିତ ଥିଲେ। ଓଡ଼ିଆ ବିଭାଗ ଅଧ୍ୟାପକ ଚୈତନ୍ୟ କୁମାର ପରିଡ଼ା ଧନ୍ୟବାଦ ଦେଇଥିଲେ। ପରିଶେଷରେ ମହାବିଦ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ୱାରା ଚାରା ରୋପଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri