କାଦୁଅରେ ହାତୀଙ୍କ କ୍ରୀଡ଼ା

କମିଛି ଅସହ୍ୟ ତାତି। ପରିବେଶରେ ଶୀତଳତା ଭରିଛି ମୌସୁମୀ ବର୍ଷା। ଏହା ଯେ କେବଳ ମଣିଷଙ୍କ ପାଇଁ ଆଶ୍ୱସ୍ତି ଆଣିନାହିଁ, ଅଧିକନ୍ତୁ ଗରମରେ ସନ୍ତୁଳି ହେଉଥିବା ବନ୍ୟପ୍ରାଣୀଙ୍କ ମଧ୍ୟରେ ଭରିଦେଇଛି ଅସୀମ ଖୁସି। ଢେଙ୍କାନାଳ ଜିଲାର କପିଳାସ ପ୍ରାଣୀ ଉଦ୍ୟାନର ହାତୀ ରେସ୍‌କ୍ୟୁ ସେଣ୍ଟରରେ ରହୁଥିବା ହାତୀ ଛୁଆଙ୍କ କାଦୁଅ ସ୍ନାନରୁ ଏହା ସ୍ପଷ୍ଟ ପରିଲକ୍ଷିତ ହୋଇଛି।

ଢେଙ୍କାନାଳ,୧୬।୭(ରତନ ନାୟାର)କିଏ କାଦୁଅରେ ଲେସି ହୋଇଯାଉଥିଲା ତ ଆଉ କିଏ ଗଡ଼ିଯାଉଥିଲା ଓଦା ଓଦା ମାଟିରେ। ବର୍ଷାଭିଜା ଅପରାହ୍ନରେ ଛୁଆ ହାତୀଙ୍କ ଏଭଳି କୌତୁକିଆ କ୍ରୀଡ଼ା କପିଳାସ ପ୍ରାଣୀ ଉଦ୍ୟାନ ପରିଭ୍ରମଣ କରିବାକୁ ଆସିଥିବା ପର୍ଯ୍ୟଟକଙ୍କୁ କେବଳ ଆମୋଦିତ କରିନାହିଁ, ବରଂ ଦିନଟିକୁ ସ୍ମରଣୀୟ କରିଦେଇଛି।
ପରିତ୍ୟକ୍ତ, ଅସୁସ୍ଥ ହାତୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପାଲଟିଛି ଢେଙ୍କାନାଳ ଜିଲା କପିଳାସ ପ୍ରାଣୀ ଉଦ୍ୟାନ। ହାତୀ-ମାହୁନ୍ତଙ୍କ ମଧ୍ୟରେ ରହିଥିବା ଅନାବିଳ ସମ୍ପର୍କ ଦେଖିବା ଲାଗି ଏଠାକୁ ଦୂରଦୂରାନ୍ତରୁ ଧାଇଁ ଆସୁଛନ୍ତି ପର୍ଯ୍ୟଟକ। ତେବେ ଶନିବାର ଅପରାହ୍ନରେ ଜୁ’ ପରିସରରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ। ଝିପିଝିପି ବର୍ଷାରେ କ୍ରୀଡ଼ା କୌତୁକରେ ମାତିଥିବା ୩ ଛୁଆ ହାତୀ ପଦ୍ମା, ଶିବା ଓ ଶ୍ୟାମା ଆଗନ୍ତୁକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇଥିଲେ। ସମ୍ପୃକ୍ତ ଛୁଆ ହାତୀ ପ୍ରାଣୀଉଦ୍ୟାନ ପରିସରରେ ମାଟିକାଦୁଅରେ ଦୀର୍ଘ ସମୟ ଖେଳିବା ସହ ପର୍ଯ୍ୟଟକଙ୍କ ପାଖରୁ ବାରମ୍ବାର ଦୌଡ଼ି ଯାଉଥିଲେ, ଯାହାକୁ କ୍ୟାମେରା ଲେନ୍ସରେ ତୋଳି ଧରିଥିଲେ ବାଲେଶ୍ୱର ଏବଂ ଭଦ୍ରକ ଅଞ୍ଚଳରୁ ଆସିଥିବା ପର୍ଯ୍ୟଟକ।
ପଲରୁ ପରିତ୍ୟକ୍ତ ହେବାପରେ ସମ୍ପୃକ୍ତ ହାତୀ ଛୁଆ ଉଦ୍ଧାର ହୋଇ କପିଳାସ ଜୁ’ସ୍ଥିତ ହାତୀ ରେସ୍‌କ୍ୟୁ ସେଣ୍ଟରକୁ ଆସିଛନ୍ତି। ସେମାନଙ୍କ ଯତ୍ନ ନେବାକୁ ତାଲିମପ୍ରାପ୍ତ ମାହୁନ୍ତଙ୍କୁ ନିୟୋଜିତ କରାଯାଇଛି। ନିୟମିତ ପ୍ରଶିକ୍ଷଣ ପରେ ସେମାନେ ମଣିଷଙ୍କ ନିକଟତର ହେଉଥିବା ଦେଖିବାକୁ ମିଳିଛି।
ଏ ସଂକ୍ରାନ୍ତରେ କପିଳାସ ରେଞ୍ଜର ତରୁଣ କୁମାର ମହାନ୍ତି କୁହନ୍ତି, ଚଳିତବର୍ଷ ମାତ୍ରାଧିକ ଗ୍ରୀଷ୍ମପ୍ରବାହ ହୋଇଥିଲା। ଏବେ ବର୍ଷା ଆରମ୍ଭ ହେବା ପରେ ଛୁଆ ହାତୀମାନେ ଶରୀରକୁ ଶୀତଳ କରିବା ପାଇଁ କାଦୁଅରେ ଘଷି ହେଉଛନ୍ତି। ମନ ଖୁସିଥିଲେ ସେମାନେ ଦୀର୍ଘ ସମୟ ଧରି ମାଟିକାଦୁଅରେ ଖେଳିବାକୁ ଭଲ ପାଆନ୍ତି। ଏହାପରେ ତାଙ୍କୁ ଗାଧୋଇ ଦିଆଯାଏ। ବର୍ଷାରେ ବେଶି ଭିଜିଥିଲେ ପାଣି ଭିଜା କପଡ଼ାରେ ଶରୀରକୁ ପୋଛି ଦିଆଯାଇଥାଏ ବୋଲି ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରରେ ୮ ହାତୀ ଅଛନ୍ତି। ଏଥିସହ ତାଳଚେର ଅଞ୍ଚଳରୁ ଉଦ୍ଧାର ହୋଇ ଆସିଥିବା ନରହନ୍ତା ଦନ୍ତା ‘ରାକେଶ’କୁ ରେସ୍‌କ୍ୟୁ ସେଣ୍ଟରଠାରୁ ଦୂରରେ ସ୍ବତନ୍ତ୍ର ଭାବେ ରଖାଯାଇଛି। ୨୦୨୦ରେ ବ୍ରହ୍ମପୁର ବନାଞ୍ଚଳରୁ ମାଈ ହାତୀ ଛୁଆ ପଦ୍ମା, ୨୦୨୧ରେ କେନ୍ଦୁଝର ଚମ୍ପୁଆରୁ ମାଈ ହାତୀ ଛୁଆ ଶ୍ୟାମା ଏବଂ ସେହିବର୍ଷ ଅନୁଗୋଳରୁ ଅଣ୍ଡିରା ହାତୀ ଛୁଆ ଶିବା ଉଦ୍ଧାର ହୋଇ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri