Posted inଫୁରସତ

ବିଶ୍ୱ ସର୍ପ ଦିବସ

ପରିବେଶର ବନ୍ଧୁ

ସାପ ପରିବେଶର ବନ୍ଧୁ। ଏହି ସରୀସୃପ ଜୈବ ବିବିଧତାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ତେଣୁ ସାପଙ୍କୁ କ୍ଷତି ନ ପହଞ୍ଚାଇବା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜୁଲାଇ ୧୬ରେ ବିଶ୍ୱ ସାପ ଦିବସ ପାଳନ କରାଯାଇଆସୁଛି। ସାପଙ୍କ ପ୍ରତି ନିଜ ସ୍ନେହ ଦେଖାଇବା ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରେ ଲୋକେ ଭିନ୍ନ ଭିନ୍ନ ଆୟୋଜନ କରିଥା’ନ୍ତି। ତେବେ ଭୟରେ ଲୋକେ ମାରିଦେଉଥିବା ସାପଙ୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତ ବିଷାକ୍ତ ଥାଆନ୍ତି।
ସାପ ଏକ ଶୀତଳ ରକ୍ତବିଶିଷ୍ଟ ପ୍ରାଣୀ। ବିଶ୍ୱରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ୩,୫୦୦ ପ୍ରଜାତିର ସର୍ପ ଦୃଷ୍ଟିଗୋଚର ହୋଇଥାଆନ୍ତି। ବିଶେଷକରି ଗ୍ରୀଷ୍ମମଣ୍ଡଳୀୟ ଆର୍ଦ୍ରତାପୂର୍ଣ୍ଣ ଅଞ୍ଚଳରେ ସବୁ ଶ୍ରେଣୀର ଓ ପ୍ରଜାତିର ସାପ ଦେଖିବାକୁ ମିଳିଥାଆନ୍ତି।
ସୂଚନାଯୋଗ୍ୟ ଆଣ୍ଟାର୍କଟିକାକୁ ଛାଡ଼ି ସମସ୍ତ ମହାଦ୍ୱୀପରେ ସାପ ଦେଖାଯାଇଥା’ନ୍ତି। ସମୁଦ୍ର, ଜଙ୍ଗଲ, ମରୁଭୂମିରେ ସାପ ମଧ୍ୟ ରହିଥା’ନ୍ତି।
ଭାରତରେ ପ୍ରାୟ ୩୦୦ ପ୍ରଜାତିର ସାପ ଅଛନ୍ତି। ସେଥିମଧ୍ୟରୁ କେବଳ ୫୦ ପ୍ରଜାତି ବିଷାକ୍ତ। ସାପ ନିଜ ଶିକାରକୁ ଚୋବାଇ ନ ଥାଏ ଗିଳି ଦେଇଥାଏ। ସାପମାନଙ୍କର ବୟସ ୪ ରୁ ୨୫ବର୍ଷ ପର୍ଯ୍ୟନ୍ତ ହୋଇଥାଏ। ବିଷାକ୍ତ ସାପମାନଙ୍କ ମଧ୍ୟରେ କିଙ୍ଗ୍‌ କୋବ୍ରା ସବୁଠାରୁ ଅଧିକ ଲମ୍ବା। ବ୍ରାଜିଲର ସ୍ନେକ୍‌ ଆଇଲାଣ୍ଡରେ ସାପମାନଙ୍କ ସଂଖ୍ୟା ଅଧିକ। କିଛି ସାପଙ୍କର ଦୁଇଟି ମୁହଁ ଥାଏ। ଏପରି ସାପମାନେ ନିଜ ସୁବିଧା ଅନୁସାରେ ଶରୀରକୁ ନିୟନ୍ତ୍ରଣ କରିଥା’ନ୍ତି। କେବେ କେବେ ନିଜ ଶିକାରକୁ ନେଇ ଏହି ଦୁଇ ମୁହଁ ଭିତରେ ଝଗଡ଼ା ମଧ୍ୟ ହୋଇଥାଏ। ଏମିତି କିଛି ପ୍ରଜାତିର ସାପ ଅଛନ୍ତି, ଯେଉଁମାନେ ପୁରୁଷ ସାପ ବିନା ଅଣ୍ଡା ଦେଇଥା’ନ୍ତି।
ଗ୍ରାସ୍‌ ସ୍ନେକ୍‌ ଏବଂ ସ୍ପେଟିଂ କୋବ୍ରାର ଏକ ପ୍ରଜାତିର ସାପ ବିପଦ ଆସିଲେ ମରିବା ଭଳି ପଡ଼ି ରହିଥାଏ। ସେମାନଙ୍କ ଶରୀର ସଙ୍କୁଚିତ ହୋଇଯିବା ସହ ଜିଭ ବାହାରକୁ ବାହାରି ଆସେ। ଏମିତି ଅବସ୍ଥା ଦେଖି ଲୋକେ ସାପକୁ ମୃତ ଭାବି ଚାଲିଯିବା ପରେ ସେମାନେ ନିଜର ପ୍ରକୃତ ଅବସ୍ଥାକୁ ଚାଲିଆସିଥାନ୍ତି।
୧୯୬୭ ଜୁଲାଇ ୧୬ରେ ସାପମାନଙ୍କୁ ନେଇ ଟେକ୍ସାସରେ ଏକ ଅଭିଯାନ ଆରମ୍ଭ ହୋଇଥିଲା। ଏହା ଦ୍ୱାରା ଲୋକମାନଙ୍କ ମଧ୍ୟରେ ସାପକୁ ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ପରେ ଜୁଲାଇ ୧୬କୁ ବିଶ୍ୱ ସାପ ଦିବସ ରୂପେ ଘୋଷଣା କରାଯାଇଥିଲା। ବିଶ୍ୱ ସାପ ଦିବସ ଲୋକମାନଙ୍କୁ ଏହି ପ୍ରଜାତିର ସରୀସୃପଙ୍କ ବିଷୟରେ ଅଧିକ ଜାଣିବା ପାଇଁ ପାଳନ କରାଯାଇଥାଏ । ଦୁନିଆରେ ଥିବା ସମସ୍ତ ପ୍ରାଣୀଙ୍କ ମଧ୍ୟରେ ସାପ ସବୁଠାରୁ ପୁରାତନ।
ବିଶ୍ୱ ସାପ ଦିବସ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଏହା ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରଜାତିର ସାପ ବିଷୟରେ ସଚେତନତା ସୃଷ୍ଟି କରିଥାଏ। ସାପମାନଙ୍କ ସମ୍ପର୍କରେ ଲୋକଙ୍କ ମଧ୍ୟରେ ଏକ ନକାରାତ୍ମକ ଧାରଣା ରହିଥାଏ। ଅନେକେ ସାପକୁ ଭୟ କରନ୍ତି। ସମଗ୍ର ପୃଥିବୀରେ ଥିବା ୩,୫୦୦ ପ୍ରଜାତି ସାପ ମଧ୍ୟରୁ କେବଳ ୬୦୦ ପ୍ରଜାତି ବିଷାକ୍ତ। ଏହା ସାପଙ୍କ ପ୍ରଜାତିର ୨୫%ରୁ କମ୍‌। ସେମାନଙ୍କ ମଧ୍ୟରେ କେବଳ ୨୦୦ ପ୍ରଜାତିର ସାପ ମାନବ ଜୀବନ ପାଇଁ ବିପଦ ସୃଷ୍ଟି କରିଥା’ନ୍ତି। ପ୍ରତ୍ୟେକ କ୍ଷେତ୍ରରେ ପ୍ରକୃତିର ସନ୍ତୁଳନ ବଜାୟ ରଖିବାରେ ସାପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତି।

ରିପୋର୍ଟ: ବନ୍ଦନା ସେଠୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri