ରତ୍ନଭଣ୍ଡାର ଖୋଲିବା ଦାବି ଥମୁନି

ଭୁବନେଶ୍ବର,୩ା୭(ସୁନିତ୍‌ ମିଶ୍ର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ରାଜନୀତି ଥମିବାର ନଁା ଧରୁନାହିଁ। ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗ୍ରହ ପ୍ରକାଶ କରାଯାଉ ନ ଥିବାବେଳେ ବିରୋଧୀ କିନ୍ତୁ ଏହି କଥାକୁ ଜାବୁଡି ଧରିଛନ୍ତି। ରତ୍ନଭଣ୍ଡାର ନିହାତି ଖୋଲିବା ଦରକାର ବୋଲି ଉଭୟ ଭାଜପା ଏବଂ କଂଗ୍ରେସ ନେତାମାନେ ଦାବି କରିଆସୁଛନ୍ତି। ଭାଜପା ଏହି ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିବା ବେଳେ କଂଗ୍ରେସ କିଛି ବିଭ୍ରାଟ ଯୋଗୁ ସରକାର ରତ୍ନଭଣ୍ଡାର ଖୋଲୁ ନ ଥିବା ଯୁକ୍ତି ବାଢ଼ିଛି। ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର କହିଛନ୍ତି ଯେ, ରତ୍ନଭଣ୍ଡାର ଖୋଲିବାରେ ଅସୁବିଧା କେଉଁଠାରେ ଅଛି। ପୂର୍ବରୁ ମଧ୍ୟ ଗୋଟିଏ କଥା କହିଛି ରତ୍ନଭଣ୍ଡାର ରାଜ୍ୟ ସରକାରଙ୍କ ସମ୍ପତ୍ତି ନୁହେଁ। ଏହା ସରକାରୀ କିମ୍ବା କୌଣସି ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ଏହା ପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତି। ରତ୍ନଭଣ୍ଡାର ସେଥିଲାଗି ସେତେବେଳେ ତିଆରି ହୋଇଥିଲା। ପ୍ରଭୁଙ୍କ ଅଳଙ୍କାର ସବୁ ରତ୍ନଭଣ୍ଡାର ଭିତରେ ସୁରକ୍ଷିତ ଭାବେ ରହିବ ବୋଲି ତାକୁ ୩ ଭାଗରେ ବିଭକ୍ତ କରି ତିଆରି କରାଯାଇଥିଲା। ଶହ ଶହ ବର୍ଷ ତଳେ ଏହା ତିଆରି ହେଲାବେଳେ ଆମେ ମଧ୍ୟ ନ ଥିଲୁ, ଏହା ବହୁ ପୂରୁଣା କଥା ବୋଲି ସେ କହିଛନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ସମସ୍ତଙ୍କ ଭଳି ତାଙ୍କ ମନରେ ବି ସନ୍ଦେହ ସୃଷ୍ଟି ହେଉଛି। ରତ୍ନଭଣ୍ଡାରର ରତ୍ନସବୁ ବାହାରକୁ ଚାଲିଯାଇନି ତ ବୋଲି ସେ ପ୍ରଶ୍ନ କରିଛନ୍ତି। ବାହାର ଦେଶ ବା ରାଜ୍ୟକୁ ଜଗନ୍ନାଥଙ୍କ ସମ୍ପତ୍ତି ଚାଲିଯାଇନି ତ। ଜଗନ୍ନାଥଙ୍କ ଜମିବାଡି ସବୁ ତ ବିକ୍ରି କରି ଖାଇଗଲେ, ଏବେ ତାଙ୍କର ଯେଉଁ ମହଣ ମହଣ ସୁନା ଗହଣା ଥିଲା ତାହାକୁ ବି ସବୁ ବିକ୍ରି କରି ଖାଇଗଲେ ବୋଲି ଭାବୁଛି। ତେଣୁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଇ ରତ୍ନଭଣ୍ଡାର ଖୋଲନ୍ତୁ। ନ ହେଲେ ଆଗକୁ ଏହି ଘଟଣାରେ ଦେଶବ୍ୟାପୀ ଆନ୍ଦୋଳନ ହେବ ବୋଲି ତାରା କହିଛନ୍ତି। ପୁରୀ ଏମ୍‌ପି ପିନାକୀ ମିଶ୍ର କହିଛନ୍ତି ଯେ, ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି। ତେଣୁ କୋର୍ଟରେ ମାମଲା ଥିବାବେଳେ ଏହା ଉପରେ କିଛି କହିବା ଠିକ୍‌ ହେବ ନାହିଁ। ତେଣୁ ଯାହା କୋର୍ଟ ଏବଂ ଲୋକଙ୍କ ଇଚ୍ଛା ହେବ ସେହି ଅନୁସାରେ କାମ ହେବ, ଏ ବିଷୟରେ ଅଧିକ କିଛି କହିବାକୁ ଚାହୁଁନି ବୋଲି ପିନାକୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri