ବିପୁଳ ମାଓବାଦୀ ସାମଗ୍ରୀ ଜବତ

ମାଲକାନଗିର,୨।୭(ଦୁର୍ଯ୍ୟୋଧନ ପାତ୍ର)ମାଲକାନଗିରି ପୋଲିସ ଓ ବିଏସ୍‌ଏଫ୍‌ ବାହିନୀ ଦ୍ୱାରା ଚିତ୍ରକୋଣ୍ଡା ବ୍ଲକ ଜଡାମ୍ବ ଥାନା ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଞ୍ଚଳରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଗତ ୨୯ ତାରିଖରେ ଜବତ କରାଯାଇଥିଲା। ଏ ସମ୍ପର୍କରେ ମାଲକାନଗିରି ଏସ୍‌ପି ନୀତୀଶ୍‌ ଓ୍ବାଧଓ୍ବାନି ଶନିବାର ଦେଇଥିବା ସୂଚନା ଅନୁସାରେ ଅପରେଶନ ଖୋଜ୍‌ ଯୋଜନାରେ ଜିଲା ପୋଲିସ ଓ ବିଏସ୍‌ଏଫ୍‌ ମିଳିତ ଭାବେ ଜଡାମ୍ବ ଥାନା ଅଞ୍ଚଳରେ କୋମ୍ବିଂ ସମୟରେ ଜଡ଼ାମ୍ବ ଥାନା ନିକଟ ଡାବୁଗୁଡ଼ା ଓ ଅରିଙ୍ଗିପଡ଼ା ଗ୍ରାମ ଜଙ୍ଗଲର ଗୋଟିଏ ସ୍ଥାନରେ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଥିବା ଜାଣି ଜବତ କରିଛନ୍ତି। ଜବତ ସାମଗ୍ରୀ ମଧ୍ୟରେ ଦୁଇଟି କଣ୍ଟ୍ରି ମେଡ୍‌ ଗନ୍‌, ୧୨ଟି ବୋର୍‌ ଇମ୍ୟୁନେଶନ, ଗୋଟିଏ ଏସ୍‌ଏଲ୍‌ଆର୍‌ ଇମ୍ୟୁନେଶନ, ତିନୋଟି ଆଇଡି, ୫୫ଜିଲୋଟିନ୍‌ ଷ୍ଟିକ୍‌, ବିଦ୍ୟୁତ୍‌ ତାର, ମୋବାଇଲ ଚାର୍ଜର, ମହିଳାଙ୍କ ବ୍ୟବହୃତ ହେୟାର ପିନ୍‌, ରବର ବ୍ୟାଣ୍ଡ, ପାନିଆ, ପେନ୍‌ ଓ ପେନ୍‌ସିଲ ଇତ୍ୟାଦି ସହ ୬୨ଟି ସାମଗ୍ରୀ ଜବତ କରିଛନ୍ତି। ସାମଗ୍ରୀଗୁଡ଼ିକ ଆନ୍ଧ୍ର-ଓଡ଼ିଶା ବୋର୍ଡର ଜୋନାଲ କମିଟି ତରଫରୁ ଜନସାଧାରଣ ଓ ପୋଲିସକୁ ଟାର୍ଗେଟକରି ରଖାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଓ୍ବାଧଓ୍ବାନି ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି, ପୂର୍ବରୁ ଅପରେଶନ ଘର ଓ୍ବାପ୍‌ସି ଯୋଜନାରେ ବିଗତ ଦିନରେ ବହୁ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜୁନ୍‌ ୨, ୨୦୨୨ରେ ୪୭ଜଣ ମିଲିସିଆ ଯନ୍ତ୍ରୀଠାରେ ଆତ୍ମସମର୍ପଣ କରିଥିବା ବେଳେ ଜୁନ୍‌ ୧୧, ୨୦୨୨ରେ ୧୮୦ ଓ ଅଗଷ୍ଟ ୨୨, ୨୦୨୨ରେ ଜାନବାଇଠାରେ ୫୫୦ଜଣ ଆତ୍ମସମର୍ପଣ କରିଥିଲେ। ସେହିପରି ସେପ୍ଟେମ୍ବର ୧୭, ୨୦୨୨ରେ ଅଣ୍ଡ୍ରାହାଲଠାରେ ୩୦୦ ମିଲିସିଆଙ୍କ ସହ ମୋଟ ୭୦୦ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଥିଲେ। ସେହିପରି ନଭେମ୍ବର ୫, ୨୦୨୨ରେ ୪୧୦ ମିଲିସିଆଙ୍କ ସହ ମୋଟ ୬୫୦ ମାଓବାଦୀ ସମର୍ଥକ, ଡିସେମ୍ବର ୨୦, ୨୦୨୨ରେ ୪୬୭ ମିଲିସିଆଙ୍କ ସହ ମୋଟ ୯୦୭ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଥିଲେ। ସେହିପରି ଜାନୁୟାରୀ ୨୦୨୨ଠାରୁ ଜାନୁୟାରୀ ୨୦୨୩ ମଧ୍ୟରେ ମୋଟ ୨୦ ମାଓବାଦୀ କ୍ୟାମ୍ପ ଠାବକରି ବିପୁଳ ପରିମାଣର ସାମଗ୍ରୀ ଯଥା ଆଇଡି, ବନ୍ଧୁକ, ତାର, ଟିଫିନ୍‌ ବୋମା, ଜିଲୋଟିନ୍‌ ଷ୍ଟିକ୍‌, ଡିଟୋନେଟର ଓ ଅଫୁଟା ଗୁଳି ଇତ୍ୟାଦି ଜବତ କରିଥିବା ଓ୍ବାଧଓ୍ବାନି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri