୧୦ମ ଶ୍ରେଣୀର ୫ ଜଣ ପିଲାଙ୍କ ନୂତନ ଚିନ୍ତାଧାରା ଏକ ଉଦାହରଣ ସୃଷ୍ଟି କରିଛି। ଦିଲ୍ଲୀର ଶିବନଦାର ସ୍କୁଲର ଭି. ସହେଲି, ଲକ୍ଷ୍ୟ ଗୋସ୍ବାମୀ, ଉଦୟ ସିଂ, ସୌରିଶ ଗ୍ରୋଭର ଏବଂ ଅର୍ମାନ ଶରନ ଏକାବେଳକେ ଦୁଇଟି କାମ କରୁଥିବା ଏକ କୁଲିଂ ଡିଭାଇସ ଆବିଷ୍କାର କରିଛନ୍ତି। ଏହା ମଧ୍ୟ ହିଟର ଭାବେ କାମ କରୁଛି। ଏହି କୁଲରର ନାମ ରଖାଯାଇଛି ଜେଫିରସ୍। ପୁରାତନ ଗ୍ରୀସ୍ର ବାୟୁ ଦେବତାଙ୍କ ନାମାନୁସାରେ ଏହାର ଏଭଳି ନାମକରଣ କରାଯାଇଛି। ଏହା ପାରମ୍ପରିକ କୁଲର ତୁଳନାରେ କମ୍ ପାଣି ଦରକାର କରୁଛି। ସାଧାରଣ କୁଲର ମାସକୁ ହାରାହାରି ୩,୦୦୦ ଲିଟର ପାଣି ଆବଶ୍ୟକ କରୁଥିବାବେଳେ ଜେଫିରସ୍ ୩୦୦ ମିଲିଲିଟର ପାଣି ଦରକାର କରୁଛି। ୨୪ ଇଞ୍ଚ ଚଉଡ଼ା ଓ ୧୨ ଇଞ୍ଚ ଲମ୍ବର ଏହି କୁଲିଂ ମେଶିନ ଆଲୁମିନିୟମ ଶିଟ୍ରେ ତିଆରି ହୋଇଛି। ଏହାକୁ ନିର୍ମାଣ କରିବାରେ ସ୍କୁଲ ଏମାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛି ଓ ଏଥିରେ ମୋଟ ୫,୫୦୦ ଟଙ୍କା ଖର୍ଚ୍ଚ ହୋଇଛି। ଏହା ବଜାରରେ ଏବେ ଉପଲବ୍ଧ କୁଲରଠାରୁ ଶସ୍ତା। ଏହାକୁ ଏବେ ପରୀକ୍ଷା କରାଯାଇ ମାର୍କେଟକୁ ଛଡ଼ାଯିବାର ପଦକ୍ଷେପ ନିଆଯାଇଛି। ଏହାକୁ ଅଧିକ ଉପତ୍ାଦନ କରାଗଲେ ଏବକାର ମୂଲ୍ୟଠାରୁ ଆହୁରି କମ୍ ହେବ ବୋଲି କହନ୍ତି ଅର୍ମାନ।


