Posted inଜାତୀୟ

ୟୁସିସି ବିରୋଧରେ ଆନ୍ଦୋଳନ କରିବେ ଝାଡ଼ଖଣ୍ଡ ଆଦିବାସୀ

ରାଞ୍ଚି, ୨୫ା୬(ପି.ଟି.) : ଦେଶର ଆଦିବାସୀମାନଙ୍କ ପରିଚୟ ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା ଥିବା ଏକକ ଦଓ୍ବୋନି ସଂହିତା (ୟୁସିସି) ଚିନ୍ତାଧାରାକୁ ପ୍ରତ୍ୟାହାର କରିନେବା ଲାଗି ଆଇନ କମିଶନଙ୍କୁ ନିବେଦନ କରିବେ ଝାଡ଼ଖଣ୍ଡର ୩୦ରୁ ଊର୍ଦ୍ଧ୍ୱ ଆଦିବାସୀ ସଂଗଠନ। ୟୁସିସି ଉପରେ ଆଇନ କମିଶନ ସାନି ଆଲୋଚନା ଚଳାଇଥିବାବେଳେ ଏହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବାକୁ ମିଳିତ ଆଦିବାସୀ ସଂଗଠନ ନିଷ୍ପତ୍ତି ନେଇଛି। ରବିବାର ରାଞ୍ଚତ୍ରେ ଅନୁଷ୍ଠିତ ସମାବେଶରେ ଏହି ନିଷ୍ପତ୍ତି ନିଆଯାଇଛି। ଆଦିବାସୀ ସମନ୍ବୟ ସମିତି (ଏଏସ୍‌ଏସ୍‌) ବ୍ୟାନରରେ ୩୦ରୁ ଊର୍ଦ୍ଧ୍ୱ ଆଦିବାସୀ ସଂଗଠନର ପ୍ରତିନିଧି ଏକାଠି ହୋଇ ୟୁସିସି ଉପରେ ଆଲୋଚନା କରିଥିଲେ। ୟୁସିସି ଲାଗୁହେଲେ ବିଭିନ୍ନ ଆଦିବାସୀ ପ୍ରଥାଗତ ଆଇନ ଓ ଅଧିକାର ଦୁର୍ବଳ ହୋଇଯିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
୨୨ତମ ଆଇନ କମିଶନ ଗତ ୧୪ ତାରିଖରେ ଜନସାଧାରଣ ଏବଂ ଧର୍ମୀୟ ସଂଗଠନ ସମେତ ବିଭିନ୍ନ ଷ୍ଟେକ୍‌ହୋଲ୍ଡରଙ୍କଠାରୁ ସାନି ପ୍ରସ୍ତାବ ଓ ମତାମତ ମାଗିଥିଲା। ଏହି ଚିନ୍ତାଧାରାକୁ ପ୍ରତ୍ୟାହାର କରିନେବା ଲାଗି ଆମେ ଆଇନ କମିଶନଙ୍କୁ ଅନୁରୋଧ କରି ପତ୍ର ଲେଖିବୁ ବୋଲି ଏଏସ୍‌ଏସ୍‌ ସଦସ୍ୟ ଦେବକୁମାର ଧନ କହିଛନ୍ତି। ଜୁଲାଇ ୫ରେ ଝାଡ଼ଖଣ୍ଡ ରାଜଭବନ ନିକଟରେ ସେମାନେ ୟୁସିସି ବିରୋଧରେ ଆନ୍ଦୋଳନ କରିବେ ଓ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବେ। ଆଦିବାସୀ ପ୍ରଥାଗତ ଆଇନକୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାରଙ୍କର ଏହା ଏକ ଷଡ଼ଯନ୍ତ୍ର ଭଳି ଲାଗୁଥିବା ଦେବକୁମାର କହିଛନ୍ତି। ଯଦି ସେମାନଙ୍କ ଦାବିକୁ ବିଚାରକୁ ନିଆ ନ ଯାଏ, ତେବେ ସାରା ଦେଶର ଆଦିବାସୀ ନୂଆଦିଲ୍ଲୀରେ ବିକ୍ଷୋଭ କରିବେ ବୋଲି କହିଛନ୍ତି। ୟୁସିସି ଲାଗୁ ହେଲେ ଆଦିବାସୀମାନଙ୍କ ଜମିକୁ ସୁରକ୍ଷା ଦେଉଥିବା ଛୋଟନାଗପୁର ଟେନାନ୍ସି ଆକ୍ଟ ଏବଂ ସାନ୍ତାଳ ପ୍ରଗଣା ଟେନାନ୍ସି ଆକ୍ଟ ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ଆଦିବାସୀ ଜନପରିଷଦ ଅଧ୍ୟକ୍ଷ ପ୍ରେମ ସାହି ମୁଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri