ବାଂଲାଦେଶୀ ଅନୁପ୍ରବେଶକାରୀ ଭର୍ତ୍ତି ହୋଇଛନ୍ତି

କେନ୍ଦ୍ରାପଡ଼ା ଅଫିସ,୯ା୬: ଲାଇସେନ୍ସପ୍ରାପ୍ତ ଠିକାଦାରଙ୍କ ମାଧ୍ୟମରେ ପ୍ରାୟ ୩୦ ହଜାର ଶ୍ରମିକ ଅନ୍ୟ ରାଜ୍ୟରୁ ଆସି ଓଡ଼ିଶାରେ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ୨୩ ଜଣ ଓଡ଼ିଶାର ଅଛନ୍ତି। ଶ୍ରମ ବିଭାଗର ଏହି ତଥ୍ୟ କେନ୍ଦ୍ରାପଡ଼ା ଜିଲା ବାହାର ଲୋକଙ୍କ ସ୍ଥିତିକୁ ନେଇ ସନ୍ଦେହ ସୃଷ୍ଟି କରିଛି। ବାସ୍ତବ କ୍ଷେତ୍ରରେ ବାହାର ରାଜ୍ୟ ତଥା ବାଂଲାଦେଶର ଅଣ ପଞ୍ଜୀକୃତ ଶ୍ରମିକ ଓ ଅନୁପ୍ରବେଶକାରୀ କେନ୍ଦ୍ରାପଡ଼ା ଜିଲାରେ ଭର୍ତ୍ତି ହୋଇଯାଇଛନ୍ତି। ଉପାନ୍ତ ଅଞ୍ଚଳ ଏବେ ବଙ୍ଗଭାଷୀଙ୍କ କବଳକୁ ଚାଲି ଯାଇଥିବା ବେଳେ ଜିଲା ସାରା ଏମାନଙ୍କ ଅସ୍ତିତ୍ୱ ଦୃଢ଼ୀଭୂତ ହେଉଛି। କର୍ମଚାରୀ ଓ ଭିତ୍ତିଭୂମି ଅଭାବରୁ ଜିଲାରେ ୩ ସାମୁଦ୍ରିକ ଥାନା, ବନ ବିଭାଗ ଓ ତଟରକ୍ଷା ବାହିନୀ ଅନୁପ୍ରବେଶକୁ ରୋକି ପାରୁନାହିଁ। ସେହିପରି ବାହାର ରାଜ୍ୟରୁ ଆସି ଏଠାରେ ୨୦ ହଜାରରୁ ଅଧିକ ଲୋକ ରହିଥିଲେ ମଧ୍ୟ କୌଣସି ଥାନାରେ ଏ ନେଇ ସୂଚନା ନାହିଁ। ବାହାରୁ ଆସି ଏଠାରେ ରହୁଥିବା ଲୋକଙ୍କ ପରିଚୟ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଜିଲାରେ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ମହାକାଳପଡାର ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ପଟ୍ଟାମୁଣ୍ଡାଇର ପ୍ରତାପ ଚନ୍ଦ୍ର ପାଢୀ, କଳ୍ପତରୁ ନାୟକ, କେନ୍ଦ୍ରାପଡ଼ାର ବୁଦ୍ଧିଜୀବୀ ସୁଶାନ୍ତ ନାୟକ, ଚିତ୍ତରଞ୍ଜନ ସାହୁ ପ୍ରମୁଖ କହିଛନ୍ତି, ୪୮ କିଲୋମିଟର ତଟାଞ୍ଚଳରେ କେନ୍ଦ୍ରାପଡ଼ା ଜିଲାର ଜମ୍ବୁ, ତାଳଚୁଆ ଓ ତନ୍ତିଆପାଳଠାରେ ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଛି। ଅନୁପ୍ରବେଶ ରୋକିବା ସହ ସ୍ଥାନୀୟ ଅଞ୍ଚଳର ଆଇନଶୃଙ୍ଗଳା ପରିସ୍ଥିତିର ସମୀକ୍ଷା ସହ କାର୍ଯ୍ୟାନୁଷ୍ଠାନ କରିବା ଏହାର ଲକ୍ଷ୍ୟ ଥିଲା। ତେବେ ଥାନା ପ୍ରତିଷ୍ଠାର ଦୀର୍ଘଦିନ ବିତିବା ସତ୍ତ୍ୱେ ବିଭିନ୍ନ କାରଣରୁ ଏହାର ପରିଚାଳନାରେ ତ୍ରୁଟି ହେଉଛି। ଏହି ଥାନାଗୁଡ଼ିକ ଅଞ୍ଚଳ ବଙ୍ଗଭାଷୀ ଅଧ୍ୟୂଷିତ ହୋଇଥିବା ବେଳେ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ଅବାଧ ପ୍ରବେଶ ଜାରି ରହିଛି। କର୍ମଚାରୀ ସମେତ ଭିତ୍ତିଭୂମି ଅଭାବ ମଧ୍ୟରେ ଏହି ୩ ସାମୁଦ୍ରିକ ଥାନା କାର୍ଯ୍ୟରେ ବାଧା ଉପୁଜୁଛି। ୩ ସାମୁଦ୍ରିକ ଥାନା ମଧ୍ୟରୁ ଜମ୍ବୁ ଥାନାଟି ସାମୁଦ୍ରିକ ବୋଟ ଜେଟିଠାରୁ ଅନୂ୍ୟନ ୫ କିଲୋମିଟର ଦୂରରେ ଅଛି। ସେହିପରି ସମୁଦ୍ର ପଥ ନଜର ପାଇଁ ଆବଶ୍ୟକ ସ୍ପିଡ ବୋଟ ଓ କର୍ମଚାରୀ ଅଭାବ ରହିଛି। ପ୍ରତ୍ୟେକ ଥାନାରେ ୮୧ ଜଣ କର୍ମଚାରୀ ରହିବାକୁ ନିୟମ ଅଛି। ତେବେ ୩ ଥାନାରେ ନାମକୁମାତ୍ର ପୋଲିସ କର୍ମଚାରୀ ଅଛନ୍ତି। ନାଭାଲ ଅଫିସର, ବୋଟ ଚାଳକ ସହ ସ୍ପିଡ ବୋଟର ଅଭାବ ରହିଛି। ସେହିପରି ଜେଟିରେ ଯାଞ୍ଚ ବ୍ୟବସ୍ଥା ହେବ ବୋଲି ପୂର୍ବତନ ଜିଲାପାଳ ରେଘୁ ଜୀ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। ଅପରପକ୍ଷରେ ଖୋଲାମେଲା ସମୁଦ୍ର ତଟ ଅନୁପ୍ରବେଶକାରୀଙ୍କ ପାଇଁ ସୁଯୋଗ ଦେଇଛି। ରାତି ଅନ୍ଧାରରେ ସମୁଦ୍ର ମଧ୍ୟ ଦେଇ ଅନୁପ୍ରବେଶକାରୀ ଏଠାକୁ ଆସୁଥିବା ବେଳେ ଦେଶର ସୁରକ୍ଷା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ରାଜ୍ୟ ରାଜପଥ ଦେଇ ବାହାର ରାଜ୍ୟରୁ ବିଭିନ୍ନ ଫେରି ବ୍ୟବସାୟୀ ଆସୁଛନ୍ତି। ଏଠାରେ ଘରଭଡ଼ା ନେଇ ରହୁଛନ୍ତି। ରହିବାର କିଛିଦିନ ମଧ୍ୟରେ ଏଠାକାର ଆବଭାବ ପରୀକ୍ଷା କରି ମହିଳା ଚାଲାଣ, ଅପରାଧ ଭିତ୍ତିକ କାର୍ଯ୍ୟ ଆଦି କରୁଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଫେରି ବ୍ୟବସାୟୀଙ୍କ ଆପରାଧିକ କାର୍ଯ୍ୟକଳାପ ବଢ଼ି ଚାଲିଛି। ଲୁଟ ତରାଜଠାରୁ ହତ୍ୟା ଘଟଣାରେ ସାମିଲ ହେବା ଥାନା ରେକର୍ଡରୁ ସୂଚନା ମିଳୁଛି। ଘର ମାଲିକ ଟଙ୍କା ଲୋଭରେ ଘର ଭଡା ଦେଉଥିବା ବେଳେ ପରିଚୟ ସମ୍ପର୍କରେ ନିକଟସ୍ଥ ଥାନାକୁ ଜଣାଉନାହାନ୍ତି। ବାହାର ଲୋକଙ୍କ ପରିଚୟ ଯାଞ୍ଚ କଡ଼ାକଡ଼ି କରିବାକୁ ମତଦାତାମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଏସ୍‌ଡିପିଓ ଜୟନ୍ତ କୁମାର ମହାପାତ୍ର କହିଛନ୍ତି, ଭିତ୍ତିଭୂମିର କିଛି ମାତ୍ରାରେ ଅଭାବ ଅଛି। ଚଳିତ ଆର୍ଥିକ ବର୍ଷରେ ସାମୁଦ୍ରିକ ଥାନା କର୍ମଚାରୀଙ୍କ ସଂଖ୍ୟା ବଢ଼ାଯାଇଛି। ଖାଲି ଥିବା ପଦବୀ ଓ ଆବଶ୍ୟକ ସ୍ପିଡ ବୋଟ ପାଇଁ ଯୋଜନା ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri