‘ମୋ ଜମି ନଷ୍ଟ କଲ, କ୍ଷତିପୂରଣ ଦିଅ’

ବାଲେଶ୍ୱର ଅଫିସ,୭।୬ବାହାନଗା ରେଳ ଦୁର୍ଘଟଣା ପରେ ନିକଟସ୍ଥ ଚାଷ ଜମିରେ ଖଣ୍ଡବିଖଣ୍ଡିତ ବଗି ଗୁଡ଼ିକ ରଖାଯାଇଛି। ଏହା ଦ୍ୱାରା ଚଳିତ ବର୍ଷ ଏହି ଜମିରେ ଚାଷ ହୋଇ ନ ପାରିବା ଆଶଙ୍କା କରି ଜଣେ ଜମି ମାଲିକ ପ୍ରଶାସନକୁ କ୍ଷତିପୂରଣ ମାଗିଛନ୍ତି। ମୋ ଜମି ନଷ୍ଟ କଲ କ୍ଷତିପୂରଣ ଦିଅ ବୋଲି ସେ ଦାବି କରିବା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଗତ ୨ ତାରିଖ ରେଳ ଦୁର୍ଘଟଣା ପରେ ଟ୍ରେନ୍‌ର ବଗିଗୁଡ଼ିକ ଏଣେତେଣେ ହୋଇ ଛିଟ୍‌କି ପଡ଼ିଥିଲା। ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ସମୟରେ ବଗିଗୁଡ଼ିକୁ ବାହାର କରାଯାଇ ନିକଟସ୍ଥ ଚାଷ ଜମିରେ ରଖାଯାଇଥିଲା। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉକ୍ତ ଚାଷ ଜମି ଉପରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ହେଲିକପ୍ଟର ଯୋଗେ ଓହ୍ଲାଇ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ଏହି ଦୁର୍ଘଟଣା କେବଳ ରାଜ୍ୟ ନୁହେଁ ବରଂ ବିଶ୍ୱ ପାଇଁ ଏକ ବଡ଼ ଦୁଃଖଦ ଘଟଣା ଭାବେ ପରିଗଣିତ ହୋଇଛି। ଏନେଇ ରାଜ୍ୟଠାରୁ ଆରମ୍ଭ କରି ସାରା ବିଶ୍ୱବାସୀ ସ୍ଥାନୀୟ ଲୋକ ସହଯୋଗ ଓ ଜିଲାପ୍ରଶାସନର ତ୍ୱରିତ୍‌ ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏଭଳି ଦୁଃଖଦ ପରିସ୍ଥିତି ଭିତରେ ମଧ୍ୟ ଉକ୍ତ ଅଞ୍ଚଳର ଜମି ମାଲିକ ଭବେନ୍ଦୁ ଶେଖର ଉପାଧ୍ୟାୟ ପ୍ରଶାସନ ବିରୋଧରେ ଅଭିଯୋଗ କରିଛନ୍ତି। ତାଙ୍କ ଜମିରେ ରେଳ ବଗି ଓ ମୃତଦେହ ଗଦା ହୋଇଥିବାରୁ ଚଳିତବର୍ଷ ଚାଷ କାର୍ଯ୍ୟ ହୋଇ ନ ପାରିବା ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ସେ କହିଛନ୍ତି ଯେ, ରେଳ ଲାଇନ କଡ଼ରେ ତାଙ୍କର ସାଢ଼େ ୬ ଏକର ଜମି ରହିଛି। ଯେଉଁଠି ଦୁର୍ଘଟଣା ରାତିରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯିବା ସହ ମୃତଦେହ ରଖା ଯାଇଥିଲା। ଏଥିସହ ବଗି ରେଳ ଲାଇନରୁ ହଟାଇ ତାଙ୍କ ଜମିରେ ରଖା ଯାଇଛି। ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସାଢ଼େ ୬ ଏକର ଚାଷ ଜମିରେ ଏବେ ଚାଷ କାର୍ଯ୍ୟ କେମିତି ହେବ। ଏବେ ଟ୍ରେନ ଲାଇନ ମରାମତି ଚାଲିଥିବା ବେଳେ ଯାହାସବୁ ଅଦରକାରୀ ଲୁହା ଖଣ୍ଡ ବାହାରୁଛି ସେସବୁକୁ ତାଙ୍କ ଚାଷଜମିରେ ଫିଙ୍ଗା ଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି। ଯେଉଁଠି ମୃତଦେହ ପଡ଼ିଥିଲା ସେହି ଜମିରେ ଚାଷ କେମିତି ହେବ ଏବଂ ସେଠାରେ ଥିବା ଭଙ୍ଗାରୁଜା ବଗି ଗୁଡିକ କେବେ ଉଠିବ ବୋଲି ଭବେନ୍ଦୁ ପ୍ରଶ୍ନ କରିଛନ୍ତି। ଏଥିସହ ତାଙ୍କ ଜମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓହ୍ଲାଇବା ନେଇ ସେ ଖୁସି ବ୍ୟକ୍ତ କରିଥିବା ବେଳେ ତାଙ୍କ ଜମିରେ ଉଦ୍ଧାର କାର୍ଯ୍ୟ ବେଳେ ଯାହା ସବୁ ହୋଇଥିଲା ତାହାକୁ ନେଇ ସେ କୌଣସି ପ୍ରତିକ୍ରିୟାଶୀଳ ନୁହଁନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଟୁଇଷ୍ଟ: ଅର୍ପିତାଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ସ୍ତ୍ରୀ ଶ୍ରୀୟା

ବଲାଙ୍ଗୀର,୮।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟିଟିଲାଗଡ଼ରେ ରବିବାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ ଥିଲା ଶ୍ରଦ୍ଧାଞ୍ଜଳି ସଭା। ଏହି ସଭାରେ ଅଭିନେତା ଅନୁଭବ ମହାନ୍ତି, ଅସିମା...

ପିକ୍‌ନିକ୍‌ ସ୍ପଟ୍‌ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା

କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍‌ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ।...

ହ୍ୟୁମାନଙ୍କ ଗୀତ ଶୁଣି ଷ୍ଟେଜ୍‌ରେ କାନ୍ଦି ପକାଇଲେ ମା’-ସ୍ତ୍ରୀ-ଝିଅ

ବଲାଙ୍ଗୀର,୮ା୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶାର ସୁନାମଧନ୍ୟ ଗାୟକ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ଼ର ବୟଜ ହାଇସ୍କୁଲ ପଡ଼ିଆରେ ଓଡ଼ିଶା କଳାକାର ଏକତା ମଞ୍ଚ ପକ୍ଷରୁ ରବିବାର...

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri