Posted inଜାତୀୟ

ଭାଜପା-ଟିଡିପି ମେଣ୍ଟକୁ ନେଇ ଚର୍ଚ୍ଚା

ଅମରାବତୀ, ୫ା୬ (ଆଇଏଏନ୍‌ଏସ୍‌): ତେଲୁଗୁଦେଶମ୍‌ ପାର୍ଟି (ଟିଡିପି) ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ଶନିବାର ନୂଆଦିଲ୍ଲୀରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟି ଆଲୋଚନା କରିବା ପରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟରେ ଟିଡିପି ପୁନର୍ବାର ସାମିଲ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ୨୦୧୮ରେ ଚନ୍ଦ୍ରାବାବୁଙ୍କ ଦଳ ଏନ୍‌ଡିଏ ମେଣ୍ଟରୁ ଓହରିଯାଇଥିଲା। ଏହା ପରେ ଚନ୍ଦ୍ରାବାବୁ ପ୍ରଥମ ଥର ପାଇଁ ଶାହାଙ୍କୁ ଭେଟିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ତେଲଙ୍ଗାନା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ଆନ୍ଧ୍ରପ୍ରଦେଶ ବିଧାନସଭା ଓ ଲୋକ ସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ଭାଜପା ସହ ମେଣ୍ଟ କରିବା ଲାଗି ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ଆଗ୍ରହୀ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଶାହା ଏବଂ ନଡ୍ଡାଙ୍କ ସହ ଚନ୍ଦ୍ରାବାବୁ ଘଣ୍ଟାଏ ଧରି ଆଲୋଚନା କରିଥିଲେ। ଦୁଇ ତେଲୁଗୁ ଭାଷାଭାଷୀ ରାଜ୍ୟରେ ଟିଡିପି-ଭାଜପା ମେଣ୍ଟ ପାଇଁ ସେ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଜି୨୦ ଉପରେ ନେତାମାନଙ୍କ ସହ ପରାମର୍ଶ ବୈଠକରେ ଯୋଗଦେବା ଲାଗି ନୂଆଦିଲ୍ଲୀ ଯାଇଥିବା ଚନ୍ଦ୍ରାବାବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିପାରନ୍ତି ବୋଲି କୁହାଯାଉଛି। ତାଙ୍କ ସହ ଟିଡିପି ଏମ୍‌ପି କେ. ରବୀନ୍ଦ୍ର କୁମାର, କେସିନେନି ନାନି, ରାମମୋହନ ନାଇଡୁ, ପୂର୍ବତନ ଏମ୍‌ପି କେ. ରାମମୋହନ ରାଓ ଶନିବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚତ୍ଥିଲେ। ରାତି ୮ଟା ୫୫ରେ ଚନ୍ଦ୍ରାବାବୁ ଶାହାଙ୍କ ବାସଭବନରେ ପହଞ୍ଚତ୍ଥିବାବେଳେ କିଛି ସମୟ ପରେ ନଡ୍ଡା ସେଠାରେ ଉପସ୍ଥିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ରାତି ୧୦ଟା ପର୍ଯ୍ୟନ୍ତ ବୈଠକ ଚାଲିଥିଲା। ତେବେ ବୈଠକରେ କ’ଣ ନିଷ୍ପତ୍ତିି ହେଲା ତାହା ସେମାନେ ଗଣମାଧ୍ୟମକୁ କହି ନ ଥିଲେ।
ଆନ୍ଧ୍ରରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି (ଓ୍ବାଇଏସ୍‌ଆର୍‌ସିପି) ବିରୋଧରେ ମେଣ୍ଟ ଚୂଡ଼ାନ୍ତ କରିବା ପାଇଁ ଭାଜପା ସହଯୋଗୀ ତଥା ଅଭିନେତାରୁ ନେତା ହୋଇଥିବା ପଓ୍ବନ କଲ୍ୟାଣ ଦାବି କରିଆସୁଛନ୍ତି। ଓ୍ବାଇଏସ୍‌ଆର୍‌ସିପିକୁ କ୍ଷମତାରୁ ହଟାଇବା ଲାଗି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବାକୁ ଜନସେନା ପାର୍ଟି (ଜେଏସ୍‌ପି) ନେତା ଭାଜପା ନେତୃତ୍ୱକୁ ଅନୁରୋଧ କରିଥିଲେ। ୨୦୧୪ରେ ଟିଡିପି-ଭାଜପା ମେଣ୍ଟ ପାଇଁ ପ୍ରଚାର କରିଥିବା ପଓ୍ବନ ନିକଟରେ ଚନ୍ଦ୍ରାବାବୁଙ୍କ ସହ ଦୁଇଥର ବୈଠକ କରିସାରିଲେଣି। ପଓ୍ବନଙ୍କ ପ୍ରସ୍ତାବକୁ ଭାଜପା କେନ୍ଦ୍ରୀୟ ନେତୃତ୍ୱଙ୍କୁ ଜଣାଇ ଦିଆଯାଇଛି ଏବଂ ସେମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଦଳର ରାଜ୍ୟ ସଭାପତି ସୋମୁ ବୀରରାଜୁ ଗତ ସପ୍ତାହରେ କହିଥିଲେ।
୨୦୧୪ରେ ଭାଜପା ସହ ମେଣ୍ଟ କରି ଟିଡିପି ଆନ୍ଧ୍ରପ୍ରଦେଶରେ ସରକାର ଗଢ଼ିଥିଲା। ଆନ୍ଧ୍ରକୁ ସ୍ବତନ୍ତ୍ର ପାହ୍ୟା ମିଳିବାରେ ବିଳମ୍ବ ପ୍ରତିବାଦରେ ଚନ୍ଦ୍ରାବାବୁ ୨୦୧୮ରେ ଏନ୍‌ଡିଏ ମେଣ୍ଟରୁ ଓହରିଯାଇଥିଲେ। ପରେ କଂଗ୍ରେସ ସହ ମିଶି ସେ ତେଲଙ୍ଗାନା ବିଧାନସଭା ନିର୍ବାଚନ ଲଢ଼ିଥିଲେ ମଧ୍ୟ ଟିଡିପି ମାଟି କାମୁଡ଼ିଥିଲା। ୨୦୧୯ ଆନ୍ଧ୍ର ବିଧାନସଭା ଓ ଲୋକ ସଭା ନିର୍ବାଚନରେ ମଧ୍ୟ ଏହି ଦଳ ଶୋଚନୀୟ ପରାସ୍ତ ହୋଇଥିଲା। ୧୭୫ ଆସନ ବିଶିଷ୍ଟ ଆନ୍ଧ୍ର ବିଧାନସଭାରେ ଓ୍ବାଇଏସ୍‌ଆର୍‌ସିପି ୧୫୧ଟିରେ ଜିତି ସରକାର ଗଢ଼ିଥିଲା। ଏହି ନିର୍ବାଚନରେ ଟିଡିପିକୁ ୨୩ ଆସନ ମିଳିଥିବାବେଳେ ଲୋକ ସଭା ନିର୍ବାଚନରେ ଏହି ଦଳ ୨୫ରୁ ମାତ୍ର ୩ ଆସନ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri