ଡେଲିଗେଟ୍‌ଙ୍କୁ ‘ନାଟୁ ନାଟୁ’ ଷ୍ଟେପ୍‌ ଶିଖାଇଲେ ରାମଚରଣ

ମୁମ୍ବାଇ: ଶ୍ରୀନଗରରେ ସୋମବାରଠାରୁ ଜି-୨୦ ସମିଟ୍‌ ୩ୟ ୱାର୍କିଂ ଗ୍ରୁପ୍‌ ମିଟିଂ ଆରମ୍ଭ ହୋଇଛି। ଏହି ମିଟିଂ ୩ ଦିନ ଧରି ଚାଲିବ। ତେବେ ଏଥିରେ ଯୋଗଦେବାକୁ ସାଉଥ୍‌ ଅଭିନେତା ରାମଚରଣ ସୋମବାର ଶ୍ରୀନଗରରେ ପହଞ୍ଚିଛନ୍ତି। କଶ୍ମୀରରେ ଆୟୋଜିତ ହୋଇଥିବା ଏହି ଜି-୨୦ ସମିଟ୍‌ର ‘ଫିଲ୍ମ ଟୁରିଜମ୍‌ ଫର୍‌ ଇକୋନୋମି ଗ୍ରୋଥ୍‌ ଆଣ୍ଡ କଲ୍ଚରାଲ ପ୍ରିଜରଭେଶନ’ ମିଟିଂରେ ପ୍ରଥମ ଅଭିନେତା ଭାବେ ରାମଚରଣ ଯୋଗଦେଇଛନ୍ତି। ସେଥିରେ ଯୋଗଦେଇ ରାମଚରଣ ନାଟୁ ନାଟୁ ଗୀତ ତାଳରେ ୨ ଜଣ ଫରେନ ଡେଲିଗେଟଙ୍କୁ ‘ନାଟୁ ନାଟୁ’ ଡ୍ୟାନ୍ସ ଷ୍ଟେପ୍‌ ଶିଖାଉଥିବା ଦେଖିବାକୁ ମିଳିଛି। ଏହାପରେ ସେ ଏକ ସାକ୍ଷାତ୍‌କାରରେ ଜମ୍ମୁ-କଶ୍ମୀର ପ୍ରତି ଥିବା ତାଙ୍କର ଭଲ ପାଇବା ସମ୍ପର୍କରେ କହିଛନ୍ତି। ତେବେ ରାମଚରଣଙ୍କୁ ନିକଟରେ ଫିଲ୍ମ ‘ଆର୍‌ଆର୍‌ଆର୍‌’ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ତାଙ୍କ ଅଭିନୟ ଜରିଆରେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି। ସେ ୨୦୦୭ରୁ ଆକ୍ଟିଂ କ୍ୟାରିୟର ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ବହୁ ହିଟ୍‌ ମୁଭି ଦର୍ଶକଙ୍କୁ ଭେଟି ଦେଇସାରିଲେଣି। ଚଳିତବର୍ଷ ସେ ବଲିଉଡ୍‌ ଭାଇଜାନଙ୍କ ସହ ମଧ୍ୟ ଏକ ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ଏଥିସହ ତାଙ୍କ ହାତରେ ଏବେ ଆଉ କିଛି ଫିଲ୍ମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତିରୁପତି ମନ୍ଦିରରେ ବିବାହକୁ ନେଇ ଏମିତି କହିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିବାରେ ସଫଳ ହୋଇଛନ୍ତି। ସେ ଗତ କିଛି ଦିନ ଧରି...

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ ହୋଇଛି। ସେ ତିରୁଭାନନ୍ତପୁରମରେ ଥିବା ତାଙ୍କ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲା। ସେ...

ରାଗିଲେ କରନ୍‌ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri