ସହରରେ କୃତ୍ରିମ ବନ୍ୟା, ଜଳବନ୍ଦୀ ନେଇ ଆକ୍ସନପ୍ଲାନ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ଜୁନ ମାସରେ ସାଧାରଣତଃ ଓଡ଼ିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ଆଗମନ ହୋଇଥାଏ। ମେ’ ମାସ ଚାଲିଥିବାବେଳେ ମୌସୁମୀ ପୂର୍ବରୁ ସହରାଞ୍ଚଳରେ କିପରି ଜଳବନ୍ଦୀ ଓ କୃତ୍ରିମ ବନ୍ୟା ସ୍ଥିତିକୁ ଏଡାଯିବ, ସେନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ଆକ୍ସନପ୍ଲାନ ପ୍ରସ୍ତୁତ କରିଛି। ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଏ ନେଇ ଗୁରୁବାର ସମସ୍ତ ମ୍ୟୁନିସିପାଲ କମିଶନର, ମ୍ୟୁନିସିପାଲ କର୍ପୋରେଶନ, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମସ୍ତ ମ୍ୟୁନିସିପାଲିଟି ଓ ଏନ୍‌ଏସିକୁ ଚିଠି ଲେଖିଛନ୍ତି। ମୌସୁମୀ ପୂର୍ବରୁ ଜଳବନ୍ଦୀ ଓ କୃତ୍ରିମ ବନ୍ୟା ସ୍ଥତି ଏଡାଇବା ଲାଗି ଆଗୁଆ ପଦକ୍ଷେପ ନେବାକୁ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟତଃ ସହରାଞ୍ଚଳରେ ଥିବା ସମସ୍ତ ଡ୍ରେନ ସ୍ଥିତି ଯାଞ୍ଚ କରିବା ସହ ଚୋକ୍‌ ଥିବା ଡ୍ରେନର ପୁନଃ ସଂଯୋଗ ଓ ସଫେଇକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାସ୍ତାକଡ଼ରେ ଥିବା ମ୍ୟାନହୋଲ ଓ ମୁକୁଳା ଡ୍ରେନ ସ୍ଥଳ ଚିହ୍ନଟ କରି ଏହାକୁ ତୁରନ୍ତ ବନ୍ଦ କରିବାକୁ କୁହାଯାଇଛି। ଯେଉଁ ସ୍ଥାନରେ ମରାମତି ନ ହୋଇପାରୁଛି, ସେଠାରେ ଲୋକଙ୍କ ସଚେତନତା ଲାଗି ବ୍ୟବସ୍ଥା କରିବା, ସେହିପରି ଡ୍ରେନରେ ପଡୁଥିବା ନିର୍ମାଣାଧୀନ ବର୍ଜ୍ୟ ଲାଗି ଡ୍ରେନ ଜାମ ହେଉଥିବାରୁ ନିୟମିତ ରାସ୍ତାକଡରେ ଥିବା ଡ୍ରେନର ସଫେଇକୁ ଗୁରୁତ୍ୱ ଦେବା, ସଫେଇ ପରେ ଯେପରି ପୁନଃ ଉକ୍ତ ସାମଗ୍ରୀ ଡ୍ରେନ୍‌କୁ ନ ଆସେ ସେଥିପ୍ରତି ବିଶେଷ ଧ୍ୟାନ ଦେବା, ଜଳବନ୍ଦୀ ଓ ତଳି ଅଞ୍ଚଳ ଚିହ୍ନଟ କରି ଆପାତକାଳୀନ ସ୍ଥତିରେ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ପମ୍ପ ସେଟ ଲଗାଇବା, ଡ୍ରେନ ଉପରେ ଥିବା ଜବରଦଖଲ ହଟାଇବା ସହ ଜବରଦଖଲକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମୌସୁମୀ ସମୟରେ ଜଳବନ୍ଦୀ ଲାଗି ପାଣି ଜମିବା ଫଳରେ ମ୍ୟାଲେରିଆ, ଡେଙ୍ଗୁ ଏବଂ ଜାପାନିଜ ଏନ୍‌ସେଫାଲାଇଟିସ ଏବଂ ଜଳ ଦ୍ୱାରା ବ୍ୟାପୁଥିବା ଅନ୍ୟ ରୋଗ ହେବା ଆଶଙ୍କା ରହିଛି। ତେଣୁ ଏଥିପ୍ରତି ଧ୍ୟାନ ଦେବା ସହ ଜଳବନ୍ଦୀ ଅଞ୍ଚଳରେ ପରିମଳ ବ୍ୟବସ୍ଥାକୁ ସ୍ବତନ୍ତ୍ର ଭାବେ ଗୁରୁତ୍ୱ ଦେବାକୁ କୁହାଯାଇଛି।
ମୌସୁମୀ ସମୟରେ ସହାୟତା ଲାଗି ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟକାରୀ କରାଇବା, କମିଶନର ତଥା ଜିଲାପାଳଙ୍କ ନେତୃତ୍ୱରେ ଜଳବନ୍ଦୀ ସମୟରେ ନିୟମିତ ବୈଠକ କରିବା, ଜଳବନ୍ଦୀ ସମୟରେ ସମସ୍ତ ଲାଇନ ବିଭାଗ ସହ ସମନ୍ବୟ ରଖି ସ୍ଥିତିର ମୁକାବିଲା କରିବା ଲାଗି କୁହାଯାଇଛି। ପ୍ରଥମଥର ୱାର୍ଡର ଲୋକପ୍ରତିନିଧି (କର୍ପୋରେଟର) ଓ ୱାର୍ଡ କମିଟିକୁ ଜଳବନ୍ଦୀ ସ୍ଥିତି ପରିଚାଳନା କରିବାରେ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri