Posted inଫୁରସତ

ଫାଉଣ୍ଟେନ ପେନ୍‌

ଦିନ ଥିଲା ମନର ଭାବକୁ ମଣିଷ ବିଭିନ୍ନ ପକ୍ଷୀର ପରକୁ ସ୍ୟାହୀରେ ବୁଡାଇ ଲେଖୁଥିଲା। ପରେ ଆସିଲା କଲମ ବା ଫାଉଣ୍ଟେନ ପେନ୍‌ର ଯୁଗ। ଯେଉଁଥିରେ ସ୍ୟାହୀ ସଞ୍ଚୟ କରି ରଖିବାର ବ୍ୟବସ୍ଥା ଥିଲା। ଲେଖିବାବେଳେ ସେହି ସ୍ୟାହୀ ନିବ ଦେଇ ବାହାରୁଥିଲା। ପରେ ଆସିଲା ବଲ୍‌ ପଏଣ୍ଟ ପେନ୍‌ର ଯୁଗ। ଏହାର ଚାହିଦା ଏତେ ରହିଲା ଯେ ଫାଉଣ୍ଟେନ ପେନ୍‌ର ଆଦର କମିଗଲା। ତେବେ ଏହାର ଚାହିଦା ଏବେ ବି ସମ୍ପୂର୍ଣ୍ଣଭାବେ କମିନି। ଆଜି ମଧ୍ୟ ଅନେକେ ସୁନ୍ଦର ହସ୍ତାକ୍ଷର ପାଇଁ ଏହାକୁ ବ୍ୟବହାର କରୁଛନ୍ତି। ହେଲେ ଜାଣନ୍ତି କି ଏହାକୁ କିଏ ପ୍ରଥମେ ତିଆରି କରିଥିଲେ? ପେତ୍ରାଚେ ପୋଏନରୁଙ୍କୁ ପ୍ରଥମ ଫାଉଣ୍ଟେନ ପେନ୍‌ର ଉଦ୍ଭାବକ କୁହାଯାଏ। ସେ ଏକ ହଂସର ବଡ଼ ପରକୁ ବ୍ୟବହାର କରି ଏହାକୁ ତିଆରି କରିଥିଲେ। ଯେଉଁଥିରେ ସ୍ୟାହୀ ଷ୍ଟୋର କରି ରଖିହେଉଥିଲା। ପରେ ରବର୍ଟ ଓ୍ବିଲିୟମ ଥମ୍‌ସନ୍‌ ୧୮୪୯ରେ ବି ଏକ ଫାଉଣ୍ଟେନ ପେନ୍‌ ଉଦ୍ଭାବନ କରିଥିଲେ, ଯାହା କିଛିଟା ଉନ୍ନତମାନର ଥିଲା।
ଭାରତରେ ଫାଉଣ୍ଟେନ ପେନ୍‌: ଭାରତରେ ୮୦-୯୦ ଦଶକରେ ଫାଉଣ୍ଟେନ ପେନ୍‌ ବେଶି ଲୋକପ୍ରିୟ ହେଇଥିଲା। ପିଲାଠାରୁ ବୟସ୍କ ସମସ୍ତେ ଏହାକୁ ବ୍ୟବହାର କରୁଥିଲେ। ତେବେ ସରକାରୀ ଭାବେ ୧୯୩୨ରେ ରତ୍ନମ୍‌ ପେନ୍‌ ଓ୍ବାର୍କସ୍‌ ଦ୍ୱାରା ନିର୍ମିତ ହୋଇଥିଲା ପ୍ରଥମ ଭାରତୀୟ ଫାଉଣ୍ଟେନ ପେନ୍‌। ଆଉ ସେହି ସ୍ବଦେଶୀ କଲମକୁ ୧୯୩୫ରେ ମହାତ୍ମା ଗାନ୍ଧୀଙ୍କୁ ପ୍ରଦାନ କରାଯାଇଥିଲା। ୮୦-୯୦ ଦଶକରେ କାନପୁର ସହର ଫାଉଣ୍ଟେନ ପେନ୍‌ ତିଆରି କରୁଥିବା ଅଗ୍ରଣୀ ସହରଭାବେ ପରିଚିତ ଥିଲା। ଏଠାରେ ୧୦ରୁ ଅଧିକ ଫାଉଣ୍ଟେନ ପେନ ଫ୍ୟାକ୍ଟରୀ ଥିଲା। ଏଠାରେ ନିର୍ମିତ ଫାଉଣ୍ଟେନ ପେନ୍‌ ସାରା ପୃଥିବୀରେ ପ୍ରସିଦ୍ଧ ଥିଲା। ଏବେ କାନପୁରରେ କେବଳ ‘କ୍ୟାନରାଇଟ୍‌’ ନାମକ କମ୍ପାନୀ ଫାଉଣ୍ଟେନ ପେନ୍‌ ତିଆରି କରୁଛି, ଯାହାକି ୧୯୮୬ରୁ ଫାଉଣ୍ଟେନ ପେନ୍‌ ତିଆରି କରି ଆସୁଛି। ୯୦ ଦଶକର ଶେଷଭାଗକୁ ଡଟ୍‌ ପେନ, ବଲ ପଏଣ୍ଟ ପେନ, ଜେଲ ପେନ୍‌, ରୋଲର୍‌ ପେନ୍‌ ଆସିଯିବା ଦ୍ୱାରା ଫାଉଣ୍ଟେନ ପେନ୍‌ର ବଜାର ଧରାଶାୟୀ ହେଇଗଲା। ହେଲେ ଏବେ ଦେଖିବାକୁ ମିଳୁଛି ପୁଣିଥରେ ଏହାର ଚାହିଦା ବଢୁଛି। ତେଣୁ ଭାରତ ସହିତ ୨୫ଟି ଦେଶରେ କାନପୁରର ଫାଉଣ୍ଟେନ ପେନ୍‌ ଓ ନିବ୍‌ର ଚାହିଦା ଜବରଦସ୍ତ ବଢିଛି। ପୃଥିବୀରେ ୪ଟି ଦେଶ ଫାଉଣ୍ଟେନ ପେନ ତିଆରି କରୁଛନ୍ତି। ସେ ହେଲା ଜର୍ମାନୀ, ଜାପାନ, ଚାଇନା ଓ ଭାରତ। ଜର୍ମାନୀ ଓ ଜାପାନରେ ନିର୍ମିତ ପେନ ବହୁତ ଦାମୀ ହୋଇଥାଏ। ଚାଇନାରେ ପ୍ରସ୍ତୁତ ଫାଉଣ୍ଟେନ ପେନ୍‌ର କ୍ୱାଲିଟି ଭଲ ନ ଥାଏ। ହେଲେ ଭାରତରେ ତିଆରି ଫାଉଣ୍ଟେନ ପେନ୍‌ର କ୍ୱାଲିଟି ଓ ଦାମ ଉଭୟ ଭଲ। ତେଣୁ ଭାରତୀୟ ଫାଉଣ୍ଟେନ ପେନ୍‌ର ଚାହିଦା ସାରା ପୃଥିବୀରେ ଅଛି। ତେବେ ଭାରତ ସମତେ ଅନ୍ୟ ଦେଶଗୁଡିକରେ ଫାଉଣ୍ଟେନ ପେନ୍‌ ଏବେ କେବଳ ସଉକଭାବେ ବ୍ୟବହାର କରାଯାଉଛି। ସୁନା ଓ ପ୍ଲାଟିନମ୍‌ ନିବ୍‌ ଥିବା ଫାଉଣ୍ଟେନ ପେନ୍‌କୁ ଅନେକେ ସଉକଭାବେ କିଣୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri