Posted inଜାତୀୟ

ଏମ୍‌ପି, ବିଧାୟକଙ୍କ ସଦସ୍ୟତା ରଦ୍ଦକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୨୬।୩(ପି.ଟି.): ବିଧାୟକ କିମ୍ବା ଏମ୍‌ପି କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ଜେଲଦଣ୍ଡ ପାଇଥିଲେ ଲୋକ ପ୍ରତିନିଧି ଆଇନର ଧାରା ୮(୩) ଅନୁଯାୟୀ ସେମାନଙ୍କ ସଭ୍ୟ ପଦ ସ୍ବତଃ ରଦ୍ଦ ହୋଇଯାଉଛି। ଏଭଳି ସଦସ୍ୟତା ରଦ୍ଦକୁ କେରଳର ଜଣେ ସାମାଜିକ କର୍ମୀ ଶନିବାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ୨୦୧୯ର ଏକ ମାନହାନି ମାମଲାରେ ଗୁଜରାଟର ସୁରଟସ୍ଥିତ ଏକ ଅଦାଲତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡ ଶୁଣାଇବା ପରେ ଓ୍ବାୟନାଡ୍‌ ଲୋକ ସଭା ଆସନରୁ ତାଙ୍କ ସଦସ୍ୟତାକୁ ରଦ୍ଦ କରିଦିଆଯାଇଛି। ଏହା ଉପରେ ଆବେଦନକାରୀ ଆଭା ମୁରଲୀଧରନ୍‌ ପ୍ରଶ୍ନ ଉଠାଇଛନ୍ତି। ଲୋକ ପ୍ରତିନିଧି ଆଇନ, ୧୯୫୧ର ଧାରା ୮(୩)ରେ ସ୍ବତଃ ସଭ୍ୟପଦ ରଦ୍ଦ ମନମାନି ଓ ବେଆଇନ ହୋଇଥିବାରୁ ଏହାକୁ ସମ୍ବିଧାନ ଅଧିକାର ବାହାରେ ବୋଲି ଘୋଷଣା କରିବାକୁ ମୁରଲୀଧରନ ପିଟିଶନରେ ଦାବି କରିଛନ୍ତି। ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ଦ୍ୱାରା ନିର୍ବାଚିତ ଜନପ୍ରତିନିଧିଙ୍କ ସଦସ୍ୟତା ରଦ୍ଦ କରାଯିବା ଦ୍ୱାରା ତାଙ୍କ ଉପରେ ଜନସାଧାରଣ ନ୍ୟସ୍ତ କରିଥିବା ଦାୟିତ୍ୱ ନିର୍ବାହ କରିବାରୁ ସେ ବଞ୍ଚତ୍ତ ହୋଇଥାନ୍ତି। ଏହା ଗଣତାନ୍ତ୍ରିକ ନୀତିର ପରିପନ୍ଥୀ ବୋଲି ମୁରଲୀଧରନ କହିଛନ୍ତି। ଅପରାଧକୁ ବିଚାରକୁ ନିଆ ନ ଯାଇ ସଦସ୍ୟତା ସ୍ବତଃ ରଦ୍ଦ କରିଦିଆଯିବା, ସ୍ବାଭାବିକ ନ୍ୟାୟ ବିରୁଦ୍ଧ। ଅନେକ ସମୟରେ ତଳ କୋର୍ଟଙ୍କ ରାୟ ଉଚ୍ଚତର କୋର୍ଟରେ ବଦଳିଯାଇଥାଏ। ଏଭଳି ସ୍ଥିତିରେ ଯେଉଁ ଜନପ୍ରତିନିଧି ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବା ଲାଗି ଜନାଦେଶ ପାଇଥିଲେ, ତାଙ୍କର ମୂଲ୍ୟବାନ ସମୟକୁ ବ୍ୟର୍ଥ କରାଯାଇପାରିବ କି ବୋଲି ପିଟିଶନରେ ପ୍ରଶ୍ନ କରାଯାଇଛି। ଆଇନଜୀବୀ ଦୀପକ ପ୍ରକାଶଙ୍କ ଜରିଆରେ ମୁରଲୀଧରନ ଏହି ପିଟିଶନ ଦାଏର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri