ଶୁଷ୍କ ଗୋବରୀ ନଦୀ ଜମି ଜବରଦଖଲ ବଢ଼ୁଛି

ପଟ୍ଟାମୁଣ୍ଡାଇ,୨୦ା୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ପାଖ ଦେଇ ପ୍ରବାହିତ ଗୋବରୀ ନଦୀ ଶୁଷ୍କ ହୋଇଯିବାରୁ ଜବରଦଖଲକାରୀମାନେ ନଦୀ କିସମ ଜମିକୁ ଜବରଦଖଲ କରି ଘରଦ୍ୱାର କରିବାରେ ଲାଗିପଡ଼ିଛନ୍ତି। ଏହି ନଦୀ ୧୫ ଦଶନ୍ଧି ପୂର୍ବରୁ ଚିରସ୍ରୋତା ସହ ନୌକା ଚଳାଚଳ ପାଇଁ ଉଦ୍ଦିଷ୍ଟ ଥିଲା। ମାତ୍ର ବ୍ରାହ୍ମଣୀ ସହ ଗୋବରୀ ନଦୀର ସଂଯୋଗ ପଥ ବନ୍ଦ ହେବାରୁ ଗୋବରୀ ନଦୀ କ୍ରମଶଃ ପୋତିହୋଇ ପଡ଼ିବାରୁ ଜମି ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯିବାରେ ଲାଗିଛି। ଫଳରେ ଏହି ନଦୀ ଉପରେ ନିର୍ଭର କରୁଥିବା ଉଭୟପାଶର୍‌ବର ଶତାଧିକ ଗ୍ରାମବାସୀ ହଇରାଣ ହେଉଛନ୍ତି। ଏଥିସହ ପାଣି ଅଭାବ ଯୋଗୁ ହଜାର ହଜାର ଏକର ଉର୍ବର ଚାଷଜମି ପଡ଼ିଆ ପଡୁଛି, ଯାହାଦ୍ୱାରା ଲୋକମାନଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ ଘଟିପାରୁନାହିଁ। ଏ ନେଇ ସାମାଜିକ କର୍ମୀ ଓ ଅଧିବାସୀମାନେ ଆଇନର ଆଶ୍ରୟ ନେଇଛନ୍ତି। ସରକାର ଏହି ନଦୀ ଭିତରେ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣକୁ ନେଇ ଚାଷୀ, ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାର ଲାଗିଛି।
ସାମାଜିକ କର୍ମୀ ବିଜୟ ରାଉତ କୁହନ୍ତି, କେନ୍ଦ୍ରାପଡ଼ା ଜିଲାରେ ୭ ନଦୀ, ୨୭ ନାଳରେ ଜଳ ପ୍ରବାହିତ ହେଉଛି। ଧାନ ସହ ମାଛଚାଷ ଜିଲାର ଅର୍ଥନୀତିକୁ ସୁଦୃଢ଼ କରୁଛି। ୫୦ ହଜାର ଚାଷୀଙ୍କ ଜୀବନରେଖା ଗୋବାରୀ ନଦୀ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅଧିକାଂଶ ସ୍ଥାନରେ ଏହାର ଶଯ୍ୟା ବର୍ଷାଦିନେ ବି ଶୁଷ୍କ ରହୁଛି। ଏହାକୁ ନେଇ କେବଳ ନଦୀ ଅଞ୍ଚଳର ଲୋକେ ଚିନ୍ତା ପ୍ରକଟ କରିଛନ୍ତି। ପରିବେଶବିତ୍‌ ବିଭୂତି ଭୂଷଣ ମହାପାତ୍ର କୁହନ୍ତି, ଗୋବରୀ ନଦୀ ଶୁଷ୍କ ହୋଇପଡୁଥିବାବେଳେ ଛୋଟ ନଦୀ ସବୁର ବର୍ଷାଦିନେ ଅବସ୍ଥା କିଭଳି ଥିବ ତାହା ସହଜରେ ଆକଳନ କରାଯାଇପାରେ। ଏଭଳି ପରିସ୍ଥିତି ହେବା ଚିନ୍ତାଜନକ। କାରଣ ଆମ ପାଇଁ ଯେତିକି ପରିମାଣର ଜଳ ଆବଶ୍ୟକ ତାହାର ୬୫ ପ୍ରତିଶତରୁ ଅଧିକ ନଦୀ ଦ୍ୱାରା ପୂରଣ ହୋଇଥାଏ। ବୁଦ୍ଧିଜୀବୀ ଅନନ୍ତ ଦାଶ କୁହନ୍ତି, ଗୋବରୀ ନଦୀ ରୂପରେ ପଟ୍ଟାମୁଣ୍ଡାଇ ଅଞ୍ଚଳକୁ ଯେଉଁ ପ୍ରକୃତିର ବରଦାନ ମିଳିଛି, ସରକାର ଅନ୍ତତଃ ନଦୀର ଅସ୍ତିତ୍ୱ ପ୍ରତି ସମ୍ବେଦନଶୀଳ ରହିବା ଆବଶ୍ୟକ। କିନ୍ତୁ ଦୁର୍ଭାଗ୍ୟବଶତଃ ବିକାଶରୂପକ ବିପର୍ଯ୍ୟୟ ହିଁ ଆଜି ନଦୀ ପ୍ରତି ଥିବା ଆମ ସମ୍ବେଦନଶୀଳତାକୁ ମାରି ଦେଇଛି। ଆଇନଜୀବୀ ପ୍ରମୋଦ ସାହୁ କୁହନ୍ତି, ସରକାର ଗୋବରୀ ନଦୀକୁ ପୋତି ଏହା ଭିତରେ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ନଦୀ ଭିତରେ ଷ୍ଟାଡିୟମ ନିର୍ମାଣ ହେବା ଫଳରେ ନଦୀ ଜମିକୁ ଜବରଦଖଲ କରିଥିବା ବ୍ୟକ୍ତିଙ୍କ ଜାଗା ସୁରକ୍ଷିତ ହୋଇଗଲା ବୋଲି ଆଲୋଚନା ହେଉଛି। ନଦୀଗୁଡିକୁ ସଂରକ୍ଷଣ କରିବା ପରିବର୍ତ୍ତେ ସରକାରୀ ଅଧିକାରୀମାନଙ୍କ ପ୍ରୋତ୍ସାହନରେ କେତେଜଣ ମୃଷ୍ଟିମେୟ ଲୋକ ନଦୀ ଜମିକୁ ଜବରଦଖଲ କରି ବସତି କରିବା ଆରମ୍ଭ କରିଦେଲେଣି। ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କୁହନ୍ତି, ରାଜ୍ୟ ସରକାର ଓ ସ୍ଥାନୀୟ ରାଜନେତା ପଟ୍ଟାମୁଣ୍ଡାଇର ଇତିହାସ, ଭୌଗୋଳିକ ଅବସ୍ଥିତିକୁ ନ ଜାଣି କେବଳ ସ୍ବପ୍ନ ଦେଖିବାରେ ବ୍ୟସ୍ତ ରହୁଛନ୍ତି। ଠିକ୍‌ ଭାବେ ଆକଳନ ନ କରି ଅଞ୍ଚଳବାସୀଙ୍କୁ ମରଣମୁହଁକୁ ଠେଲି ଦେଉଛନ୍ତି। ଦି ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଶ୍ୱ ତାପମାନ ଓ ଖାଦ୍ୟ ପଦାର୍ଥର ନୂତନ ରିପୋର୍ଟରୁ ଜଣାପଡ଼ିଛି, ଭାରତକୁ ୨୦୫୦ରେ ପାଣି ଅଭାବ, ଭୀଷଣ ଗରମ କାରଣରୁ ଖାଦ୍ୟ ଯୋଗାଣରେ ୧୬ ପ୍ରତିଶତରୁ ଅଧିକ ଅଭାବ ସାମ୍ନା କରିବାକୁ ପଡ଼ିପାରେ। ୨୦୧୯ରେ ଜଳସଙ୍କଟର ସମ୍ମୁଖୀନ ହେଉଥିବା ଦେଶଗୁଡ଼ିକ ତାଲିକାରେ ଭାରତ ବିଶ୍ୱସ୍ତରରେ ୧୩ତମ ସ୍ଥାନରେ ରହିଛି। ଭାରତର ସ୍ଥିତି ଆଗକୁ ଅଧିକ ବିଗିଡ଼ିପାରେ। ଚାଷୀଙ୍କୁ ଜଳସେଚନରେ ଜଳାଭାବ ଦେଖାଦେଇପାରେ। ଜଳସଙ୍କଟ ଯୋଗୁ ଖାଦ୍ୟ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହେବ। ଏଥିଯୋଗୁ ଯୋଗାଣ କମିବା ସହ ରପ୍ତାନି ଜାଗାରେ ଭାରତକୁ ଖାଦ୍ୟ ଆମଦାନୀ କରିବାକୁ ପଡ଼ିପାରେ ବୋଲି ଉଲ୍ଲେଖ ରହିଛି। ବୁଦ୍ଧିଜୀବୀ ଚିତ୍ତରଞ୍ଜନ ମଲ୍ଲିକ କୁହନ୍ତି, ଶୁଷ୍କ ନଦୀର ପୁନରୁଦ୍ଧାର ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ୨୦୨୨ ଏପ୍ରିଲ ୧ରେ ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦାବି କରିଥିଲେ। ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ, ଆମ ବିଭାଗ ସଜାଗ ରହିଛି। ସେଥିପାଇଁ ବିଭିନ୍ନ ସମୟରେ ବଜେଟରେ ପ୍ରାବଧାନ ରଖାଯାଉଛି। ଯେଉଁଠି ନଦୀ ଶୁଖିଯାଇଛି, ସେଠାକୁ କିପରି ନିରନ୍ତର ଜଳ ପ୍ରବାହିତ ହୋଇପାରିବ ସେଥିପାଇଁ ୟୁନିସେଫ୍‌ ସହ ଜଳସମ୍ପଦ ବିଭାଗ କରିଥିବା ଏମ୍‌ଓୟୁରେ ଆବଶ୍ୟକ ବ୍ୟବସ୍ଥା ରଖାଯାଇଛି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରେ ଇନ୍‌ଡୋର ଷ୍ଟାଡିୟମ ହେଉଥିବା ସ୍ଥାନ ୧୦ବର୍ଷ ତଳୁ ନଦୀ କିସମରୁ କନ୍‌ଭର୍ସନ ହୋଇ ରଖିତ କିସମ ହୋଇସାରିଛି। ସେଥିଲାଗି ଷ୍ଟାଡିୟମ ନିର୍ମାଣ ହେଉଛି। ନଦୀ ଜମିକୁ ଜବରଦଖଲ ନେଇ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri