Odisha Elections 2024

୨୦୧୮ ଜୁନ୍‌ରୁ ମହଙ୍ଗା ଭତ୍ତା ସହ ମିଳିବ ବର୍ଦ୍ଧିତ ପ୍ରାପ୍ୟ

କଟକ ଅଫିସ,୧୮ା୩: ଓଡ଼ିଶା ପୋଲିସରେ କାର୍ଯ୍ୟରତ ହୋମ୍‌ଗାର୍ଡମାନଙ୍କୁ ସ୍ଥାୟୀ କନଷ୍ଟେବଲଙ୍କ ପରି ଦରମା ଓ ମହଙ୍ଗା ଭତ୍ତା ମିଳିବ। ସ୍ଥାୟୀ କନଷ୍ଟେବଲଙ୍କ ଦରମା ବଢ଼ିବା ଅନୁସାରେ ହୋମଗାର୍ଡଙ୍କ ଦରମା ବି ବଢ଼ିବ। ଏଥିସହ ରାଜ୍ୟ ସରକାର ଏହାକୁ ପିଛିଲା ଭାବେ ୨୦୧୮ ଜୁନ୍‌ରୁ ଲାଗୁ କରିବାକୁ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଏମ୍‌. ଆର୍‌.ଶାହ ଓ ବିଚାରପତି ଏମ୍‌. ଏମ୍‌. ସୁନ୍‌ଦ୍ରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଏହି ରାୟ ଶୁଣାଇଛନ୍ତି।
ହୋମ୍‌ଗାର୍ଡଙ୍କୁ ସ୍ଥାୟୀ କନଷ୍ଟେବଲଙ୍କ ଭଳି ଦରମା ଓ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଏକ ମାମଲାର ବିଚାର କରି ୨୦୧୬ରେ ରାୟ ପ୍ରଦାନ କରିଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହାକୁ ପାଳନ କରିବା ପାଇଁ ୨୦୧୬ ସେପ୍ଟେମ୍ବର ୧୬ରେ ଚିଠି କରାଯାଇଥିଲା। ଅନ୍ୟ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥିବାବେଳେ ଓଡ଼ିଶାରେ କରାଗଲା ନାହିଁ। ମନ୍ତ୍ରଣାଳୟ ପକ୍ଷରୁ ଏହି ମର୍ମରେ ପୁଣି ୨୦୧୬ ଅକ୍ଟୋବର ୫ରେ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ସଚିବଙ୍କୁ ଚିଠି କରାଯାଇ ତୁରନ୍ତ ହୋମ୍‌ଗାର୍ଡଙ୍କ ଦରମା ବୃଦ୍ଧି ଓ ମହଙ୍ଗା ଭତ୍ତା ପ୍ରଦାନ ନେଇ ପଦକ୍ଷେପ ନେବାକୁ କୁହାଗଲା। ହେଲେ ଓଡ଼ିଶା ସରକାର ତାହା କଲେ ନାହିଁ। ଏହାକୁ ନେଇ ହୋମଗାର୍ଡମାନଙ୍କ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ୨୦୧୮ରେ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଏହି ମାମଲାର ବିଚାର କରି ୨୦୧୬ରୁ ହୋମ୍‌ଗାର୍ଡମାନଙ୍କୁ ବକେୟା ପ୍ରାପ୍ୟ ଦିନକୁ ୫୩୩ ଟଙ୍କା ଲେଖାଏ ଦରମା ହିସାବ କରି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ଜଣିକିଆ ଖଣ୍ଡପୀଠଙ୍କ ରାୟ ବିରୋଧରେ ଡିଭିଜନ ବେଞ୍ଚରେ ଅପିଲ କରିଥିଲେ। ହାଇକୋର୍ଟଙ୍କ ଡିଭିଜନ ବେଞ୍ଚ ମାମଲାର ବିଚାର କରି ୨୦୧୬ ପରିବର୍ତ୍ତେ ୨୦୨୦ରୁ ବକେୟା ଦରମା ବର୍ଦ୍ଧିତ ଭାବେ ପ୍ରଦାନ କରିବାକୁ ରାୟ ପ୍ରଦାନ କରିଥିଲେ। ହାଇକୋର୍ଟ ଡିଭିଜନ ବେଞ୍ଚର ଏହି ରାୟରେ ହୋମ୍‌ଗାର୍ଡମାନେ ସନ୍ତୁଷ୍ଟ ନ ହୋଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ହୋମ୍‌ଗାର୍ଡମାନଙ୍କ ଆବେଦନର ବିଚାର କରି ଓଡ଼ିଶା ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଦେଇଥିବା ରାୟ ଅନୁସାରେ ଦିନକୁ ୫୩୩ ଟଙ୍କା ଦରମା ଓ ମହଙ୍ଗା ଭତ୍ତା ହୋମ୍‌ଗାର୍ଡଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହା ୨୦୧୮ ଜୁନ୍‌ରୁ ଲାଗୁ କରିବା ପାଇଁ ରାୟରେ ସ୍ପଷ୍ଟ କରିଛନ୍ତି। ଏଥିସହ ସ୍ଥାୟୀ କନଷ୍ଟେବଲଙ୍କ ପରି ସମୟାନୁସାରେ ବର୍ଦ୍ଧିତ ଦରମା ଓ ମହଙ୍ଗା ଭତ୍ତା ମଧ୍ୟ ହୋମଗାର୍ଡମାନଙ୍କୁ ପ୍ରଦାନ କରାଯିବ। ଆଗାମୀ ୩ ମାସ ମଧ୍ୟରେ ବକେୟା ରାଶି ପ୍ରଦାନ କରିବା ପାଇଁ ରାୟରେ ଉଲ୍ଲେଖ କରାଯାଇଛି। ଆବେଦନକାରୀ ଓଡ଼ିଶା ହ୍ୟୁମାନ ରାଇଟ୍ସ ମିଶନର ରାଜ୍ୟ ସଭାପତି ଦିଲୀପ ଧଳ ଓ ମହିଳା ସଭାପତି ଆରତୀ ମଙ୍ଗରାଜଙ୍କ ପକ୍ଷରୁ ଆଗତ ଏହି ମାମଲାକୁ ଆଇନଜୀବୀ ଶେଖର ଶ୍ରୀବାସ୍ତବ ଓ ପ୍ରେରଣା ସିଂହ ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ରୋଡ ଶୋ’ ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ ମୋଦି

ପୁରୀ,୧୯।୫: ରବିବାର ତୃତୀୟ ଥର ପାଇଁ ପ୍ରଚାରରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ। ଶ୍ରୀଜିଉଙ୍କ ଦର୍ଶନ ସହ ଶ୍ରୀକ୍ଷେତ୍ରରେ ରୋଡ୍‌ ସୋ...

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଠକେଇ ମାମଲାର ନୂଆ ମୋଡ଼, ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଏତଲାକାରୀଙ୍କ ସତ୍ୟପାଠ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ଭାଜପା ଲୋକସଭା ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସ ନାଁରେ ଚାକିରି ଦେବାକୁ କହି ଅନେକ ଯୁବତୀ ଯୁବକଙ୍କଠାରୁ ଲକ୍ଷ...

ପିସି କାରବାରରୁ ଅଭାବୀ ବିକ୍ରି

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାର ଜନସଂଖ୍ୟାରୁ ପ୍ରାୟ ୮୦ପ୍ରତିଶତ କୃଷକ ଏବଂ ଅଧିକାଂଶ ଧାନଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଜିଲାରେ ଧାନ କିଣାବିକା ସମସ୍ୟା ସାଧାରଣରେ...

ଭାଜପାରେ ମିଶିଲେ ସମୀର

ଭୁବନେଶ୍ୱର,୧୯ା୫: ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ରବିବାର ବିଜେଡି ଛାଡ଼ି ଭାଜପାରେ ମିଶିଛନ୍ତି। ଆଜି ସକାଳେ ସେ ତାଙ୍କ ପ୍ରାଥମିକ ସଦସ୍ୟ...

ବିଜେଡି-ଭାଜପା ମୁଦ୍ରାର ଉଭୟ ପାର୍ଶ୍ୱ : ସଚିନ୍‌

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ), ୧୯।୫: ‘ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ’, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା...

ଭାଜପା ପ୍ରାର୍ଥୀଙ୍କର ୧୨ ଗାଡ଼ି, ୧୧୫୦ ଗ୍ରାମ୍‌ ସୁନା

ରାଜନଗର, ୧୯ା୫(ଭାସ୍କର ରାଉତରାୟ)ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ମଇଦାନରେ ୯ ପ୍ରାର୍ଥୀ ଅଛନ୍ତି। ଶାସକ ବିଜେଡିରୁ ଧ୍ରୁବ ଚରଣ ସାହୁ, କଂଗ୍ରେସରୁ ଅଶୋକ କୁମାର...

ଭୋଟ୍‌ ବେଲେ ମାଗି ଆଏସନ୍‌

ସୁନ୍ଦରଗଡ଼ରୁ ଅନିଲ ଦାସ,୧୯ା୫: ଭୋଟ୍‌ ବେଲେ ମାଗି ଆଏସନ୍‌, ପଛେ ଦେଖା ନି ମିଲେ। ଏହାର ଅର୍ଥ ନେତାମାନେ ନିିର୍ବାଚନ ସମୟରେ ଭୋଟ ମାଗିବାକୁ ଘରକୁ...

ଡିଜିପି ପରିବର୍ତ୍ତନ ଦାବି କଲା ଭାଜପା

ଭୁବନେଶ୍ୱର,୧୯।୫(ଅନୁରାଧା ମହାରଣା)ନିର୍ବାଚନ ହାରିବା ଭୟରେ ବିଜେଡି ସରକାରୀ କଳ, ବଳର ଅପବ୍ୟହାର କରିବା ସହ ରକ୍ତମୁଖା ହୋଇ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri