ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ଅପହରଣ ଉଦ୍ୟମ

ପଟ୍ଟାମୁଣ୍ଡାଇ, ୧୭ା୩(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର ଜଣେ ଛାତ୍ରୀ କାର କାଚ ଭାଙ୍ଗି ଅପହରଣକାରୀଙ୍କ କବଳରୁ ଖସି ଆସିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟା୧୫ରେ ଏହି ଘଟଣା ଘଟିଛି। ଦୁର୍ବୃତ୍ତମାନେ ଏକ କାରରେ ସମ୍ପୃକ୍ତା ଛାତ୍ରୀକୁ କୌଣସି ଔଷଧ ଶୁଙ୍ଗାଇ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ହେଲେ ତାହା କାଟୁ କରି ନ ଥିଲା। ଫଳରେ ଛାତ୍ରୀ ଜଣକ ଅପହରଣକାରୀଙ୍କ କବଳରୁ ଖସି ଆସିବାକୁ ଉଦ୍ୟମ କରିଥିଲେ। ଏହାଦେଖି ଅପହରଣକାରୀମାନେ ତାଙ୍କୁ ବ୍ଲେଡ୍‌ରେ ଆକ୍ରମଣ କରିବାରୁ ସେ ଆହତ ହୋଇଛନ୍ତି। ଶେଷରେ ଅପହରଣକାରୀମାନେ ତାଙ୍କୁ ସ୍ଥାନୀୟ ଗଜାନନ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଛାଡି କେନ୍ଦ୍ରାପଡ଼ା ଆଡକୁ ଚାଲିଯାଇଥିବା ଛାତ୍ରୀ ଜଣକ କହିଛନ୍ତି। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ପଟ୍ଟାମୁଣ୍ଡାଇ ଅଞ୍ଚଳର ଏକ ହାଇସ୍କୁଲରେ ମାଟ୍ରିକ୍‌ ପରୀକ୍ଷା ଦେଇ ଛାତ୍ରୀ ଜଣକ ଘରକୁ ଫେରୁଥିଲେ। ଏ ସମୟରେ ୩ଜଣ ଦୁର୍ବୃତ୍ତ ଛାତ୍ରୀଙ୍କୁ କିଛି ଶୁଙ୍ଗାଇ ଅଚେତ କରିବାକୁ ଉଦ୍ୟମ କରିବା ସହ କାରକୁ ଉଠାଇ ନେଉଥିଲେ। ହେଲେ କାର ଭିତରେ ଛାତ୍ରୀ ଜଣଙ୍କ ସହ ଦୁର୍ବୃତ୍ତମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଛାତ୍ରୀ ଜଣଙ୍କ ଗୋଇଠା ମାରି କାରର କାଚ ଭାଙ୍ଗି ସେମାନଙ୍କ କବଳରୁ ମୁକୁଳିବା ପାଇଁ ଚିତ୍କାର କରିଥିଲେ। ଦୁର୍ବୃତ୍ତମାନେ ଏହା ଦେଖି ବ୍ଲେଡ୍‌ ସାହାଯ୍ୟରେ ଛାତ୍ରୀଙ୍କୁ ଆକ୍ରମଣ କରିବାରୁ ତାଙ୍କ ହାତ, ବେକ ଓ ଗୋଡରେ କ୍ଷତ ସୃଷ୍ଟି ହୋଇଛି। ଛାତ୍ରୀ ଜଣଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ରୁଣ୍ଡ ହେବାରୁ ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି କାର ନେଇ ଫେରାର ହୋଇଯାଇଥିଲେ। ଏହାର କିଛି ସମୟ ପରେ ଛାତ୍ରୀଜଣକ ସଂଜ୍ଞାହୀନ ହୋଇ ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଛାତ୍ରୀଙ୍କ ମା’ ବାପା ଚିକିତ୍ସାଳୟରେ ପହଞ୍ଚତ୍ଥିଲେ। ଏ ନେଇ ଛାତ୍ରୀଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଛାତ୍ରୀଙ୍କୁ ପଚାରିବାରେ ପରୀକ୍ଷା ଦେଇ ସ୍କୁଲରୁ ବାହାରୁ ଥିବା ବେଳେ ୩ ଜଣ ଦୁର୍ବୃତ୍ତ କ’ଣ ଶୁଙ୍ଗାଇ ଦେବାରୁ ମୋର ମୁଣ୍ଡ ବୁଲାଇ ଦେଇଥିଲା। ଏହି ସମୟ ଅପହରଣକାରୀମାନେ ମୋତେ କାର ଭିତରକୁ ଉଠାଇ ନେଇଥିଲେ। ହେଲେ ମୁଁ ସେମାନଙ୍କ ସହିତ ଲଢ଼ିବା ସହିତ କାରର କାଚକୁ ଗୋଇଠା ମାରି ଭାଙ୍ଗି ନିଜକୁ ମୁକୁଳାଇଥିଲି ବୋଲି କହିଛନ୍ତି। ଛାତ୍ରୀଙ୍କ ଏଭଳି ସାହସିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏ ସମ୍ପର୍କରେ ଆଇଆଇସି ତପନ କୁମାର ରାଉତଙ୍କୁ ପଚାରିବାରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି। ତଦନ୍ତ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଅପହରଣକାରୀମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ସରକାରୀ ଜମି ଛାଡିଲେ ନାହିଁ : ଜିଦ୍‌ରେ ଅଟଳ ଅନକ ଡୁଙ୍ଗୁରୁ ଗ୍ରାମବାସୀ, ଲାଗିଲା ୧୬୩ ଧାରା

ମୋହନା,୧୩।୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନକଡୁଙ୍ଗୁରୁ ଗାଁ ନିକଟରେଥିବା ବିବାଦୀୟ ସରକାରୀ ଜମିରେ ଲାଗିଲା ବିଏନ୍‌ଏସ୍‌ ଧାରା ୧୬୩ । କିଛିଦିନ ହେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri