୩ ଦିନ ହେଲା ଅନ୍ଧାରରେ ଛାତ୍ରୀନିବାସ

କୋରୁକୋଣ୍ଡା,୧୧ା୩(ଡି.ଏନ୍‌.ଏ.): ରାଜ୍ୟ ସରକାର ଜନସାଧାରଣଙ୍କ ହିତ ପାଇଁ ବିଦ୍ୟୁତ୍‌ ବିଭାଗକୁ ଘରୋଇକରଣ କରି ଟାଟା ପାଓ୍ବାରକୁ ହସ୍ତାନ୍ତର କରିଛନ୍ତି। କିନ୍ତୁ ସୁବିଧା ବଦଳରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅନେକ ସମୟରେ ଜିଲାର ଅନେକ ଅଞ୍ଚଳରୁ ନାନା ଖବର ଆସୁଥିବାର ନଜିର ରହିଛି । ସେହିଭଳି ଏକ ଘଟଣା ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଡୁଡାମେଟା  ପଞ୍ଚାୟତ ସଦରରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଡୁଡାମେଟା ପଞ୍ଚାୟତ ସଦରରେ ପ୍ରାୟ ୪୭ପରିବାର, ପଞ୍ଚାୟତ ଅଫିସ,ପୋଷ୍ଟ ଅଫିସ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ବିଦ୍ୟାଳୟ ପରିସରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀମାନେ ରହି ପାଠ ପଢିବା ପାଇଁ ୧୧୦ ଶଯ୍ୟାବିଶିଷ୍ଟ ଏକ ଛାତ୍ରୀନିବାସ ମଧ୍ୟ ରହିଛି। ଯେଉଁଥିରେ ବର୍ତ୍ତମାନ ୭୫ରୁ ଅଧିକ ଛାତ୍ରୀ ରହୁଛନ୍ତି। ପରିତାପର ବିଷୟ ଉକ୍ତ ଛାତ୍ରୀନିବାସରୁ ପ୍ରାୟ ୩ ଦିନ ହେଲାଣି ବିଭାଗ ପକ୍ଷରୁ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯିବାରୁ ଛାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଗ୍ରାମ ଶେଷ ଭାଗରେ ବିଦ୍ୟାଳୟଟି ହୋଇଥିବାରୁ ରାତିରେ ଅନ୍ଧାର ହେତୁ ପଦାକୁ ବାହାରିବାକୁ ଭୟ କରୁଥିବା ବେଳେ ନିଜର ନିତ୍ୟକର୍ମ ସମେତ ପିଇବା ପାଣି ପାଇଁ ବହୁ ଅସୁବିଧା ଭୋଗୁଥିବା କହିଛନ୍ତି ଛାତ୍ରୀନିବାସ ଦାୟିତ୍ୱରେ ଥିବା  ପରିଚାଳିକା ମଣି ମାଢି । ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନାତନ ମହାରଣାଙ୍କୁ ପଚାରିବାରୁ ଉପରସ୍ଥ ଅଧିକାରୀଙ୍କୁ ସେ ଜଣାଇ ଦେଇଥିବା କହିଥିଲେ । ଉକ୍ତ ଖବର ସମ୍ପର୍କରେ ବ୍ଲକ ଡବ୍ଲ୍ୟୁଇଓ ପ୍ରଶାନ୍ତ କୁମାର ବାଉରୀଙ୍କୁ ପଚାରିବାରୁ ସେ କହିଛନ୍ତି, ସେ ନିଜେ ସେହିଦିନ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ କିନ୍ତୁ ବିଦ୍ୟୁତ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ ଡୁଡାମେଟା ଗ୍ରାମରେ ପ୍ରାୟ ଅଧିକାଂଶ ପରିବାର ବିଦ୍ୟୁତ୍‌ ବିଲ୍‌ ପଇଠ ନ କରିବାରୁ ସେ ସଂଯୋଗ କାଟିବାକୁ ବାଧ୍ୟ ହେଲେ। ଯେଉ ଦିନ ଉକ୍ତ ଗ୍ରାମବାସୀ ବକେୟା ବିଲ ପଇଠ କରିବେ ସେହିଦିନ ବିଦ୍ୟୁତ୍‌ ସଂଯୋଗ କରାଯିବ। ଏନେଇ ବିଦ୍ୟୁତ ବିଭାଗ ଯନ୍ତ୍ରୀ ପ୍ରଶାନ୍ତ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ଗ୍ରାମ ସମେତ ବିଦ୍ୟାଳୟ ଓ ଛାତ୍ରୀନିବାସର ମଧ୍ୟ ବହୁ ମାତ୍ରାରେ ବିଦ୍ୟୁତ୍‌ ବିଲ୍‌ ବକେୟା ରହିଛି। ଫଳରେ ଏପରି ନିଷ୍ପତ୍ତି ନେବାକୁ ଆମେ ବାଧ୍ୟହେଲୁ। ଏନେଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ବକେୟା ବିଲ୍‌ ପଇଠ କରିବାକୁ କହିଥିଲେ। ଗ୍ରାମବାସୀ ବକେୟା ବିଲ ପଇଠ ନ କରିବା ପର୍ଯ୍ୟନ୍ତ ବିଦ୍ୟୁତ ଦେଇ ହେବନି ବୋଲି କହିଥିଲେ ବିଭାଗୀୟ ଯନ୍ତ୍ରୀ। ଏଠି ସ୍ପଷ୍ଟ ଭାବେ ଜଣା ପଡୁଛି ଗ୍ରାମବାସୀ, ପ୍ରଶାସନ ଏବଂ ବିଦ୍ୟୁତ୍‌ ବିଭାଗର ଖେଳରେ ଛନ୍ଦି ହେଉଛନ୍ତି ନିରୀହ ଛାତ୍ରୀ। ଏବେ ପରୀକ୍ଷା ଚାଲିଥିବାରୁ ଛାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri