ପ୍ରତିଶ୍ରୁତି ଦେଇ ଭୁଲିଗଲା ବିଏମ୍‌ସି

ଭୁବନେଶ୍ୱର, ୧୧।୩ (ବ୍ୟୁରୋ): ପ୍ରତି ଓ୍ବାର୍ଡରେ ଆମିଷ ମାର୍କେଟ ନିର୍ମାଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପ୍ରତିଶ୍ରୁତି ଦେଇଥିଲା। ୨ବର୍ଷ ମଧ୍ୟରେ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖିଥିବାବେଳେ ଏନେଇ ପ୍ରତି ଦୁଇ ମାସରେ ଥରେ ଆମିଷ ବ୍ୟବସାୟୀ ସଂଘ ସହିତ ଆଲୋଚନା କରଯିବାକୁ ଧାର୍ଯ୍ୟ ହୋଇଥିଲା। ମାତ୍ର ଇତି ମଧ୍ୟରେ ୩ମାସ ବିତି ଯାଇଥିଲେ ବି ଦ୍ୱିତୀୟ ବୈଠକ ହୋଇ ପାରୁନାହିଁ। ଭୁବନେଶ୍ୱର ଆମିଷ ବ୍ୟବସାୟୀ ମହାସଂଘ (ମାଂସ ବିଭାଗ) ପକ୍ଷରୁ ବାରମ୍ବାର ଏନେଇ ବିଏମ୍‌ସିକୁ ଅବଗତ କରାଯିବା ସତ୍ତ୍ୱେ ସେମାନେ ଆଲୋଚନା ପାଇଁ ଡାକୁନାହାନ୍ତି। ଏପରିକି ମହାସଂଘ ପକ୍ଷରୁ ମାର୍ଚ୍ଚ ୧ରେ ମେୟର ସୁଲୋଚନା ଦାସ ଏବଂ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କୁ ଦାବିପତ୍ର ଦିଆଯାଇଥିଲା। ୧୦ ଦିନ ପରେ ବି ସେମାନଙ୍କ ଠାରୁ କୌଣସି ଉତ୍ତର ମିଳିପାରି ନ ଥିବାରୁ ମହାସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ସେହିପରି ବିଏମ୍‌ସି କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ବ୍ୟବସାୟୀଙ୍କୁ ଭଣ୍ଡାଇ ଚାଲିଛି ବୋଲି ଅଲ୍‌ ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘ ରାଜ୍ୟ ସଭାପତି ସେଖ୍‌ ମୁନ୍ତାକିମ୍‌ ବକ୍ସ ଅଭିଯୋଗ କରିଛନ୍ତି। ଘାଟିକିଆଠାରେ ନିର୍ମିତ ହୋଇଥିବା ଅତ୍ୟାଧୁନିକ ମାଂସ ମାର୍କେଟ ନିର୍ମାଣରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିଲା। ୬୭ଟି ଓ୍ବାର୍ଡରେ ସେଭଳି (ମାଛ, ଚିକେନ୍‌, ମଟନ୍‌) ଅତ୍ୟାଧୁନିକ ଆମିଷ ମାର୍କେଟ ନିର୍ମାଣ କରିବା ପାଇଁ ପ୍ରାୟ ୧ଶହ କୋଟିର ବଜେଟ୍‌ ଆବଶ୍ୟକ। ମାତ୍ର ବିଏମ୍‌ସିର ଚଳିତ ବଜେଟ୍‌ରେ ଆମିଷ ହାଟ ନିର୍ମାଣ ପାଇଁ କୌଣସି ଅଟକଳ ରଖାଯାଇ ନାହିଁ। ଅପରପକ୍ଷେ ଥଇଥାନ ନ କରି ବିଏମ୍‌ସି ଆମିଷ ବ୍ୟବସାୟୀଙ୍କୁ ବାରମ୍ବାର ଉଚ୍ଛେଦ କରୁଥିବାରୁ ସେମାନେ ନିଜର ଗୁଜୁରାଣ ମେଣ୍ଟାଇବାରେ ସଫଳ ହେଉନାହାନ୍ତି। କେଉଁଠି ପରିମଳ ନାମରେ ତ ଆଉ କେଉଁଠି ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଦୋକାନ ବନ୍ଦ କରାଯାଉଛି। ରାସ୍ତା କଡ଼ରେ ବସି ମାଛ ବିକୁଥିବା ବ୍ୟବସାୟୀଙ୍କୁ ଉଠାଇ ଦିଆଯାଉଛି। ତେଣୁ ବିଏମ୍‌ସି ପ୍ରତିଶ୍ରୁତି ଦେଇ ଭୁଲି ଯାଇଥିବାରୁ ଏପରି ବିଭିନ୍ନ କ୍ଷେତ୍ରରେ ବିଏମ୍‌ସି ଉପରୁ ସହରବାସୀଙ୍କ ବିଶ୍ୱାସ ତୁଟି ଯାଉଥିବା ସେମାନେ କହିଛନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ରହୁଥିବା ଲୋକଙ୍କ ମଧ୍ୟରେ ପ୍ରାୟ ୯୦ ପ୍ରତିଶତ ଲୋକ ଆମିଷ ପ୍ରିୟ। ଏମାନଙ୍କ ଚାହିଦା ମେଣ୍ଟାଇବା ପାଇଁ ସହରରେ ୩ହଜାର ୩୫୦ରୁ ଊର୍ଦ୍ଧ୍ୱ ଆମିଷ ବ୍ୟବସାୟୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ୩୫୦ରୁ ଊର୍ଦ୍ଧ୍ୱ ମଟନ୍‌ ବ୍ୟବସାୟୀ ହୋଇଥିବାବେଳେ ୧ହଜାର ଚିକେନ୍‌ ବ୍ୟବସାୟୀ ଏବଂ ୨ହଜାରରୁ ଊର୍ଦ୍ଧ୍ୱ ମାଛ ବ୍ୟବସାୟୀ ରହିଛନ୍ତି। ସେହିପରି ସହରରେ ବଡ଼ ଆମିଷ ବଜାର ଭାବେ ୪ନଂ. ମାର୍କେଟ, ୩ ନଂ, ୧ ନଂ ମାର୍କେଟ, ବଡ଼ଗଡ଼ ହାଟ, ୮ନଂ ମାର୍କେଟ, ସୁନ୍ଦରପଦା, ଡମଣା ଆଦି କେତେକ ମାର୍କେଟ ରହିଛି। ଯେଉଁଠାରେ ମାଛ, ଚିକେନ୍‌, ମଟନ୍‌ ଉପଲବ୍ଧ ହେଉଛି। ତେବେ କେବଳ ୮ନଂ ମାର୍କେଟକୁ ଛାଡିଦେଲେ ଅନ୍ୟ ସବୁଠାରେ ଯିଏ ଯେପରି ଭାବେ ପାରୁଛନ୍ତି ବ୍ୟବସାୟ କରୁଛନ୍ତି। ସ୍ବଚ୍ଛତା କିମ୍ବା ବ୍ୟବସ୍ଥିତ ଢଙ୍ଗରେ ବ୍ୟବସାୟ କରାଯାଉ ନାହିଁ। ତେଣୁ ବ୍ୟବସ୍ଥିତ ଢଙ୍ଗରେ ବ୍ୟବସାୟ କରିବା ସହ ଆମିଷ ହାଟ ନିର୍ମାଣ କରିବା ପାଇଁ ୨୦୨୨ ଡିସେମ୍ବର ୫ରେ ଆୟୋଜିତ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିସହ ମୁଖ୍ୟ ରାସ୍ତାରେ ଆମିଷ ବେପାର ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ବ୍ୟବସାୟୀମାନେ ନିର୍ଦ୍ଦେଶ ମାନୁ ଥିବାବେଳେ ବିଏମ୍‌ସି ନିଜ ପ୍ରତିଶ୍ରୁତିରୁ ଓହରି ଯାଇଥିବା ମହାସଂଘ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri