Odisha Elections 2024
Posted inଜାତୀୟ

ସିସୋଡିଆଙ୍କ ଗିରଫଦାରୀ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଷ୍ଟାଲିନ୍‌

ନୂଆଦିଲ୍ଲୀ,୮।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍‌ ସମର୍ଥନ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସିସୋଡିଆକୁ ବିନା ସର୍ତ୍ତରେ ଜେଲରୁ ମୁକ୍ତ କରିବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ଲେଖିଛନ୍ତି, ମନୀଷ ସିସୋଡିଆଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯାଇଛି। ସେ ଆହୁରି ମଧ୍ୟ ଲେଖିଛନ୍ତି, ଅପରାଧିକ ନ୍ୟାୟ ବ୍ୟବସ୍ଥାର ସମସ୍ତ ନୀତି ପବନରେ ଫିଙ୍ଗି ଦିଆଯାଇଛି ଏବଂ କେନ୍ଦ୍ରରେ ଶାସକ ଦଳର ବ୍ୟକ୍ତିଗତ ସନ୍ତୁଷ୍ଟତା ପାଇଁ ଆଇନର ପ୍ରକ୍ରିୟା ଅପବ୍ୟବହାର କରାଯାଉଛି। ତେବେ ସଠିକ୍‌ ପଦକ୍ଷେପ ନେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।
ମନୀଷ ସିସୋଡିଆଙ୍କୁ ପୁଣିଥରେ କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ପଠାଇଛନ୍ତି। ସେ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ତିହାର ଜେଲରେ ରହିବେ। ସୋମବାର ଏହି ମାମଲାକୁ ନେଇ ଜେଲ୍‌ରେ ସିସୋଡିଆଙ୍କୁ ପ୍ରଥମ ଥର ପାଇଁ ଇଡି ଜେରା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟ କେତେ ଆସନରେ ଜିତିବ ଭବିଷ୍ୟବାଣୀ କଲେ ଖାର୍ଗେ

ମୁମ୍ବାଇ,୧୮।୫: ଲୋକ ସଭା ନିର୍ବାଚନ ୨୦୨୪ପାଇଁ ପଞ୍ଚମ ପର୍ଯ୍ୟାୟ ଭୋଟ ପୂର୍ବରୁ I.N.D.I.A ସହଯୋଗୀ ଦଳର ନେତାମାନେ ଶନିବାର (୧୮ ମେ ୨୦୨୪) ମୁମ୍ବାଇରେ ମିଳିତ...

ଭୋଟ ଗଣତି ପୂର୍ବରୁ ଉପ ନିର୍ବାଚନକୁ ନେଇ ହେଲାଣି ଚର୍ଚ୍ଚା

ଭୋପାଳ,୧୮।୫: ମଧ୍ୟପ୍ରଦେଶର ୨୯ ଟି ଲୋକ ସଭା ଆସନ ପାଇଁ ଶେଷ ପର୍ଯ୍ୟାୟ ଭୋଟ ମେ ୧୩ ରେ ଅନୁଷ୍ଠିତ ହୋଇଥିଲା। ୪ ଟି ପର୍ଯ୍ୟାୟରେ...

ଲୋକ ସଭା ନିର୍ବାଚନରେ ମୋଦିଙ୍କୁ କିଏ ଦେଉଛନ୍ତି ଚ୍ୟାଲେଞ୍ଜ, ପ୍ରଶାନ୍ତ କିଶୋର କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସରକାରଙ୍କ ବିରୋଧରେ ହୋଇଥିବା ବିରୋଧକୁ ଦୃଢ ବୋଲି ବର୍ଣ୍ଣନା କରିଛନ୍ତି। ଏକ...

ସ୍ବାତୀ ମାଲିଓ୍ବାଲଙ୍କୁ ମାଡ ମାରିବା ଘଟଣା: ବୈଭବ କୁମାରଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୧୮।୫: ଆମ ଆଦମୀ ପାର୍ଟିର ବିବାଦ ଦିନକୁ ଦିନ ଅଡୁଆ ସୂତାରେ ଛନ୍ଦି ହେବାରେ ଲାଗିଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସମେତ ଏଏପି ଦଳର...

ରାଜ ଠାକରେ ମୋଦିଙ୍କ ଚରଣରେ ବିଲିନ ହୋଇଯାଇଛନ୍ତି: ସଞ୍ଜୟ ରାଉତ

ମୁମ୍ବାଇ,୧୮।୫: ସଞ୍ଜୟ ରାଉତ ମୁମ୍ବାଇରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ଶୋ’କୁ ସମାଲୋଚନା କରିଛନ୍ତି। ରାଉତ ଅଭିଯୋଗ କରିଛନ୍ତି ଯେ ଭାଜପାର ରୋଡ ଶୋ’ର ଖର୍ଚ୍ଚ ମୁମ୍ବାଇ...

ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି,୧୮।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ...

ମହାରାଷ୍ଟ୍ରରେ ନିର୍ବାଚନ ମଧ୍ୟରେ ଚର୍ଚ୍ଚାରେ ରାଜ ଠାକରେଙ୍କ ଭାଷଣ

ମୁମ୍ବାଇ,୧୮।୫: ରାଜ ଠାକରେ ପ୍ରଥମ ଥର ପାଇଁ ଶିବାଜୀ ପାର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଞ୍ଚ ଶେୟାର କରିଛନ୍ତି। ଏହି ସମୟରେ ସେ ଅନେକ ପ୍ରସଙ୍ଗରେ...

‘କହ୍ନେୟା କୁମାରଙ୍କୁ ମାଡ଼ ମାରି ଉଚିତ ଶିକ୍ଷା ଦେଇଛୁ’, କଂଗ୍ରେସ ନେତାଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୫: ‘ଆମେ ତାଙ୍କୁ ଉଚିତ ଶିକ୍ଷା ଦେଇଛୁ । ସେ ସ୍ଲୋଗାନ ଦେଇଥିଲେ, ‘ଭାରତ ତେରେ ଟୁକଡ ଟୁକଡେ ହୋଙ୍ଗେ’। ଅଫଜାଲ ମୋତେ କ୍ଷମା କରିବୁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri