Posted inଫୁରସତ

ଲାଟେଷ୍ଟ ଟ୍ରେଣ୍ଡ: ଫ୍ଲୋରାଲ୍‌ ଆଉଟ୍‌ଫିଟ୍‌…

ଖରାଦିନେ କୁଲ୍‌, କମ୍ଫଟେବଲ୍‌ ଲୁକ୍‌ ଦେଇଥାଏ ଫ୍ଲୋରାଲ୍‌ ପ୍ରିଣ୍ଟ୍‌ର ଆଉଟ୍‌ଫିଟ୍‌। ଅଲ୍‌ ଟାଇମ୍‌ ଫ୍ୟାଶନରେ ରହିଥିବା ଏହି ପ୍ରିଣ୍ଟ ଦେଖିବାକୁ ଯେମିତି ଆକର୍ଷଣୀୟ, ପିନ୍ଧିଲେ ବି ସେମିତି ତାଜା ଅନୁଭବ ଦେଇଥାଏ। ସବୁଠୁ ବଡ଼ କଥା ହେଉଛି ଏହି ଷ୍ଟାଇଲ୍‌ର ଆଉଟ୍‌ଫିଟ୍‌ ସବୁ ପ୍ରକାରର ବଡି ଟାଇପ୍ସକୁ ବେଶ୍‌ ଭଲ ମାନିଥାଏ। ଫ୍ଲୋରାଲ୍‌ ଆଉଟ୍‌ଫିଟ୍‌ର କ’ଣ ରହିଛି ଲାଟେଷ୍ଟ ଟ୍ରେଣ୍ଡ ଜାଣନ୍ତୁ ସେ ସମ୍ପର୍କରେ…

* ଫ୍ଲୋରାଲ୍‌ ଶାଢି: ଫ୍ଲୋରାଲ୍‌ ପ୍ରିଣ୍ଟ ଶାଢିର ଡିମାଣ୍ଡ ପୂର୍ବରୁ ଥିଲା ଆଉ ଏବେ ବି ରହିଛି। ଏପରିକି ସେଲିବ୍ରିଟିଙ୍କ ଗହଣରେ ମଧ୍ୟ ଏହି ଶାଢିର ଖୁବ୍‌ ଚାହିଦା ରହୁଥିବା ଦେଖିବାକୁ ମିଳେ। ବିଶେଷକରି ଖରାଦିନେ କାଜୁଆଲ୍‌ ଆଉଟିଂ ହେଉ କିମ୍ବା ଅଫିସ୍‌କୁ ପିନ୍ଧିକି ଯିବାପାଇଁ ବି ଫ୍ଲୋରାଲ୍‌ ପ୍ରିଣ୍ଟ ଶାଢି ଏକ ବେଷ୍ଟ ଅପ୍ସନ ହୋଇଥାଏ।

* ଫ୍ଲୋରାଲ୍‌ କୁର୍ତ୍ତା: ଫ୍ଲୋରାଲ୍‌ ପ୍ରିଣ୍ଟ ଥିବା କୁର୍ତ୍ତା ବି ଖୁବ୍‌ ସୁନ୍ଦର ଲାଗିଥାଏ। ଏହି କୁର୍ତ୍ତା ସହିତ ମ୍ୟାଚିଂ କଲର୍‌ର ପ୍ଲେନ ଲେଗିଙ୍ଗ୍ସ ପରଫେକ୍ଟ ମ୍ୟାଚ୍‌ କରିଥାଏ; ଯାହାକୁ ଅଫିସ୍‌ ହେଉ କିମ୍ବା ସାଙ୍ଗମାନଙ୍କ ସହ ଆଉଟିଂରେ ଯିବାବେଳେ ପିନ୍ଧିଲେ କମ୍ଫଟେବଲ୍‌ ଲାଗିଥାଏ। ଅନ୍ୟପକ୍ଷେ ଅନାରକଲି ଷ୍ଟାଇଲ୍‌ର ଫ୍ଲୋରାଲ୍‌ କୁର୍ତ୍ତାକୁ ପାର୍ଟି, ଫଙ୍କଶନ୍‌କୁ ପିନ୍ଧିକି ଗଲେ ଆକର୍ଷଣୀୟ ଲୁକ୍‌ ମିଳିଥାଏ।

* ଫ୍ଲୋରାଲ୍‌ ଫ୍ରକ୍‌: ଫ୍ଲୋରାଲ୍‌ ପ୍ରିଣ୍ଟର ନି ଲେଙ୍ଗ୍‌ଥ ଫ୍ରକ୍‌ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଖାସ୍‌ କରି ଧଳା ରଙ୍ଗର ଫ୍ରକ୍‌ ଉପରେ ମଲ୍ଟି କଲର୍‌ର ଫ୍ଲୋରାଲ୍‌ ପ୍ରିଣ୍ଟ ଥିଲେ, ବହୁତ ସୁନ୍ଦର ଦେଖାଯାଇଥାଏ। ବିଶେଷକରି କକ୍‌ଟେଲ୍‌ ପାର୍ଟି ହେଉ କିମ୍ବା ସାଙ୍ଗମାନଙ୍କ ସହ ଇଭିନିଙ୍ଗ୍‌ ପାର୍ଟିରେ ଗଲାବେଳେ ଏହି ଟାଇପ୍‌ର ଫ୍ରକ୍‌ ପିନ୍ଧିଲେ, ଡିଫରେଣ୍ଟ ଲୁକ୍‌ ମିଳିଥାଏ।

* ଫ୍ଲୋରାଲ୍‌ ଜିନ୍ସ: ଜିନ୍ସର ଚାହିଦା ତ ଯୁବପିଢିଙ୍କ ଭିତରେ ସବୁବେଳେ ରହିଆସିଛି। ଖାସ୍‌କରି ଫ୍ଲୋରାଲ୍‌ ଜିନ୍ସର ଚାହିଦା ଏବେ ଖୁବ୍‌ ରହୁଥିବାର ଦେଖିବାକୁ ମିଳୁଛି। ବିଶେଷକରି ନୀଳ ରଙ୍ଗର ଜିନ୍ସ ହେଉ କିମ୍ବା କଳା ରଙ୍ଗର ଜିନ୍ସରେ ହୋଇଥିବା ଫ୍ଲୋରାଲ୍‌ ପ୍ରିଣ୍ଟ ବହୁତ ସୁନ୍ଦର ଲାଗିଥାଏ। ଫ୍ଲୋରାଲ୍‌ ଜିନ୍ସ ସହ ମ୍ୟାଚିଂ କରି ହାଇ ହିଲ୍‌ ପିନ୍ଧିଲେ ମଡର୍ନ ଲୁକ୍‌ ମିଳିଥାଏ।

* ଫ୍ଲୋରାଲ୍‌ ପ୍ୟାଣ୍ଟ: କେବଳ ଜିନ୍ସ ନୁହେଁ, ଏବେ ମାର୍କେଟ୍‌ରେ ଅନ୍ୟ ଫ୍ୟାବ୍ରିକ୍‌ର ଫ୍ଲୋରାଲ୍‌ ପ୍ୟାଣ୍ଟ ବି ମିଳିଲାଣି; ଯାହା ଦେଖିବାକୁ ଆକର୍ଷଣୀୟ ଲାଗିବା ସହ ପିନ୍ଧିବାକୁ ମଧ୍ୟ କମ୍ଫଟେବଲ୍‌ ହୋଇଥାଏ। ସେହିପରି ଏହା ସହିତ ମ୍ୟାଚିଂ ଟି-ଶାର୍ଟ ପିନ୍ଧିଲେ ଲୁକ୍‌କୁ ଏହା ଖୁବ୍‌ ଭଲ ମାନିଥାଏ।

* ଫ୍ଲୋରାଲ୍‌ ପ୍ଲାଜୋ: ଖରାଦିନେ କୁଲ୍‌, କମ୍ଫଟେବଲ୍‌ ଲୁକ୍‌ ଦେଇଥାଏ ପ୍ଲାଜୋ। ଆଉ ଫ୍ଲୋରାଲ୍‌ ପ୍ରିଣ୍ଟ ହୋଇଥିବା ପ୍ଲାଜୋ ତ ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଏହାକୁ ଅଫିସ୍‌କୁ ପିନ୍ଧି ଯାଇପାରିବେ, ନଚେତ୍‌ ରେଗୁଲାର୍‌ ଭାବେ ଏହାକୁ ଘରେ ମଧ୍ୟ ଆରାମରେ କ୍ୟାରି କରିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri