ବାଲିଘାଟ ମୁଣ୍ଡ ନେଉଛି

ଡେରାବିଶ, ୨୫ା୨(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଞ୍ଚଳରେ ଲୁଣା, କରାଣ୍ଡିଆ ଓ ବିରୂପା ନଦୀ ପ୍ରବାହିତ ହେଉଛି। ଏହି ନଦୀରୁ ପ୍ରଚୁର ପରିମାଣରେ ବାଲି ମିଳିଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ରାଜସ୍ବ ପାଇବା ଲକ୍ଷ୍ୟରେ ଏହି ନଦୀର ବିଭିନ୍ନ ଘାଟକୁ ପ୍ରଶାସନ ପକ୍ଷରୁ ନିଲାମ ଦିଆଯାଇଛି। ତେବେ ନିଲାମଧାରୀ ସରକାରୀ ନୀତିନିୟମ ଅନୁଯାୟୀ ଘାଟରୁ ନିର୍ଦ୍ଦିଷ୍ଟ ପରିମାଣରେ ବାଲି ଉଠାଇ ସୁରକ୍ଷିତ ଭାବେ ତା’ର ପରିବହନ କରିବା କଥା। କିନ୍ତୁ ନିଲାମଧାରୀଙ୍କ ମୁନାଫା ଖୋର ମନୋବୃତ୍ତି ଓ ଚୋରା ବାଲି ଚାଲାଣକାରୀଙ୍କ ଉପଦ୍ରବରେ ସ୍ଥାନୀୟ ଅଞ୍ଚଳବାସୀ ତ୍ରାହି ତ୍ରାହି ଡାକିଲେଣି। ବେଆଇନ ବାଲି ଚାଲାଣ ଫଳରେ ଦୁର୍ଘଟଣା ଘଟି ବର୍ଷେ ମଧ୍ୟରେ ୨ ଜଣକ ଜୀବନଦୀପ ଲିଭି ଯାଇଛି। ୨ଦିନ ତଳେ ବସପୁର ବାଲିଘାଟରେ କାର୍ଯ୍ୟରତ ଶ୍ରମିକ ଲକ୍ଷ୍ମଣ ମଳିକଙ୍କ ବାଲି ହାଇୱା ଚଢ଼ିଯିବାରୁ ମୃତ୍ୟୁ ଘଟିଥିଲା। ସେହିପରି ୨୦୨୨ଜୁନ୍‌ ୬ରେ କେନ୍ଦ୍ରାପଡ଼ା କେନାଲ୍‌ ବନ୍ଧର ହାଟବାଣପୁର ନିକଟରେ ବସପୁର ଗଁାର ସୁବାସ ଚନ୍ଦ୍ର ଲେଙ୍କାଙ୍କ ଝିଅ ସ୍କୁଲ ଛାତ୍ରୀ ଲକ୍ଷ୍ମୀପ୍ରିୟା (୧୫) ଉପରେ ଦ୍ରୁତଗତିରେ ଯାଉଥିବା ବାଲି ବୋଝେଇ ହାଇୱା ଚଢ଼ି ଜୀବନ ଯାଇଥିଲା। ତେଣୁ ତୁରନ୍ତ ଡେରାବିଶ ବ୍ଲ୍ଳକ ଅଞ୍ଚଳରେ ‘ଅପରେଶନ୍‌ ସ୍ୟାଣ୍ଡ ଷ୍ଟର୍ମ’ ଲାଗୁ କରାଯାଇ ବାଲି ଚାଲାଣକାରୀଙ୍କୁ ସାବାଡ଼ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଅଧିକନ୍ତୁ ବାଲି ଚାଲାଣକାରୀମାନେ ଆଉ ପାଦେ ଆଗେଇ ଯାଇ ବାଲେଶ୍ୱର ଭଳି ଡେରାବିଶ ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିବାକୁ ପଛେଇ ନାହାନ୍ତି। ଯାହାକି ଗତ ୧୭ ତାରିଖରେ ଡେରାବିଶ ତହସିଲ ଅନ୍ତର୍ଗତ ଗୁଆଳସିଂ ରାଜସ୍ବ ସର୍କଲ ଅଧୀନରେ ଘଟିଥିଲା। ବେଆଇନ ବାଲି ଚାଲାଣ କାରୁଥିବା ହାଇୱାକୁ ଧରିବାକୁ ଯିବାବେଳେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଚାଲାଣକାରୀମାନଙ୍କ ସଂଘବଦ୍ଧ ଆକ୍ରମଣରେ ଡେରାବିଶ ତହସିଲଦାର ଅକ୍ଷୟ କୁମାର ପରିଡ଼ାଙ୍କ ସମେତ ଅଧସ୍ତନ କର୍ମଚାରୀମାନେ ଆହତ ହୋଇଥିଲେ। ଏ ସମ୍ପର୍କରେ ସଦର ଥାନାରେ ତହସିଲଦାର ପରିଡାଙ୍କ ପକ୍ଷରୁ ଅଭିଯୋଗ ପରେ ନଂ.୧୫୪/୨୩ରେ ମାମଲା ରୁଜୁ ହୋଇଛି। ଏଥିସହ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସାହୁଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ତେବେ ବାଲି ଚାଲାଣକାରୀମାନଙ୍କ ମୁନାଫା ଖୋର ମନୋବୃତ୍ତି ପାଇଁ ସେମାନେ ଜେସିବି ସହାୟତାରେ ନଦୀ ଗର୍ଭକୁ ବେଆଇନ ଭାବେ ଅଧିକ ଗଭୀର ଖୋଳି ଦେବା ଫଳରେ ନଦୀର ଗତିପଥ ବଦଳି ଯାଉଛି। ଫଳରେ ଧୀରେ ଧୀରେ ଏହା ନଦୀକୂଳ କ୍ଷୟ କରୁଛି। ବନ୍ଧରୁ ଅତଡ଼ା ଧସି ନଦୀବନ୍ଧ ଓ ନଦୀକୂଳିଆ ଅଞ୍ଚଳ ପ୍ରତି ବିପଦ ଦେଖାଦେଲାଣି। ଲୁଣାନଦୀର ନରହରିପୁର ଘାଟରୁ ନଦୀ ମଧ୍ୟରୁ ଜେସିବି ସହାୟତାରେ ଅଧିକ ଗଭୀର କରି ବାଲି ଖୋଳାଯିବା ଫଳରେ ୨୦୨୨ ନଭେମ୍ବର ୫ରେ ନଦୀର ଅପରପାର୍ଶ୍ୱ ପକ୍ଷୋଟ ନିକଟରେ ୪୦୦ ଫୁଟ ଲମ୍ବର ନଦୀବନ୍ଧ ସମ୍ପୂର୍ଣ୍ଣ ଭାବେ ନଦୀ ମଧ୍ୟକୁ ଧସିଯାଇଛି, ଯେଉଁଥିପାଇଁ ଏହି ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବା ସହ ଦ୍ୱୀପାଞ୍ଚଳବାସୀ ବହୁ ଅସୁବିଧା ଭୋଗ କରୁଛନ୍ତି। ବର୍ଷାଦିନ ପୂର୍ବରୁ ଏହି ବନ୍ଧକୁ ତୁରନ୍ତ ମରାମତି କରା ନ ଗଲେ ଏହି ସ୍ଥାନରେ ଲୁଣାନଦୀରୁ ଏକ ଶାଖା କରାଣ୍ଡିଆ ନଦୀକୁ ଖୋଲିଯିବାର ସମ୍ଭାବନା ଦେଖାଦେଇଛି। ଯେଉଁଥିପାଇଁ ଲୁଣା-କରାଣ୍ଡିଆ ଦ୍ୱୀପାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବା ସହ ବହୁ ଗ୍ରାମ ନଦୀ ଅଁାରେ ନିଶ୍ଚିନ୍ନ ହୋଇଯିବ। ଏଥିସହ ବେପରୁଆ ଭାବେ ବାଲି ଚାଲାଣ ଫଳରେ ସ୍ଥାନୀୟ ଅଞ୍ଚଳର ସମସ୍ତ ରାସ୍ତା ଘାଟ କଡ଼ରେ ଗାଡ଼ିରୁ ବାଲି ଝଡ଼ି ୫ ରୁ ୬ ଇଞ୍ଚର ବାଲିର ଆସ୍ତରଣ ପଡ଼ି ରହୁଛି, ଯେଉଁଥିପାଇଁ ବାଇକ୍‌ ଓ ସାଇକେଲ୍‌ ଚାଳକ ଫସି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏଥିସହ ରାସ୍ତାର ଉଭୟପାର୍ଶ୍ୱରେ ଥିବା ଜନବସତିକୁ ଧୂଳି ଉଡ଼ିବା ଫଳରେ ପରିବେଶ ପ୍ରଦୂଷିତ ହେଉଛି। ଏଥିଯୋଗୁ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri