ଜିଲା ସଂସ୍କୃତି ଭବନ ଉଦ୍‌ଘାଟନ ବେଳେ ବିଜେଡି-କଂଗ୍ରେସ ମୁହାଁମୁହିଁ

ବଲାଙ୍ଗୀର ଅଫିସ, ୧୮ା୨: ବଲାଙ୍ଗୀର କୋଶଳ କଳାମଣ୍ଡଳ ପରିସରରେ ଶୁକ୍ରବାର ଜିଲା ସଂସ୍କୃତି ଭବନ ନବୀକରଣ ଏବଂ ଲୋକାର୍ପଣ ସମାରୋହ ଚାଲିଥିବାବେଳେ ବିଜେଡି ଏବଂ କଂଗ୍ରେସ କର୍ମୀ ମୁହଁାମୁହିଁ ହୋଇଥିଲେ। ଅତିଥିଭାବେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ରୋହିତ ପୂଜାରୀ, ରାଜ୍ୟ ସଭା ସଦସ୍ୟ ନିରଞ୍ଜନ ବିଶି, ବିଧାୟକ ନରସିଂହ ମିଶ୍ର, ଜିଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲାପାଳ ଚଞ୍ଚଳ ରାଣା, ପୌରାଧ୍ୟକ୍ଷା ଲିକା ସାହୁଙ୍କ ଉପସ୍ଥିତିରେ ଉଭୟ ଦଳର କର୍ମୀ ହାତାହାତି ହୋଇଥିଲେ। ମନ୍ତ୍ରୀ ପୂଜାରୀ ଜିଲା ସଂସ୍କୃତି ଭବନ ଲୋକାର୍ପଣ କଲାପରେ ବଲାଙ୍ଗୀର ଆକ୍ସନ କମିଟି ସଭାପତି ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ କେତେଜଣ ଏକ ଦାବିପତ୍ର ଦେଇଥିଲେ। ଉକ୍ତ ଦାବିପତ୍ରରେ ବଲାଙ୍ଗୀର ସହରରେ ଅନେକ ବିକାଶମୂଳକ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଅନୁଦାନ ଦେବା ସତ୍ତ୍ୱେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ନ ହେବାରୁ ପ୍ରକଳ୍ପ କାମ ହେଉନାହିଁ। ତେଣୁ ଏଦିଗରେ ଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଉଦ୍‌ଘାଟିତ ହଲ୍‌ରେ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲାପାଳ ଓ ଅନ୍ୟ ଅତିଥି ବସି କଥା ହେଉଥିବାବେଳେ ଜବରଦଖଲ ଉଚ୍ଛେଦ ପ୍ରସଙ୍ଗରେ ମ୍ୟୁନିସିପାଲିଟିର ଦୋମୁହଁା ନୀତିକୁ ସମାଲୋଚନା କରାଯାଇଥିଲା। ବିଧାୟକ ଘର ଭାଙ୍ଗୁଛନ୍ତି ବୋଲି ପ୍ରଚାର ହେଉଛି। ଘର ରାଜ୍ୟ ସରକାର କି ବିଧାୟକ ଭାଙ୍ଗୁଛନ୍ତି ବୋଲି ବିଧାୟକ ମିଶ୍ର ସେଠାରେ ପ୍ରଶ୍ନ କରିଥିଲେ। ଏହି କଥାକୁ ନେଇ କାଉନସିଲର ମହେନ୍ଦ୍ର ବାଗ ବିଧାୟକ ମିଶ୍ରଙ୍କ ସହ ଯୁକ୍ତି କରିଥିଲେ। ସ୍ଥାନୀୟ ବିଧାୟକ ଏବଂ ଏମ୍‌ପିଙ୍କୁ ନ ଜଣାଇ ତଥା ପୌର ନିର୍ବାହୀ ଅଧିକାରୀଙ୍କ ବିନା ଉପସ୍ଥିତିରେ ଏଲ୍‌ଆର୍‌ସି (ଜମି ପ୍ରମାଣପତ୍ର) ବଣ୍ଟନକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି କଥାକୁ ନେଇ କେତେଜଣ କଂଗ୍ରେସ କର୍ମୀ କାଉନସିଲର ବାଗଙ୍କୁ ତାଗିଦ୍‌ କରିଥିଲେ। ଏହାପରେ ବାଗ୍‌ ଏବଂ କଂଗ୍ରେସ ଜିଲା ଉପସଭାପତି ମନୀଷ ମିଶ୍ରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ପ୍ରବଳ ହଟ୍ଟଗୋଳ ହେବା ଦେଖି ମନ୍ତ୍ରୀ ପୂଜାରୀ, ରାଜ୍ୟ ସଭା ସଦସ୍ୟ ବିଶି, ବିଧାୟକ ମିଶ୍ର ସେଠାରୁ ଚାଲିଯାଇଥିଲେ।
ଏହାପରେ ହଲ୍‌ ଭିତରେ ଉଭୟ ବିଜେଡି ଏବଂ କଂଗ୍ରେସ କର୍ମୀମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ। ଜିଲାପାଳ ରାଣା ଏବଂ ଏସ୍‌ଡିପିଓ ତୋଫାନ ବାଗ ଉଭୟ ଦଳର କର୍ମୀଙ୍କୁ ବୁଝାଶୁଝା କରୁଥିବା ଦେଖାଯାଇଥିଲା। ତେବେ ସେହି ଠେଲାପେଲା ପରିସ୍ଥିତିରେ ୮ ନମ୍ବର କାଉନସିଲର ନନ୍ଦିନୀ ପୋଢ଼ ଚୁଡି ଭାଙ୍ଗିଯିବାରୁ ହାତରେ କ୍ଷତ ସୃଷ୍ଟି ହୋଇ ରକ୍ତ ବାହାରିଥିବା ସେ ଗଣମାଧ୍ୟମକୁ ଦେଖାଇଥିଲେ। ପରେ ପୌରାଧ୍ୟକ୍ଷା ସାହୁ, କେତେଜଣ କାଉନସିଲର ଏବଂ ବିଜେଡି କର୍ମୀ ଟାଉନ୍‌ ଥାନାକୁ ଯାଇ କଂଗ୍ରେସ ଦଳ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗରେ କାଉନସିଲର ପୋଢ଼ଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଉଲ୍ଲେଖ କରାଯାଇଛି। ଏହାକୁ କଂଗ୍ରେସର ଗୁଣ୍ଡାଗର୍ଦ୍ଦି ବୋଲି ପୌରାଧ୍ୟକ୍ଷା ସାହୁ ଓ କାଉନସିଲର ପୋଢ଼ କହିଛନ୍ତି। ଘଟଣାକୁ ନେଇ କଂଗ୍ରେସ ଉପସଭାପତି ମନୀଷ ମିଶ୍ର ସଂସ୍କୃତି ଭବନ ଲୋକାର୍ପଣ ବେଳେ ବିଜେଡି କାଉନସିଲର ମହେନ୍ଦ୍ର ବାଗ ଓ ଅନ୍ୟ କେତେଜଣ ବିଧାୟକ ମିଶ୍ରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି ବୋଲି କହିଛନ୍ତି। ତେବେ ଖବରଲେଖା ହେବା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇନାହିଁ। ଏନେଇ ଏସ୍‌ଡିପିଓ ବାଗଙ୍କୁ ପଚାରିବାରୁ ସମସ୍ତଙ୍କ ଉପସ୍ଥିତିରେ ସବୁ ଘଟିଛି। କିଏ କ’ଣ କହୁଛି ସେନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ପ୍ରସ୍ତାବିତ ମହାରାଣୀ ସାଗର ପ୍ରକଳ୍ପ, ନୂଆ ଜିଲାପାଳ ଅଫିସ ଏବଂ ନୂଆ ସିଭିଲ କୋର୍ଟ ତିଆରି ପାଇଁ ଜବରଦଖଲ ଉଚ୍ଛେଦକୁ ନେଇ ବିଜେଡି ଓ କଂଗ୍ରେସ ମୁହଁାମୁହିଁ ସ୍ଥିତିରେ ରହିଛନ୍ତି। ଜିଲା ପ୍ରଶାସନ ଅନେକ ଥର ଜବରଦଖଲ ଉଚ୍ଛେଦ କରିବାକୁ ଯାଇଥିଲେ ମଧ୍ୟ ପୌର କାଉନସିଲ ଏବଂ ଲୋକଙ୍କ ବିରୋଧ ଯୋଗୁଁ ଉଚ୍ଛେଦ ଟିମ୍‌ ଫେରି ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri