ଆଜି ପ୍ରସିଦ୍ଧ ଜାଗରଯାତ୍ରା

ଢେଙ୍କାନାଳ ଅଫିସ, ୧୮।୨: କପିଳାସ ଶୈବପୀଠରେ ଶନିବାର ଅନୁଷ୍ଠିତ ହେଉଛି ପ୍ରସିଦ୍ଧ ମହାଜାଗର। କୋଭିଡ୍‌ କାରଣରୁ ଦୁଇବର୍ଷ ହେଲା ମହାଦେବଙ୍କ ଏହି ବାର୍ଷିକ ଯାତ୍ରାରୁ ଶ୍ରଦ୍ଧାଳୁ ବଞ୍ଚତ୍ତ ହୋଇ ରହିଥିଲେ। ତେଣୁ ଚଳିତବର୍ଷ ବହୁଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସମ୍ଭାବନା ରହିଛି। ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିବାକୁ ଶୁକ୍ରବାରଠାରୁ ଶ୍ରଦ୍ଧାଳୁଙ୍କ ସମାଗମ ଆରମ୍ଭ ହୋଇଥିବାବେଳେ ସଜେଇ ହୋଇଛି ସମଗ୍ର କପିଳାସ ପୀଠ।

ଅନ୍ୟପଟେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଲାଗି ୧୪ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୨ ଜଣ ଅତିରିକ୍ତ ଏସ୍‌ପି, ୬ ଡିଏସ୍‌ପି, ୧୨ ଇନ୍ସପେକ୍ଟର, ୯୦ ଏସ୍‌ଆଇ ଓ ଏଏସ୍‌ଆଇ, ୯ ଟ୍ରାଫିକ୍‌ କନଷ୍ଟେବଲ୍‌, ୨୦୦ ହୋମ୍‌ଗାର୍ଡ ଶାନ୍ତିଶୃଙ୍ଖଳା ରକ୍ଷାରେ ନିୟୋଜିତ ହେବେ। ସେହିପରି ଆଗନ୍ତୁଙ୍କ ପାଇଁ ପାନୀୟଜଳ, ବାରବାଙ୍କରେ ଆଲୋକୀକରଣ, ପାହାଚ ରାସ୍ତା ସଫାସୁତରା, ଆଶୁ ଚିକିତ୍ସା, ଦୀପ ଲଗାଇବ ବସିବା ବ୍ୟବସ୍ଥା କରାଯାଇଛି।
ଏ ସଂକ୍ରାନ୍ତରେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କୁହନ୍ତି, ପୋଲିସ ସମ୍ମୁଖରେ ୨ଟି ଚ୍ୟାଲେଞ୍ଜ ରହିଛି। ପ୍ରଥମତଃ ପୀଠରେ ସ୍ଥାନାଭାବ ମଧ୍ୟରେ ଶ୍ରଦ୍ଧାଳୁଙ୍କୁ ଶୃଙ୍ଖଳିତ ଦର୍ଶନ କରାଇ ଛାଡ଼ିବା ଏବଂ ଦ୍ୱିତୀୟତଃ କପିଳାସ ପୀଠକୁ ୩ ଦିଗରୁ ଆସୁଥିବା ଯାନବାହନ ନିୟନ୍ତ୍ରଣ କରିବା। ଏଥିଲାଗି ଶୁକ୍ରବାର ଅପରାହ୍ନରୁ ପୋଲିସ ମୁତୟନ କରାଯାଇଛି। ୧୯ ତାରିଖ ସକାଳେ ଭିଡ଼ କମିବା ଯାଏ ତୀକ୍ଷ୍ଣ ନଜର ରହିବ। ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପ୍ରସିଦ୍ଧ ଜାଗର ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଏସ୍‌ପି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ନୀତିନିର୍ଘଣ୍ଟ ସ୍ଥିରୀକୃତ

ଜାଗର ଉପଲକ୍ଷେ ରାଜ ପୁରୋଧା ପଞ୍ଚାନନ ମିଶ୍ରଙ୍କ ଦ୍ୱାରା ନୀତିନିର୍ଘଣ୍ଟ ସ୍ଥିରୀକୃତ କରାଯାଇଛି। ପ୍ରାତଃରୁ ଦୈନନ୍ଦିନ ନୀତିକାନ୍ତି ପରେ ସନ୍ଧ୍ୟା ୭ଟାରୁ ରାତି ସାଢ଼େ ୨ଟା ମଧ୍ୟରେ ପାରମ୍ପରିକ ନିୟମ ଅନୁଯାୟୀ ସମସ୍ତ ଚାରିପୂଜା ସମ୍ପନ୍ନ ହେବ। ଏହାପରେ ପର୍ଯ୍ୟାୟକ୍ରମେ ମହାରୁଦ୍ରାଭିଷେକ, ମହାସ୍ନାନ, ନାଗାଭରଣ ବେଶ, ପଞ୍ଚବକ୍ରପୂଜା ସମ୍ପନ୍ନ ହେବ। ରାତି ୩ଟା ୫୫ରେ ବେଢ଼ା ପରିକ୍ରମା ପରେ ପ୍ରାତଃ ୪ଟା ୯ ମଧ୍ୟରେ ପାଳିଆ ସେବକଙ୍କ ଦ୍ୱାରା ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବ। ଏହାପରେ ୪ଟା ୨୫ରେ ହରିହର ଭେଟ, ସାଢ଼େ ୪ରୁ ୪ଟା ୪୦ ମଧ୍ୟରେ ନିତ୍ୟଧୂପ ଓ ପହୁଡ଼, ୪ଟା ୫୦ରେ ଠାକୁରଙ୍କ ଯୋଗନିଦ୍ରା ଭଙ୍ଗ କରାଯିବ। ସକାଳ ୫ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ ମହାଦେବ ଶ୍ରୀଚନ୍ଦ୍ରଶେଖରଜୀଉ ଯୋଗୀବେଶରେ ଦର୍ଶନ ଦେବେ।
ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri