ସ୍ଵୟଂଶାସିତ ମାନ୍ୟତା ବଜାୟ ରଖିବା ସନ୍ଦେହ

ଚଣ୍ଡିଖୋଲ,୭ା୨(ଡି.ଏନ.ଏ.):ଯାଜପୁର ଜିଲାର ପ୍ରମୁଖ ମହାବିଦ୍ୟାଳୟ ଭାବେ ଚଣ୍ଡିଖୋଲର ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ ପରିଚିତ। ଏହି ମହାବିଦ୍ୟାଳୟଟି ସ୍ଵୟଂଶାସିତ ମାନ୍ୟତା ପାଇଥିବା ବେଳେ ଏବେ ପୁନଃର୍ବାର ସ୍ବୟଂଶାସିତ ମାନ୍ୟତା ବଜାୟ ରଖି ପାରିବ କି ନାହିଁ ତାହାକୁ ନେଇ ସନ୍ଦେହ ଦେଖାଦେଇଛି। ବଡ଼ଚଣା ବ୍ଲକର ଏହି ମହାବିଦ୍ୟାଳୟ ତତ୍କାଳୀନ ଚଣ୍ଡିମନ୍ଦିରର ବ୍ରହ୍ମଚାରୀ ବାବା ଭୈରବାନନ୍ଦଙ୍କ ଦ୍ୱାରା ୧୯୭୬ରେ ପ୍ରତିଷ୍ଠା କରାଯାଇଥିଲା। ସେ ସମୟରେ ଉଚ୍ଚଶିକ୍ଷାର ପ୍ରସାର ପାଇଁ ବାବା ଭୈରବାନନ୍ଦ ନିଜେ ଅର୍ଥ ଯୋଗାଡ କରି ମହାବିଦ୍ୟାଳୟ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବହୁ ଘାତ ପ୍ରତିଘାତ ମଧ୍ୟରେ ମହାବିଦ୍ୟାଳୟ ଦିନକୁ ଦିନ ସୁନାମ ଅର୍ଜନ କରିଥିଲା। ୨୦୧୭ ଫେବୃୟାରୀ ୨୮ରେ ୟୁଜିସି ପକ୍ଷରୁ ଏହି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ କରାଯାଇଥିଲା। ପରେ ମହାବିଦ୍ୟାଳୟ ରାଜ୍ୟର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ମାନ୍ୟତା ପାଇବା ସହ ଚଣ୍ଡିଖୋଲର ମର୍ଯ୍ୟାଦା ବୃଦ୍ଧି କରିଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେହି ବର୍ଷ ଜୁନ୍‌ ୩ରେ ଏହି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମହାବିଦ୍ୟାଳୟ ଘୋଷଣା କରାଯାଇଥିଲା। ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ଚଳିତ ବର୍ଷ ଜୁନ୍‌ରେ ଶେଷ ହେବାକୁ ଯାଉଛି। ତେବେ ସ୍ବୟଂଶାସିତ ମାନ୍ୟତା ମିଳିବା ସମୟରେ ନାକ୍‌ ମାନ୍ୟତାରେ ‘ବି’ ଗ୍ରେଡ୍‌ ରହିଥିବା ମହାବିଦ୍ୟାଳୟକୁ ୟୁଜିସି ପକ୍ଷରୁ ସ୍ବୟଂଶାସିତ ମାନ୍ୟତା ଦିଆଯାଉଥିଲା। କିନ୍ତୁ ୨୦୧୮ ପରେ ୟୁଜିସିର ନୂଆ ନିୟମରେ ନାକ କମିଟି ଦ୍ୱରା ‘ଏ’ ଗ୍ରେଡ୍‌ ମାନ୍ୟତା ପାଇଥିବା ମହାବିଦ୍ୟାଳୟକୁ ସ୍ବୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ଦିଆଯିବ ବୋଲି ନିୟମ ହୋଇଥିଲା। ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ ନାକ କମିଟି ପରିଦର୍ଶନ ପାଇଁ କୌଣସି ଆବେଦନ କରିନାହାନ୍ତି, ଯାହା ଚଳିତ ବର୍ଷ ଜୁନ ସୁଦ୍ଧା ସମ୍ଭବ ମଧ୍ୟ ନୁହେଁ। ଫଳରେ ଏହି ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ପ୍ରତି ସନ୍ଦେହ ଦେଖାଦେଇଛି। ସେହିପରି ଏବେ ମହାବିଦ୍ୟାଳୟରେ ଶିକ୍ଷାଦାନ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେଇଛି।
ଉଚ୍ଚ ଶିକ୍ଷା ବିଭାଗ ନିୟମ ଅନୁଯାୟୀ, ଜଣେ ଅଧ୍ୟାପକ କିମ୍ବା ଅଧ୍ୟାପିକା ମହାବିଦ୍ୟାଳୟରେ ୭ ଘଣ୍ଟା ରହିବା ବାଧ୍ୟତାମୂଳକ। ସେଥିନିମନ୍ତେ ମହାବିଦ୍ୟାଳୟଗୁଡ଼ିକରେ ଆଙ୍ଗୁଠିଛାପ (ଫିଙ୍ଗର ପ୍ରିଣ୍ଟ୍‌) ମାଧ୍ୟମରେ ଉପସ୍ଥାନ ବ୍ୟବସ୍ଥା କରାଯାଉଛି। ମାତ୍ର ଏଠାରେ ଜାଲିଆତି ପିନ୍‌ ଜରିଆରେ ଉପସ୍ଥାନ ଦର୍ଶାଇ ଅଧ୍ୟାପକ ମନଇଚ୍ଛା ଆସୁଛନ୍ତି ଓ ଯାଉଛନ୍ତି। ସେହିଭଳି ଭାବେ ଏହି ମହାବିଦ୍ୟାଳୟ ଧନ୍ଦାମୂଳକ ଶିକ୍ଷାରେ ଜିଲାରେ ଏକ ପ୍ରମୁଖ ମହାବିଦ୍ୟାଳୟ। ଏଠାରେ ଅନେକ ବିଷୟରେ ଧନ୍ଦାମୂଳକ ଶିକ୍ଷାଦାନ କରାଯାଉଛି। କେନ୍ଦ୍ର ଦକ୍ଷତା ବିକାଶ ବିଭାଗ ପକ୍ଷରୁ ୟୁଜିସ ମାଧ୍ୟମରେ ଏହି ମହାବିଦ୍ୟାଳୟକୁ ଯାଜପୁର ଜିଲାର ସ୍କିଲ୍‌ ହବ ଯୋଜନାରେ ସାମିଲ କରି ଧନ୍ଦାମୂଳକ ଶିକ୍ଷା ପ୍ରଦାନ ନେଇ ପ୍ରସ୍ତାବ ରହିଥିଲା। ମାତ୍ର ଆଜି ଯାଏ ଏହା କାର୍ଯ୍ୟକାରୀ ହୋଇପାରିନାହଁି। ସ୍କିଲ୍‌ ହବରେ ସାମିଲ ହୋଇଥିଲେ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକର ଛାତ୍ରୀଛାତ୍ରଙ୍କୁ ଏଠାରେ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଇଥାନ୍ତା। ହେଲେ ତାହା ହୋଇ ପାରିନାହିଁ। ଏ ସମ୍ପର୍କରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ମନୋଜ କୁମାର ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ‘ଏ’ ଗ୍ରେଡ ମାନ୍ୟତା ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛୁ। କିପରି ନାକ କମିଟି ପରିଦର୍ଶନ କରିବ ସେ ନେଇ ଚେଷ୍ଟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri