Posted inଭଦ୍ରକ

ନଦୀରୁ ମିଳିଲା ନିଖୋଜ ଶିଶୁଙ୍କ ମୃତଦେହ

ଭଣ୍ଡାରିପୋଖରୀ, ୨୮।୭ (ଡି.ଏନ୍‌.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବନ୍ଦାଳୋ ମଢିଆଳି ପଞ୍ଚାୟତ ବନ୍ଦାଳୋ ଗ୍ରାମର ଜଗନ୍ନାଥ ରଣାଙ୍କ ୧୮ ମାସର ପୁଅ ଆଦିତ୍ୟ ଶୁକ୍ରବାର ଅପରାହ୍ନରେ ନିଖୋଜ ହୋଇଯାଇଥିଲେ। ଶନିବାର ବୈତରଣୀ ନଦୀର ଝୁଟଣା ଘାଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସକାଳେ ପରିବାର ଲୋକେ ନଦୀରେ ଖୋଜାଖୋଜି କରି ଝୁଟଣା ଘାଟ ପର୍ଯ୍ୟନ୍ତ ଯାଇଥିଲେ। ଝୁଟଣା ଘାଟରେ ଆଦିତ୍ୟଙ୍କ ମୃତଦେହ ଲାଗିଥିବା ଦେଖି ଘରକୁ ଆଣିଥିଲେ। ଏ ନେଇ ତାଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ କରାଯାଇ ନ ଥିବା ଜଣାଯାଇଛି। ଉଲ୍ଲେଖନୀୟ ଯେ, ଆଦିତ୍ୟ ଶୁକ୍ରବାର ଅପରାହ୍ନରେ ଘର ପାଖରେ ବରା ଖାଉଥିବା ବେଳେ ସ୍ଥାନୀୟ ବୈତରଣୀ ନଦୀକୁ ଚାଲିଯାଇ ବୁଡ଼ିଯାଇଥିବା ସନ୍ଦେହ କରାଯାଇଥିଲା। ଖବର ପାଇ ଭଣ୍ଡାରିପୋଖରୀ ଦମକଳ କର୍ମଚାରୀ ପହଞ୍ଚି ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ଭାଜପାରେ ମିଶିଲେ ୩୦ ପରିବାର

ଚାନ୍ଦବାଲି,୩୦ା୪(କିଷାନ ପାତ୍ର): ଚାନ୍ଦବାଲି ବ୍ଲକର ବଡ଼ଓସ୍ତିଆ ପଞ୍ଚାୟତରେ ଭାଜପା ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଧର ସାହୁଙ୍କ ନେତୃତ୍ୱରେ ୩୦ ପରିବାର ବିଜେଡି ଛାଡ଼ି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri