ବିଆର୍‌ଏସ୍‌ରେ ଗମାଙ୍ଗ, ପାଙ୍ଗୀ

ଭୁବନେଶ୍ବର,୨୮।୧(ବ୍ୟୁରୋ): ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କ ଭାରତ ରାଷ୍ଟ୍ର ସମିତି(ବିଆର୍‌ଏସ୍‌) ଶୁକ୍ରବାର ଆନୁଷ୍ଠାନିକ ଭାବେ ଓଡ଼ିଶାରେ ନିଜର ପାଦ ଥାପିଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀଙ୍କ ସମେତ ଏକାଧିକ ପୂର୍ବତନ ଏମ୍‌ପି, ବିଧାୟକଙ୍କ ସମେତ ଶତାଧିକ ନେତା ଓ କର୍ମୀ ହାଇଦ୍ରାବାଦର ବିଆର୍‌ଏସ୍‌ କାର୍ଯ୍ୟାଳୟଠାରେ ପହଞ୍ଚତ୍ଥିଲେ। ସେମାନେ କେସିଆର୍‌ଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଆର୍‌ଏସ୍‌ରେ ସାମିଲ ହୋଇଛନ୍ତି। ବିଆର୍‌ଏସ୍‌ ଗଠନର ସଂକଳ୍ପ ସମ୍ପର୍କରେ ଅବଗତ କରିବା ସହ କେସିଆର୍‌ ଆରମ୍ଭରୁ ଓଡ଼ିଶା ପ୍ରତି ନିଜର ଆଭିମୁଖ୍ୟ ପୋଷଣ କରିଛନ୍ତି।
ବିଆର୍‌ଏସ୍‌ କାର୍ଯ୍ୟାଳୟଠାରେ ଓଡ଼ିଶାରୁ ଯାଇଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଏହି ଦଳରେ ଆନୁଷ୍ଠାନିକ ଭାବେ ସାମିଲ କରାଯାଇଛି। ଏକ ସ୍ବତନ୍ତ୍ର ଚାର୍ଟର ଫ୍ଲାଇଟ୍‌ ଓ ୧୦ଟି ବସ୍‌ ଯୋଗେ ଏହି ନେତାମାନେ ହାଇଦ୍ରାବାଦରେ ପହଞ୍ଚିଥିଲେ। ବିଆର୍‌ଏସ୍‌ରେ ସାମିଲ ହୋଇଥିବା ଓଡ଼ିଶାର ନେତାମାନେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର, ତାଙ୍କ ସ୍ତ୍ରୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ଜୟରାମ, ମୟୂରଭଞ୍ଜ ପୂର୍ବତନ ଏମ୍‌ପି ରାମଚନ୍ଦ୍ର ହାଁସଦା, ପୂର୍ବତନ ବିଧାୟକ ନବୀନ ନନ୍ଦ, ରଥ ଦାସ, ଅର୍ଜୁନ ଦାସ, ରାଘବ ସେଠୀ, ଦେବରାଜ ସେଠୀ, ବୃନ୍ଦାବନ ମାଝିଙ୍କ ସମେତ ଚାଷୀନେତା ଅକ୍ଷୟ କୁମାର, ଶେଷଦେବ ନନ୍ଦ, ଆର୍‌ଟିଆଇ କର୍ମୀ ପ୍ରଦୀପ ପ୍ରଧାନ, କଂଗ୍ରେସ ନେତା କୈଳାସ ମୁଖୀ, ରାଜେଶ ପାତ୍ର, ରବୀନ୍ଦ୍ର ପ୍ରଧାନ ପ୍ରମୁଖ ବିଆର୍‌ଏସ୍‌ରେ ସାମିଲ ହୋଇଛନ୍ତି।
ଏହି ନେତାମାନଙ୍କୁ ଦଳକୁ ସ୍ବାଗତକରି କେସିଆର୍‌ କହିଛନ୍ତି, ଓଡ଼ିଶାରେ ମହାନଦୀର ମାତ୍ର ୨୫-୩୦ ପ୍ରତିଶତ ଜଳ ଉପଯୋଗ ହେଉଥିବା ବେଳେ ପ୍ରାୟ ୫୫ ପ୍ରତିଶତ ଜଳ ସମୁଦ୍ରକୁ ଯାଉଛି। ଆବଶ୍ୟକତାରୁ ଅଧିକ ଜଳ ନଷ୍ଟ ହେଉଛି। ଏହି ଜଳକୁ ଲୋକଙ୍କ ପିଇବା, ଜଳସେଚନ ଓ ବିଦ୍ୟୁତ୍‌ ଉତ୍ପାଦନ କାର୍ଯ୍ୟରେ ଉପଯୋଗ କରାଯାଇପାରନ୍ତା। ବ୍ରାହ୍ମଣୀ, ବୈତରଣୀ ସହ ଆଉ ଛୋଟ ଛୋଟ ନଦୀ ମଧ୍ୟ ଅଛି। ନଦୀଜଳ ସମୁଦ୍ରରେ ନଷ୍ଟ ହେଉଛି, କିନ୍ତୁ କାହିଁକି ଲୋକଙ୍କ କାମରେ ଲାଗିପାରୁନାହିଁ। ଓଡ଼ିଶାର ଢେଙ୍କାନାଳ ଓ ତାଳଚେରରେ ଉଚ୍ଚମାନର କୋଇଲା ମିଳୁଛି। ଓଡ଼ିଶାର କୋଇଲା ଖଣି କାହା କାମରେ ଲାଗୁଛି। ଓଡ଼ିଶାରେ ଦୀର୍ଘଦିନ ଧରି ଚାଷୀ ଆନ୍ଦୋଳନ ଜାରି ରହିଛି। ନିର୍ବାଚନ ଜିତିବା ପାଇଁ ନୂଆ ନୂଆ ପ୍ରତିଶ୍ରୁତି ଦେଇ ଭୋଟ ପାଇଲା ପରେ ସେସବୁ ଭୁଲିଯାଉଛନ୍ତି ସେ କହିଛନ୍ତି। ତେବେ ଆସନ୍ତା ଏପ୍ରିଲରେ କେସିଆର୍‌ଙ୍କ ଉପସ୍ଥିତିରେ ଏକ ବିଶାଳ ସମାବେଶ ଭୁବନେଶ୍ୱରରେ କରିବା ଲାଗି ଲକ୍ଷ୍ୟ ରହିଥିବା ଜଣାପଡ଼ିଛି।

ପ୍ରଭାବ ପଡ଼ିବ ନାହିଁ: ସପ୍ତଗିରି
ଅବିଭକ୍ତ କୋରାପୁଟ ଜିଲାର ବହୁ ନେତା ଭାରତ ରାଷ୍ଟ୍ର ସମିତି(ବିଆର୍‌ଏସ୍‌)ରେ ସାମିଲ ହୋଇଥିବାରୁ ଏଠାରେ ୨୦୨୪ ସାଧାରଣ ନିର୍ବାଚନରେ ପ୍ରଭାବ ପଡ଼ିପାରେ ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମହଲରେ ଆଲୋଚନା ହେଉଛି। ମାତ୍ର ଏହାର କିଛି ପ୍ରଭାବ ପଡିବ ନାହଁି ବୋଲି କଂଗ୍ରେସର ବରିଷ୍ଠ ନେତା ତଥା କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା ଏବଂ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ ପ୍ରମୁଖ ଶୁକ୍ରବାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri