ସ୍କୁଲ ସମ୍ମୁଖରେ ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା

ଲୋଇସିଂହା,୨୫।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବକଟି ଉଷାଦେବୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ ା ଏହାର ପ୍ରତିବାଦରେ ମଙ୍ଗଳବାର ସ୍କୁଲଗେଟ ଆଗରେ ଛାତ୍ରୀଛାତ୍ର, ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟ ଧାରଣା ଦେଇଥିଲେ। ଖବର ପାଇ ଏବିଓ ରଜନୀକାନ୍ତ ପଟେଲ, ଦୁତିଆ ବରିହା, ସିଆରସିସି ବାବୁଲାଲ ସାହୁ ସ୍କୁଲରେ ପହଞ୍ଚଥିଲେ ା ପ୍ରଧାନ ଶିକ୍ଷକ ଦେବରାଜ ବାରିକ, ପରିଚାଳନା କମିଟି ସଭାପତି ସୁଶୀଲ କୁମାର ଭୋଇ ଓ ଅଭିଭାକଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ୨ ଫେବୃୟାରୀ ସୁଦ୍ଧା ଆଉ ଜଣେ ଶିକ୍ଷକ ନିଯୁକ୍ତି ଦେବାକୁ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ସୂଚନା ଅନୁଯାୟୀ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ପ୍ରଥମରୁ ପଞ୍ଚମ ୧୪୦ ଛାତ୍ରୀଛତ୍ର ଓ ଷଷ୍ଠରୁ ଅଷ୍ଟମ ଯାଏ ୧୦୨ ଛାତ୍ରୀଛାତ୍ର ଅଛନ୍ତି। ବିଦ୍ୟାଳୟରେ ୨୪୨ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେସେହି ତୁଳନାରେ ଶିକ୍ଷକ ଅଭାବ ରହିଛି। ବିଦ୍ୟାଳୟରେ ଜଣେ କ୍ରୀଡା ଶିକ୍ଷକ ସହ ୮ ଜଣ ଶିକ୍ଷକ ଶିକ୍ଷାଦାନ ପାଇଁ ନିୟୋଜିତ ଥିଲେ। ହେଲେ ୨୦୧୯ ମସିହାରୁ ଶିକ୍ଷୟିତ୍ରୀ ସଙ୍ଗୀତା ସାହୁଙ୍କୁ ଖଳିଆପାଲି ସ୍କୁଲକୁ ଡେପୁଟେଶନରେ ପଠାଯାଇଛି। ଏବେ ଜଣେ କ୍ରୀଡା ଶିକ୍ଷକ ସମେତ ୭ ଜଣ ଶିକ୍ଷାଦାନ ପାଇଁ ଅଛନ୍ତି। ୬ ଜଣ ଶିକ୍ଷକରେ ୮ ଟି ଶ୍ରେଣୀ ପିଲାଙ୍କୁ ପଢାଇବା ପାଇଁ ସମସ୍ୟା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଦିନରେ ନାମାଙ୍କନ ଭରିଲେ ସୂର୍ଯ୍ୟମଣି

ଛତ୍ରପୁର,୩।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶୁକ୍ରବାର ଶେଷ ଦିନରେ ଖଲିକୋଟ ବିଧାନସଭା ଆସନ ପାଇଁ ବିଜୁ ଜନତା...

ନାମାଙ୍କନପତ୍ର ଦାଖଲ କଲେ ବିଧାନସଭା ପ୍ରାର୍ଥିନୀ ଲତିକା ପ୍ରଧାନ

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶେଷଦିନରେ କବିସୂର୍ଯ୍ୟନଗର ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳର ବିଧାୟିକା...

ଜୋରଦାର ହେବ ବାରବାଟୀ-କଟକ ନିର୍ବାଚନ ଲଢ଼େଇ

କଟକ, ୩ା୫(ଶିଳ୍ପା ପ୍ରିୟଦର୍ଶିନୀ):ନିର୍ବାଚନକୁ ମାତ୍ର ଅଳ୍ପଦିନ ବାକି ରହିଥିବାବେଳେ ସରଗରମ ହେବାରେ ଲାଗିଛି କଟକ ରାଜନୀତି। ଏପରି କି ସମସ୍ତ ନିର୍ବାଚନମଣ୍ଡଳୀ ଅପେକ୍ଷା ଏବେ ରୋଚକ...

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଫେସ୍‌ବୁକ୍‌ରେ ପୁତନା ବଧ ଶେୟାର କରି ଜେଲ୍‌ ଗଲେ ଯୁବକ

ନୟାଗଡ଼,୩ା୫(ଲୋକନାଥ ମିଶ୍ର):ଫେସ୍‌ବୁକ୍‌ର ଆମ ପାଇଁ ବଡ଼ ଆମ ନୟାଗଡ଼ ଚ୍ୟାନେଲରେ ପୁତନା ବଧ ଫଟୋ ଶେୟାର କରି ନୟାଗଡ଼ ସଦର ଥାନା ହରିପୁର ଗଁାର ରମାକାନ୍ତ...

ନାମାଙ୍କନପତ୍ର ଦାଖଲ କଲେ ଦୀପାଳି

ଭୁବନେଶ୍ୱର,୩।୫: ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶନିବାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସରବାହଲରୁ ବହୁ ସମର୍ଥକଙ୍କୁ ନେଇ ବିରାଟ...

ନାମାଙ୍କନପତ୍ର ଦାଖଲ କଲେ ନିପନ

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ନିପନ କୁମାର ଦାଶ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି ।...

କଂଗ୍ରେସ ପ୍ରାର୍ଥୀ ପ୍ରତିଭା ଭରିଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାୟକ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜ ସମର୍ଥନ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri