ଜେଲରେ ଓକିଲଙ୍କୁ ଭେଟିଲେ ଓଲା ପ୍ରତିନିଧି

ସମ୍ବଲପୁର,୧୪।୧(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ଭଙ୍ଗାରୁଜା ସହ ବିଚାରପତିମାନଙ୍କୁ ବାହାର କରିଦେବା ଭଳି ଘଟଣା ଘଟିଥିଲା। ଘଟଣାରେ ୩୦ ଓକିଲଙ୍କ ସମେତ ୮ କିନ୍ନର ଓ ଜଣେ ସାଧାରଣ ଲୋକ ଦୀର୍ଘ ଏକମାସ ହେବ ଜେଲରେ ଅଛନ୍ତି। ଏମାନଙ୍କୁ ଭେଟିବା ସହ ସ୍ଥିତି ପରଖିବା ପାଇଁ ଅଲ ଓଡ଼ିଶା ଓକିଲ ସଂଘ (ଓଲା)ର ଏକ ପ୍ରତିନିଧି ଦଳ ଶୁକ୍ରବାର ସମ୍ବଲପୁର ଗସ୍ତରେ ଆସିଥିଲେ। ସେମାନେ ଜେଲ ଭିତରେ ଗିରଫ ଓକିଲମାନଙ୍କ ସହ ଆଲୋଚନା କରିଥିଲେ। ପରେ ଜିଲାପାଳ ଅନନ୍ୟା ଦାସ, ଉତ୍ତରାଞ୍ଚଳ ପୋଲିସ ଆଇଜି ଡ. ଦିପକ କୁମାର ଓ ଜିଲା ଓକିଲ ସଂଘ ସଦସ୍ୟଙ୍କୁ ଭେଟିଥିଲେ।
ଗଣମାଧ୍ୟମକୁ ସୂଚନା ଦେଇ ସେମାନେ କହିଥିଲେ, ଜେଲ ଭିିତରେ ଗିରଫ ଓକିଲମାନଙ୍କ ସହ ଆଲୋଚନା ହୋଇଥିଲା। ପରେ ଜିଲାପାଳ ଓ ଆଇଜିଙ୍କୁ ଭେଟି ଘଟଣା ଜାଣିବା ପରେ ସହଯୋଗ କରିବା ଦିଗରେ ଆଲୋଚନା କରାଯାଇଥିଲା। ଓକିଲ ସଂଘ ସଦସ୍ୟମାନଙ୍କ ସହ ଆଲୋଚନା କରି କୋର୍ଟ କାର୍ଯ୍ୟ ଚାଲିବା ଉପରେ କଥାବାର୍ତ୍ତା ହୋଇଥିଲା। କୋର୍ଟ କାର୍ଯ୍ୟ ଏବେ ସ୍ବାଭାବିକ ଭାବେ ଚାଲିଥିବା ଦେଖିବାକୁ ମିଳିଥିଲା। ହାଇକୋର୍ଟରେ ଗିରଫମାନଙ୍କ ଜାମିନ ପାଇଁ ଆବେଦନ କରାଯାଇଛି। ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇ ନାହିଁ। ଜାମିନ ମିଳିଯିବ ବୋଲି ଆଶା ରହିଛି। ସୁପ୍ରିମକୋର୍ଟରେ ମଧ୍ୟ ପକ୍ଷ ରଖାଯାଇଛି। ରାଜ୍ୟ ବାର୍‌ କାଉନ୍‌ସିଲ ଅଧ୍ୟକ୍ଷ ନିର୍ବାଚିତ ନ ହେବାରୁ ଏଭଳି ସମସ୍ୟା ହୋଇଥିଲ। ପଶ୍ଚିମ ଓଡ଼ିିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆନ୍ଦୋଳନ ବହୁବର୍ଷର। କେବେ ଏଭଳି ହୋଇ ନ ଥିଲା। ଡିସେମ୍ବର ୧୨ରେ ଘଟିଥିବା ଘଟଣା ଏକ ଦୁର୍ଘଟଣା। ଓକିଲମାନଙ୍କ ସମସ୍ୟା ବାର୍‌ କାଉନସିଲରେ ଆଲୋଚନା ହୋଇଥାଏ। କିଭଳି ସମସ୍ୟାର ସମାଧାନ କରାଯିବ କାଉନସିଲ ସଦସ୍ୟମାନେ ପରାମର୍ଶ ଦେଇଥାନ୍ତି। ହେଲେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମୟରେ କାଉନସିଲ ନ ଥିବାରୁ ପଶ୍ଚିମ ଓଡ଼ିଶା ସମେତ ଅନ୍ୟ ବାର୍‌ ସଦସ୍ୟମାନେ ଏତେ ବଡ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତେଣୁ ଶୀଘ୍ର ବାର୍‌ କାଉନସିଲ ନିର୍ବାଚନ କରାଯାଉ ବୋଲି ସେ ଦାବି କରିଥିଲେ। ପ୍ରତିନିଧି ଦଳରେ ଅଧ୍ୟକ୍ଷ ଜ୍ଞାନରଞ୍ଜନ ମହାନ୍ତି, ବୀରେନ୍ଦ୍ର ପଟ୍ଟନାୟକ, ସଞ୍ଜିତ କୁମାର ପାଣିଗ୍ରାହୀ, ସୁବାସ ମିଶ୍ର, ଭୂପେଶ ପ୍ରଧାନ, ଭିଷ୍ମଦେବ ସରାଫ, ଦିଲୀପ ଦାଶ, ମନୋରଞ୍ଜନ ମହାନ୍ତି, ଦିଲୀପ କୁମାର ସାହୁଙ୍କ ସମେତ ବିଭିନ୍ନ ଜିଲାର ଓକିଲ ସଂଘର ସଦସ୍ୟମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri