ଜାପାନ ଉପରେ ଚାଇନା ଆକ୍ରମଣ କଲେ ସୈନ୍ୟ ପଠାଇବ ବ୍ରିଟେନ: ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି…

ଲଣ୍ଡନ/ଟୋକିଓ,୧୨।୧ : ବ୍ରିଟେନ ଏବଂ ଜାପାନର ନେତାମାନେ ଏକ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିଛନ୍ତି। ଚୁକ୍ତି ଅନୁସାରେ ଉଭୟ ଦେଶ ପରସ୍ପରର ସୈନ୍ୟମାନଙ୍କୁ ନିଜ ଦେଶରେ ରଖିବାକୁ ଅନୁମତି ଦେବେ। ତାଇୱାନ ଉପରେ ଚାଇନାର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନେଇ ଚିନ୍ତା ମଧ୍ୟରେ ଦୁଇ ଦେଶ ସାମରିକ ସମ୍ପର୍କକୁ ମଜବୁତ କରୁଛନ୍ତି।

ବ୍ରିଟେନ ସରକାର କହିଛନ୍ତି ଯେ ପ୍ରତିରକ୍ଷା ଚୁକ୍ତି ’ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଆମର ପ୍ରତିବଦ୍ଧତାକୁ ସୁଦୃଢ଼ କରିବ। ବୈଠକରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଏଥିରେ ଦସ୍ତଖତ କରିଛନ୍ତି। ଏହି ଚୁକ୍ତି ଅନେକ ବର୍ଷ ଧରି ଚାଲିଆସୁଥିଲା ଏବଂ କିଶିଦା ମେ ମାସରେ ଲଣ୍ଡନ ଗସ୍ତରେ ଆସିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ କଥା ହୋଇଥିଲେ।

ୟୁରୋପୀୟ ୟୁନିଅନ ସହିତ ଜାପାନର ଏହା ହେଉଛି ପ୍ରଥମ ଚୁକ୍ତି ଯାହା ଉଭୟ ଦେଶକୁ ମିଳିତ ସାମରିକ ଅଭ୍ୟାସ କରିବାକୁ ଅନୁମତି ଦେବ। ବ୍ରିଟେନ ସରକାର କହିଛନ୍ତି ଯେ ଏହି ଚୁକ୍ତି ଉଭୟ ଜି-୭ ଦେଶର ସଶସ୍ତ୍ର ବାହିନୀକୁ ବଡ଼ ଏବଂ ଜଟିଳ ସାମରିକ ଅଭ୍ୟାସ ତଥା ନିୟୋଜନ ଯୋଜନାରେ କାର୍ଯ୍ୟ କରିବାକୁ ଅନୁମତି ଦେବ।

ଦକ୍ଷିଣ ଚାଇନା ସାଗର ଏବଂ ଏହାର ଆଖପାଖ ସମୁଦ୍ରିକ ଅଞ୍ଚଳରେ ଚାଇନା ସୀମା ନିୟମର ଉଲ୍ଲଂଘନ କରୁଛି। ପୂର୍ବ ଚାଇନା ସାଗରରେ ଥିବା ଦ୍ୱୀପପୁଞ୍ଜକୁ ନେଇ ଜାପାନ ସହିତ ଚାଇନାର ପୁରୁଣା ବିବାଦ ରହିଛି। ଏହି କାରଣରୁ ଉଭୟ ଦେଶର ନୌସେନା ମଧ୍ୟ ଅନେକ ଥର ମୁହାଁମୁହିଁ ହୋଇଛନ୍ତି। ସମ୍ପ୍ରତି ଏହି ଦ୍ୱୀପପୁଞ୍ଜ ଜାପାନର ଅଧୀନରେ ଅଛି, କିନ୍ତୁ ଚାଇନା ଏହାକୁ ନିଜର ବୋଲି ଦାବି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri