Posted inଖେଳ

ଓଡ଼ିଶାର ଦୃଢ଼ ଜବାବ

ଭୁବନେଶ୍ୱର, ୨୯।୧୨ (କ୍ରୀଡ଼ା ପ୍ରତିନିଧି): କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ହରିୟାଣାକୁ ଦୃଢ଼ ଜବାବ ଦେଇଛି ଘରୋଇ ଓଡ଼ିଶା। ହରିୟାଣାର ପ୍ରଥମ ଇନିଂସ ସ୍କୋର ୩୩୮ ରନ ଜବାବରେ ଓଡ଼ିଶା ବୁଧବାର ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ଓପନର ଅନୁରାଗ ଷଡ଼ଙ୍ଗୀ ଓ ଶାନ୍ତନୁ ମିଶ୍ରଙ୍କ ଅର୍ଦ୍ଧଶତକ ସହାୟତାରେ ୩ ଉଇକେଟ ହରାଇ ୨୦୪ ରନ ସଂଗ୍ରହ କରିଛି। ୭ ଉଇକେଟ ସୁରକ୍ଷିତ ଥିବାବେଳେ ଓଡ଼ିଶା ଆଉ ୧୩୪ ରନରେ ପଛୁଆ ରହିଛି। ଫଳରେ ଓଡ଼ିଶାର ପ୍ରଥମ ଇନିଂସ ଅଗ୍ରଣୀ ଆଶା ଉଜ୍ଜୀବିତ ହୋଇଛି।
ପ୍ରଥମ ଦିବସର ଅସମାପ୍ତ ସ୍କୋର ୩୦୬/୫ରୁ ଖେଳ ଆରମ୍ଭ କରିଥିବା ହରିୟାଣା ଦ୍ୱିତୀୟ ଦିବସରେ ଆଉ ୩୨ ରନ ଯୋଡ଼ି ଅବଶିଷ୍ଟ ୫ ଉଇକେଟ ହରାଇଥିଲା।

ଓଡ଼ିଶାର ସୂର୍ଯ୍ୟକାନ୍ତ ପ୍ରଧାନ ଓ ପ୍ରୟାସ ସିଂ ଘାତକ ବୋଲିଂ କରି ହରିୟାଣାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଶତକ ହାସଲକାରୀ ନିଶାନ୍ତ ସିନ୍ଧୁ ନିଜର ପୂର୍ବ ଦିନର ସ୍କୋର ୧୪୨ ରନରେ ଆଉଟ ହୋଇଥିବାବେଳେ ଅନ୍ତର୍ଜାତୀୟ ଖେଳାଳି ଜୟନ୍ତ ଯାଦବ ୪୧ ରନ କରିବାକୁ ସକ୍ଷମ ହୋଇଥିଲେ। ହରିୟାଣା ଦଳର ନେତୃତ୍ୱ ନେଉଥିବା ଟିମ୍‌ ଇଣ୍ଡିଆ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ମାତ୍ର ୨ ରନରେ ପ୍ୟାଭିଲିୟନ ପଠାଇଥିଲେ ପ୍ରୟାସ ସିଂ। ଓଡ଼ିଶା ବୋଲରଙ୍କ ମଧ୍ୟରେ ସୂର୍ଯ୍ୟକାନ୍ତ ପ୍ରଧାନ ୨୫ ଓଭର ବୋଲିଂ କରି ୫ ମେଡେନ ନେବାସହ ୯୩ ରନ ବିନିମୟରେ ୬ ଉଇକେଟ ସଫଳତା ପାଇଥିଲେ। ନିଜର ପ୍ରଥମ ରଣଜୀ ମ୍ୟାଚରେ ପ୍ରୟାସ ୩ଟି ଉଇକେଟ ନେଇଥିଲେ। ସେ ୨୩ ଓଭର ବୋଲିଂ କରି ୩ଟି ମେଡେନ ନେଇ ୬୬ ରନ ବ୍ୟୟ କରିଥିଲେ। ଅନ୍ୟ ଉଇକେଟଟି ଗୋବିନ୍ଦ ପୋଦ୍ଦାରଙ୍କୁ ମିଳିଥିଲା।

ଓଡ଼ିଶାର ଆରମ୍ଭ ଭଲ ହୋଇଥିଲା। ଦୁଇ ଓପନର ଅନୁରାଗ ଓ ଶାନ୍ତନୁ ସତର୍କତାର ସହ ହରିୟାଣା ବୋଲରଙ୍କୁ ମୁକାବିଲା କରି ଶତକୀୟ ଭାଗୀଦାରି ଆଡ଼କୁ ଅଗ୍ରସର ହୋଇଥିଲେ। ତେବେ ୯୮ ରନ ଯୋଗ ହେବାପରେ ୩୭ତମ ଓଭରର ୫ମ ବଲ୍‌ରେ ଅନୁରାଗଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ କରି ହରିୟାଣାକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ତାରକା ସ୍ପିନର ଚହଲ। ୧୨୩ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଅରବିନ୍ଦ ୬୩ ରନ କରିଥିଲେ। ନିଜ ଇନିଂସରେ ସେ ୧୦ଟି ଚୌକା ଲଗାଇଥିଲେ। ୬ ରନ ବ୍ୟବଧାନରେ ଓଡ଼ିଶା ଦ୍ୱିତୀୟ ଉଇକେଟ ହରାଇଥିଲା। ରଣଜୀ ପଦାର୍ପଣ ମ୍ୟାଚ ଖେଳୁଥିବା ସ୍ବସ୍ତିକ ସାମଲ ମାତ୍ର ୧ ରନ କରିଥିବାବେଳେ ଚହଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଅନ୍ୟତମ ଓପନର ଶାନ୍ତନୁ ୬୦ ରନ କରିଥିବାବେଳେ ନିଶାନ୍ତ ସାନ୍ଧୁଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ସେ ନିଜ ଇନିଂସ ମଧ୍ୟରେ ୪ ଚୌକା ଓ ୧ ଛକା ମାରିଥିଲେ। ତେବେ ସେ ଆଉଟ ହେବା ପୂର୍ବରୁ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ସହ ମୂଲ୍ୟବାନ ୫୨ ରନର ପାର୍ଟନରଶିପ୍‌ ଗଢ଼ିଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଶୁଭ୍ରାଂଶୁ ୪୨ ଓ ଯୁବ ବ୍ୟାଟର କାର୍ତ୍ତିକ ବିଶ୍ୱାଳ ୨୯ ରନରେ ଅପରାଜିତ ରହିଥିଲେ। ଦୁହେଁ ଅସମାପ୍ତ ୪ର୍ଥ ଉଇକେଟରେ ୯୭ ବଲ୍‌ରୁ ୪୮ ରନର ଭାଗୀଦାରି ଗଢ଼ି ଦଳକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ହରିୟାଣା ପକ୍ଷରୁ ଚହଲ ୨ଟି ଓ ସିନ୍ଧୁ ଗୋଟିଏ ଉଇକେଟ ପାଇଥିଲେ। ଓଡ଼ିଶା ଏବେ ଭଲ ସ୍ଥିତିରେ ଥିଲେ ମଧ୍ୟ ସକାଳବେଳା ଯେପରି ହରିୟାଣାର ବ୍ୟାଟିଂ ବିପର୍ଯ୍ୟୟ ହେଲା ସେଥିରୁ ଶିକ୍ଷାଲାଭ କରିବାକୁ ହେବ। ଦୁଇ ନିର୍ଭରଯୋଗ୍ୟ ବ୍ୟାଟର ଶୁଭ୍ରାଂଶୁ ଓ କାର୍ତ୍ତିକଙ୍କୁ ବଡ଼ ଇନିଂସ ଖେଳିବାକୁ ପଡ଼ିବ।
ସଂକ୍ଷିପ୍ତ ସ୍କୋର
ହରିୟାଣା ପ୍ରଥମ ଇନିଂସ: ୩୩୮/ଅଲ୍‌ଆଉଟ (ନିଶାନ୍ତ ସିନ୍ଧୁ-୧୪୨, ରୋହିତ ଶର୍ମା-୫୫, ସୂର୍ଯ୍ୟକାନ୍ତ ପ୍ରଧାନ-୬/୯୩, ପ୍ରୟାସ ସିଂ-୩/୬୬, ଗୋବିନ୍ଦ ପୋଦ୍ଦାର-୧/୪୩)। ଓଡ଼ିଶା ପ୍ରଥମ ଇନିଂସ: ୨୦୪/୩ (ଅନୁରାଗ ଷଡ଼ଙ୍ଗୀ-୬୩, ଶାନ୍ତନୁ ମିଶ୍ର-୬୦, ଶୁଭ୍ରାଂଶୁ ସେନାପତି-୪୨*, କାର୍ତ୍ତିକ ବିଶ୍ୱାଳ-୨୯*, ୟୁଜବେନ୍ଦ୍ର ଚହଲ-୨/୫୫, ନିଶାନ୍ତ ସିନ୍ଧୁ-୧/୧୯)।

 


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri