Posted inUncategorized

ଟିକେଟ ବିକ୍ରି ଆଜିଠାରୁ

ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି):ଭୁବନେଶ୍ୱର ଓ ରାଉରକେଲାରେ ୨୦୨୩ ଜାନୁୟାରୀ ୧୩ରୁ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱକପ୍‌ ପାଇଁ ଉତ୍ସାହ କ୍ରମେ ବଢ଼ିବାରେ ଲାଗିଛି। ଅନ୍‌ଲାଇନ୍‌ ଟିକେଟ ପ୍ରତି ଦର୍ଶକ ଅହେତୁକ ଆଗ୍ରହ ଦେଖାଇଥିବାବେଳେ ବକ୍ସ ଅଫିସ ଟିକେଟ ବିକ୍ରି ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଜାନୁୟାରୀ ୨୯ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଏହି ମେଗା ପ୍ରତିଯୋଗିତାରେ ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଅଂଶଗ୍ରହଣ କରିବେ। ଓଡ଼ିଶାର ୨ଟି ଭେନ୍ୟୁରେ ମୋଟ ୪୪ଟି ମ୍ୟାଚ ଅନୁଷ୍ଠିତ ହେବ। ଭାରତୀୟ ହକିର ନୂଆ ଆକର୍ଷଣ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମର ଦର୍ଶକ କ୍ଷମତା ୨୦,୦୦୦ରୁ ଅଧିକ ରହିଥିବାବେଳେ ଆଇକନିକ୍‌ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ଦର୍ଶକ କ୍ଷମତା ୧୫,୦୦୦ରୁ ଊର୍ଦ୍ଧ୍ୱ।

ରାଉରକେଲାରେ ୨୦ଟି ମ୍ୟାଚ ଅନୁଷ୍ଠିତ ହେବ। ଭୁବନେଶ୍ୱରରେ କ୍ରସ୍‌ ଓଭର୍ସ, କ୍ୱାର୍ଟର ଫାଇନାଲ, ସେମିଫାଇନାଲ ଓ ମେଗା ଫାଇନାଲକୁ ମିଶାଇ ମୋଟ ୨୪ଟି ମ୍ୟାଚ ଖେଳାଯିବ। ଭୁବନେଶ୍ୱରରେ କଳିଙ୍ଗ ହକି ଷ୍ଟାଡିୟମର ୮ ନମ୍ବର ଗେଟ୍‌ସ୍ଥିତ ରିଜର୍ଭ ପୋଲିସ ଲାଇନ୍‌ ଗ୍ରାଉଣ୍ଡ ଏବଂ ରାଉରକେଲାରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମର ୬ ନମ୍ବର ଗେଟ୍‌ (ଇଷ୍ଟ ଓ ସାଉଥ୍‌ ଷ୍ଟାଣ୍ଡ) ଏବଂ ୨ ନମ୍ବର ଗେଟ୍‌ (ନର୍ଥ ଓ ଓ୍ବେଷ୍ଟ ଷ୍ଟାଣ୍ଡ) ନିକଟରେ ବକ୍ସ ଅଫିସ ଉପଲବ୍ଧ ହେବ। ବକ୍ସ ଅଫିସଗୁଡ଼ିକ ପୂର୍ବାହ୍ନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ। ଦର୍ଶକମାନେ ଏଠାରେ ଟିକେଟ କିଣିବା ସହିତ ଅନ୍‌ଲାଇନ୍‌ ଟିକେଟ ରିଡେମ୍ପଶନ କରିପାରିବେ।
”ଭୁବନେଶ୍ୱର ଓ ରାଉରକେଲାରେ ହେବାକୁଥିବା ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌କୁ ଆମେ ପୁଣିଥରେ ଦର୍ଶକଙ୍କୁ ସ୍ବାଗତ କରୁଛୁ। ବିଶ୍ୱର ଶ୍ରେଷ୍ଠ ଦଳର ଆକ୍ସନ ଏହି ଟୁର୍ନାମେଣ୍ଟରେ ଦେଖିବାକୁ ମିଳିବ। ତେଣୁ ଦର୍ଶକମାନେ ବହୁସଂଖ୍ୟାରେ ଷ୍ଟାଡିୟମ ଆସି ସେମାନଙ୍କ ପ୍ରିୟ ଖେଳାଳିଙ୍କ ଖେଳ ଉପଭୋଗ କରିବାକୁ ମୁଁ ଆମନ୍ତ୍ରଣ କରୁଛି। ଆମେ ଭୁବନେଶ୍ୱରରେ ୨୦୧୮ ବିଶ୍ୱକପ୍‌ ସମେତ ହକିର ଅନେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିସାରିଛୁ। ଏବେ ହକି ଆକ୍ସନ ରାଉରକେଲାରେ ନବନିର୍ମିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ଉଭୟ ଷ୍ଟାଡିୟମରେ ଦର୍ଶକ ଭରପୂର ସଂଖ୍ୟାରେ ଉପସ୍ଥିତ ରହି ହକି ପ୍ରତି ସେମାନଙ୍କ ଭଲପାଇବାକୁ ପ୍ରଦର୍ଶନ କରିବା ଆଶା ରହିଛି“ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ପ୍ରକାଶ କରିଛନ୍ତି। ଆୟୋଜକ ଭାରତ ବ୍ୟତୀତ ପ୍ରତିଯୋଗିତାରେ ଭାଗନେବାକୁ ଯାଉଥିବା ଅନ୍ୟ ୧୫ଟି ଦଳ ହେଲେ ଅଷ୍ଟ୍ରେଲିଆ, ବେଲ୍‌ଜିୟମ, ନେଦରଲାଣ୍ଡ୍ସ, ଆର୍ଜେଣ୍ଟିନା, ଜର୍ମାନୀ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଫ୍ରାନ୍ସ, କୋରିଆ, ମାଲେସିଆ, ସ୍ପେନ୍‌, ଦକ୍ଷିଣ ଆଫ୍ରିକା, ଜାପାନ, ଚିଲି ଓ ଓ୍ବେଲ୍ସ। ଭାରତ ଗ୍ରୁପ୍‌ ‘ଡି’ରେ ସ୍ପେନ୍‌, ଇଂଲଣ୍ଡ ଓ ଓ୍ବେଲ୍ସ ସହିତ ସ୍ଥାନ ପାଇଛି। ରାଉରକେଲାରେ ଜାନୁୟାରୀ ୧୩ରେ ସ୍ପେନ୍‌ ବିପକ୍ଷରେ ମ୍ୟାଚ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ଏହାପରେ ୧୫ରେ ଇଂଲଣ୍ଡ ଏବଂ ୧୯ରେ ଓ୍ବେଲ୍ସ ବିପକ୍ଷରେ ମୁକାବିଲା କରିବ। ଭାରତର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ଗୁଡ଼ିକ ରାତି ୭ଟାରେ ଆରମ୍ଭ ହେବ।
ଟିକେଟ ମୂଲ୍ୟ
ଭାରତ ସମ୍ପୃକ୍ତ ଥିବା ମ୍ୟାଚ୍‌: ଓ୍ବେଷ୍ଟ ଷ୍ଟାଣ୍ଡ ୫୦୦, ଇଷ୍ଟ ଷ୍ଟାଣ୍ଡ ୪୦୦, ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ୨୦୦ ଟଙ୍କା। ଭାରତ ସମ୍ପୃକ୍ତ ନ ଥିବା ମ୍ୟାଚ୍‌: ଓ୍ବେଷ୍ଟ ଷ୍ଟାଣ୍ଡ ୫୦୦, ଇଷ୍ଟ ଷ୍ଟାଣ୍ଡ ୨୦୦, ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ୧୦୦ ଟଙ୍କା। ଭୁବନେଶ୍ୱରରେ କ୍ୱାଲିଫାୟର୍ସଠାରୁ ଆରମ୍ଭ କରି ଫାଇନାଲ ପର୍ଯ୍ୟନ୍ତ ଓ୍ବେଷ୍ଟ ଷ୍ଟାଣ୍ଡ ୫୦୦, ଇଷ୍ଟ ଷ୍ଟାଣ୍ଡ ୪୦୦, ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ୨୦୦ ଟଙ୍କା। ରାଉରକେଲାରେ ୯ରୁ ୧୬ ପର୍ଯ୍ୟନ୍ତ ପୋଜିଶନିଂ ମ୍ୟାଚ୍‌ ପାଇଁ ଓ୍ବେଷ୍ଟ ଷ୍ଟାଣ୍ଡ ୫୦୦, ଇଷ୍ଟ ଷ୍ଟାଣ୍ଡ ୨୦୦, ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ୧୦୦ ଟଙ୍କା। ଟିକେଟ୍‌ କିଣିଥିବା ଦର୍ଶକ ସମ୍ପୃକ୍ତ ଭେନ୍ୟୁରେ ପୂରା ଦିନର ମ୍ୟାଚ୍‌ ଉପଭୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri