ବାରଣ୍ଡାରେ ଅନୁଷ୍ଠିତ ହେଲା ମମତା ଦିବସ

କେନ୍ଦ୍ରାପଡ଼ା ଅଫିସ, ୧୪ା୧୨: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଭିତରଗଡ଼ ପଞ୍ଚାୟତର ଶିଳାପୋଖରୀ ଗ୍ରାମରେ ଅନୁଷ୍ଠିତ ହୋଇଥିବା ମମତା ଦିବସ ଶିବିରରେ ମାତୃ, ଶିଶୁ ଓ ଗର୍ଭବତୀ ମହିଳାଙ୍କ ଓଜନ, ରକ୍ତ ପରୀକ୍ଷା ଓ ହିମୋଗ୍ଲୋବିନ ପରୀକ୍ଷା ଭଳି ଅନେକ ପରୀକ୍ଷା ନିମନ୍ତେ ଏହି ଶିବିର ଅନୁଷ୍ଠିତ ହୋଇଛି। ମାତ୍ର ଏହି ପଞ୍ଚାୟତରେ ଏଏନ୍‌ଏମ୍‌ ସେଣ୍ଟର ନ ଥିବାରୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ମମତା ଦିବସ କରିବାକୁ ଚୟନ କରାଯାଇଥିଲା। କିନ୍ତୁ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀ ଏବଂ ସହାୟିକାଙ୍କ ଅନଶନ କାରଣରୁ ମମତା ଦିବସ କାର୍ଯ୍ୟକ୍ରମ ବାରଣ୍ଡାରେ ହୋଇଥିଲା।
ସୂଚନାଥାଉ କି, ଶିଶୁ ଓ ଗର୍ଭବତୀ ମହିଳାଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ମମତା ଦିବସ ଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଗଁା ଗହଳିରେ କରାଇବାକୁ ପଦକ୍ଷେପ ନେଇଛନ୍ତି। ସେହିପରି ରାଜନଗର ବ୍ଲକ ଭିତରଗଡ଼ ପଞ୍ଚାୟତ ଶିଳାପୋଖରୀ ଗ୍ରାମରେ ପ୍ରତ୍ୟେକ ମାସ ଦ୍ୱିତୀୟ ମଙ୍ଗଳବାର ଅଙ୍ଗନଓ୍ବାଡି କେନ୍ଦ୍ରରେ ମମତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି। ପ୍ରତ୍ୟେକ ମାସ ପରି ମଙ୍ଗଳବାର ମମତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତର ସହ ଶିଳାପୋଖରୀ ଗ୍ରାମର ଆଶା୍‌କର୍ମୀ ଜାନକୀ ମଣ୍ଡଳ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ମାତ୍ର ଦିନ ୧୦ଟା ପର୍ଯ୍ୟନ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ଥିବାରୁ ଉକ୍ତ କେନ୍ଦ୍ରର ଦାୟିତ୍ୱରେ ଥିବା କର୍ମୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଆମେ ଅନଶନରେ ଅଛୁ କେନ୍ଦ୍ର ଖୋଲିବୁନି କି କାହାକୁ ଚାବି ଦେଇପାରିବୁ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ। ଏଥିନେଇ ମମତା ଦିବସ ଅଙ୍ଗନଓ୍ବାଡି କେନ୍ଦ୍ରର ବାରଣ୍ଡାରେ ଅନୁଷ୍ଠିତ ହୋଇଥିଲା। ମାତ୍ର ସମସ୍ତ ସାମଗ୍ରୀ ଅଙ୍ଗନଓ୍ବାଡି କେନ୍ଦ୍ରରେ ଥିବା କାରଣରୁ ଆସିଥିବା ମହିଳା ଏବଂ ଶିଶୁ ଫେରିଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ମମତା ଦିବସରେ ଚିକିତ୍ସା ହେବାକୁ ଆସୁଥିବା ମାତୃ ଏବଂ ଶିଶୁଙ୍କ ଚିକିତ୍ସା ଓ ଓଜନ ଯନ୍ତ୍ର ବନ୍ଦ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ଥିବାରୁ ଆସିଥିବା ମାତୃ ଏବଂ ଶିଶୁଘରକୁ ଫେରିଗଲେ ବୋଲି ଶିଳାପୋଖରୀ ଗ୍ରାମର ଆଶାକ୍ରମୀ କହିଛନ୍ତି। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏନେଇ ସୁପରଭାଇଜର ରାଜନୀ ରାଉଳଙ୍କୁ ପଚାରିବାରୁ ମମତା ଦିବସ କାର୍ଯ୍ୟକ୍ରମ ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିବା ଅନଶନ ସହ ଏହାର କିଛି ଯାଏ ଆସ ନାହଁି। ସେ କାହିଁକି ଖୋଲି ନାହାନ୍ତି ମୁଁ ପଚାରି ବୁଝିବି ବୋଲି ସୁପରଭାଇଜର ରାଜନୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri