Posted inଖେଳ

ମେସିଙ୍କ ସ୍ବପ୍ନ ଭାଙ୍ଗିବା ଲକ୍ଷ୍ୟରେ କ୍ରୋଏସିଆ

ଅଲ ଖୋର,୧୩ା୧୨: କ୍ୱାର୍ଟର ଫାଇନାଲରେ ବ୍ରାଜିଲ ସୁପର ଷ୍ଟାର ନେମାରଙ୍କ ବିଶ୍ୱକପ୍‌ ସ୍ବପ୍ନକୁ ଶେଷ କରିବା ପରେ ଆଉ ଏକ ବିପର୍ଯ୍ୟୟ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି କ୍ରୋଏସିଆ। ଚଳିତ ବିଶ୍ୱକପ୍‌ରେ ବିପର୍ଯ୍ୟୟ ପରେ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରଥମେ ନେମାର ଓ ପରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଆଖିରୁ ପରାଜୟ ପରେ ଲୁହ ଝରିଛି। ଲିଓନେଲ ମେସିଙ୍କର ଏହା ଶେଷ ବିଶ୍ୱକପ୍‌ ହୋଇଥିବା ବେଳେ ତାଙ୍କ ସ୍ବପ୍ନ ଭାଙ୍ଗିବା ଲକ୍ଷ୍ୟରେ ରହିଛି ୨୦୧୮ ସଂସ୍କରଣର ରନର୍ସ ଅପ୍‌ ଦଳ। ମେସି ଓ ବିଶ୍ୱକପ୍‌ ମଧ୍ୟରେ ରହିଥିବା ରାସ୍ତାରେ ପ୍ରତିବନ୍ଧକ ସାଜିବାକୁ ଯାଉଛି ଦଳ। ଏହାସହିତ ୨୦୧୮ ପରେ ଦ୍ୱିତୀୟ ଥର ଫାଇନାଲ ଖେଳିବା ଲକ୍ଷ୍ୟରେ ରହିଛି କ୍ରୋଏସିଆ। ଆମେ କୌଣସି ଦଳକୁ ଭୟ ନ କରି ଆମ ଖେଳ ଉପରେ ଧ୍ୟାନକେନ୍ଦ୍ରିତ କରିବା ଉଚିତ ବୋଲି କ୍ରୋଏସିଆ ଡିଫେଣ୍ଡର ଜୋସିପ୍‌ ଜୁରାନୋଭିକ୍‌ ସୂଚନା ଦେଇଛନ୍ତି। ଏକତ୍ରିତ ହୋଇ ଖେଳିବା ଆମର ଶକ୍ତି। ଦଳ ଭାବରେ ନୁହେଁ ବରଂ ପରିବାର ଭାବେ ଖେଳି ଆମେ ଏହି ସଫଳତା ହାସଲ କରିଛୁ ବୋଲି ସେ କହିଛନ୍ତି। ଚଳିତ ବିଶ୍ୱକପ୍‌ରେ ମେସି ନିଜ ପ୍ରଦର୍ଶନ ଜରିଆରେ ଉଦାହରଣ ସୃଷ୍ଟି କରିଛନ୍ତି। ୫ ମ୍ୟାଚ୍‌ରୁ ୪ ଗୋଲ ସ୍କୋର କରିଥିବା ବେଳେ କ୍ୱାର୍ଟର ଫାଇନାଲରେ ନାହୁଏଲ ମୋଲିନାଙ୍କୁ କରିଥିବା ଆସିଷ୍ଟ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳ ରହିଥିଲା। ୭ଥର ବାଲନ୍‌ ଡି’ଅର ହାସଲ କରିଥିବା ମେସି ବର୍ତ୍ତମାନ ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ରହିଛନ୍ତି। ମେସିଙ୍କ ଫର୍ମ କାରଣରୁ ଆର୍ଜେଣ୍ଟିନା ୧୯୮୬ ପରେ ପ୍ରଥମ ଟାଇଟଲ ହାସଲ କରିବାକୁ ଚାହୁଁଛି। ଶେଷଥର ପାଇଁ ୨୦୧୪ରେ ଦଳ ଫାଇନାଲ ପ୍ରବେଶ କରିଥିଲେ ହେଁ ଜର୍ମାନୀ ନିକଟରୁ ୧-୦ରେ ପରାଜିତ ହୋଇଥିଲା। ଲୁସେଲ ଷ୍ଟାଡିୟମରେ ହେବାକୁଥିବା ମ୍ୟାଚ୍‌ ପୂର୍ବରୁ କ୍ରୋଏସିଆ ଦଳ ବେଶ୍‌ ଶାନ୍ତ ଜଣାପଡୁଛି। ମେସିଙ୍କୁ ରୋକିବା ପାଇଁ ଦଳ କୌଣସି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରି ନ ଥିବା କହିଛନ୍ତି ଷ୍ଟ୍ରାଇକର ବ୍ରୁନୋ ପେଟକୋଭିକ୍‌। କୌଣସି ଖେଳାଳିଙ୍କୁ ରୋକିବା ଅପେକ୍ଷା ଦଳକୁ ରୋକିବା ଉପରେ ଆମେ ଧ୍ୟାନ ଦେଉ ବୋଲି ସେ କହିଛନ୍ତି। ଆର୍ଜେଣ୍ଟିନା କେବଳ ମେସି ନୁହନ୍ତି, ତେଣୁ ଜଣେ ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କରିବା ଅସମ୍ଭବ। ମିଡ୍‌ଫିଲ୍ଡର ଲୁକା ମୋଡ୍ରିକ୍‌ କ୍ରୋଏସିଆର ଅନ୍ୟତମ ଶ୍ରେଷ୍ଠ ଖେଳାଳି। କ୍ରୋଏସିଆ କୋଚ୍‌ ଜ୍ଲାଟିକୋ ଡାଲିକ ବ୍ରାଜିଲ ବିପକ୍ଷ ବିଜୟ ପରେ ଦଳର ମିଡ୍‌ଫିଲ୍ଡକୁ ବିଶ୍ୱର ଶ୍ରେଷ୍ଠ ବୋଲି କହିଛନ୍ତି। ମାଟେଓ କୋଭାସିକ୍‌, ଲୁକା ମୋଡ୍ରିକ୍‌ ଏବଂ ମାର୍ସେଲୋ ବ୍ରୋଜୋଭିକ୍‌ଙ୍କ ଯୋଡ଼ି ବିଶ୍ୱର ଶ୍ରେଷ୍ଠ। ଏହି ଖେଳାଳିଙ୍କ ପାଖରେ ବଲ୍‌ ରହିଲେ ତାହା ବ୍ୟାଙ୍କରେ ଥିବା ପଇସାଠାରୁ ମଧ୍ୟ ଅଧିକ ସୁରକ୍ଷିତ ବୋଲି ସେ କହିଛନ୍ତି।
ମେସି ବନାମ ମୋଡ୍ରିକ୍‌: ଉଭୟ ଦଳର ଦୁଇ ଭେଟେରାନ ଖେଳାଳି ଲିଓନେଲ ମେସି ଓ ଲୁକା ମୋଡ୍ରିକ୍‌ଙ୍କ ପାଇଁ ଏହା ଶେଷ ବିଶ୍ୱକପ୍‌। ଉଭୟ ଖେଳାଳି ବିଶ୍ୱକପ୍‌ ଟ୍ରଫି ସହିତ ନିଜ କ୍ୟାରିୟର ଶେଷ କରିବାକୁ ଚାହିଁବେ। ଡିଏଗୋ ମାରାଡୋନାଙ୍କ ପରେ ମେସି ନିଜ ପ୍ରଦର୍ଶନ ବଳରେ ହିଁ ଆର୍ଜେଣ୍ଟିନାକୁ ସେମି ଫାଇନାଲରେ ପହଞ୍ଚାଇଛନ୍ତି। ତେବେ ମାତ୍ର ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର କ୍ରୋଏସିଆ ଏହାର ରାସ୍ତାରେ ରହିଛି। ବିଗତ କିଛି ବର୍ଷ ମଧ୍ୟରେ ଏକ ଶକ୍ତିଶାଳୀ ଦଳ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଦଳ ପାଖରେ ବିଶ୍ୱ ଫୁଟ୍‌ବଲର ଶ୍ରେଷ୍ଠ ମିଡ୍‌ଫିଲ୍ଡର ଲୁକା ମୋଡ୍ରିକ୍‌ ରହିଛନ୍ତି। ଆର୍ଜେଣ୍ଟିନା ୨୦୧୪ ଓ କ୍ରୋଏସିଆ ୨୦୧୮ରେ ରନର୍ସଅପ୍‌ ରହିଥିଲେ। ଚଳିତ ବିଶ୍ୱକପ୍‌ ପୂର୍ବରୁ ଆର୍ଜେଣ୍ଟିନାକୁ ଅନ୍ୟତମ ଟାଇଟଲ ଫେଭରାଇଟ୍‌ ଭାବରେ ବିବେଚନା କରାଯାଉଥିଲା। କୋପା ଆମେରିକା ଚାମ୍ପିୟନ ଆର୍ଜେଣ୍ଟିନା କ୍ରମାଗତ ୩୬ ବିଜୟ ସହ ଟୁର୍ନାମେଣ୍ଟରେ ପ୍ରବେଶ କରିଥିଲେ ମଧ୍ୟ ସାଉଦି ଆରବ ବିପକ୍ଷ ମ୍ୟାଚ୍‌ରେ ପରାଜିତ ହୋଇଥିଲା। ଏହି ପରାଜୟ ପରେ ଦଳ ମେସିଙ୍କ ନେତୃତ୍ୱରେ ନିୟମିତ ଭଲ ପ୍ରଦର୍ଶନ କରିଆସିଛି। ଅନ୍ୟପକ୍ଷରେ ମେସି ମଧ୍ୟ ବ୍ୟକ୍ତିଗତ ଭାବେ ଖୁବ୍‌ ଭଲ ପ୍ରଦର୍ଶନ କରୁଛନ୍ତି। ପିଏସ୍‌ଜି ଷ୍ଟ୍ରାଇକର ମେସି ବର୍ତ୍ତମାନ ସୁଦ୍ଧା ୪ ଗୋଲ କରିଥିବା ବେଳେ କେବଳ ଏମ୍‌ବାପେଙ୍କ ପଛକୁ ରହିଛନ୍ତି। ମେସିଙ୍କ ପରି କ୍ରୋଏସିଆର ଲୁକା ମୋଡ୍ରିକ୍‌ ମଧ୍ୟ ନିଜର ଶେଷ ବିଶ୍ୱକପ୍‌ ଖେଳୁଛନ୍ତି। ଗୋଟିଏ ବି ଗୋଲ କିମ୍ବା ଆସିଷ୍ଟ କରି ନ ଥିଲେ ମଧ୍ୟ ମିଡ୍‌ଫିଲ୍ଡରେ ମୋଡ୍ରିକ୍‌ଙ୍କ ଯାଦୁ ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦିଏ। ରାଉଣ୍ଡ ଅଫ୍‌ ୧୬ରେ ଜାପାନ ଓ କ୍ୱାର୍ଟରରେ ବ୍ରାଜିଲକୁ ଏକ୍ସଟ୍ରା ଟାଇମରେ ପରାସ୍ତ କରିଥିଲା ଦଳ। ତେବେ ଜାପାନ ଅପେକ୍ଷା ବ୍ରାଜିଲ ବିପକ୍ଷରେ ବିଜୟ ବେଶ୍‌ ଚମତ୍କାର ରହିଥିଲା। ୨୦୧୮ରେ କ୍ରୋଏସିଆର ସମସ୍ତ ନକ୍‌ଆଉଟ୍‌ ମ୍ୟାଚ୍‌ ଏକ୍ସଟ୍ରା ଟାଇମ୍‌କୁ ଯାଇଥିଲା। ମିଡ୍‌ଫିଲ୍ଡରେ ମୋଡ୍ରିକ୍‌ ଚମତ୍କାର ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri