ନୂଆ କଂକ୍ରିଟ୍‌ ରାସ୍ତା ଫଟାଇ ମରାମତି

ଯାଜପୁର ଅଫିସ,୨ା୧୨:ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ପୌର ପରିଷଦରେ ସର୍ବାଧିକ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଓ କର୍ମଚାରୀଙ୍କ ରାଜୁତି ଚାଲିଥିବା ଅଭିଯୋଗ ହେଉଛି। କେବଳ ପରିମଳ ବ୍ୟବସ୍ଥା ନୁହେଁ ଯନ୍ତ୍ରୀ ବିଭାଗରେ ଉନ୍ନୟନ କାର୍ଯ୍ୟରେ ଆବଣ୍ଟିତ ଅନୁଦାନକୁ ମଧ୍ୟ ଏଠାରେ ମିଳିମିଶି ହରିଲୁଟ କରାଯାଉଛି। କେତେଜଣ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ, ଅଧିକାରୀ ଓ କର୍ମଚାରୀଙ୍କୁ ସ୍ଥାନୀୟ ପ୍ରଭାବଶାଳୀ ନେତାମାନେ ବି ସୁରକ୍ଷା ଯୋଗାଇ ଦେଉଥିବାରୁ ଦୁର୍ନୀତି ଆହୁରି ବଢି ବଢି ଚାଲିଛି। ଫଳରେ ରାସ୍ତାଘାଟ ନିର୍ମାଣର ସ୍ଥାୟିତ୍ୱ ୨ ମାସ ନ ପୁରୁଣୁ ଦୁଇ ଫାଳ ହେଉଥିବା ଦେଖିବାକୁ ମିଳିଛି। ଏଠାରେ ଗୋଶାଳା ଛକ ଠାରୁ ମହତାବନଗର ରାସ୍ତାକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ମର୍ମରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଗୁରୁବାର ଉକ୍ତ ରାସ୍ତାରେ ପୁଣି ମରାମତି କାମ ଆରମ୍ଭ ହୋଇଛି। ହେଲେ ପୂର୍ବରୁ ଯେତେ ଥର ମରାମତି କରାଯାଇଥିଲେ ହେଁ ଫାଟ କମିବା ପରିବର୍ତ୍ତେ ପୁଣି ତାହା ଓସରିଆ ହେବାକୁ ଲାଗିଛି। ଏହାସହ ବିଭିନ୍ନ ଡ୍ରେନେଜ, ସିମେଣ୍ଟ ଇଟା ରାସ୍ତା ଆଦି କଂକ୍ରିଟକରଣ କାମରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଏଥିପାଇଁ ପୌରାଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ତେଜିଥିଲା ା ଶେଷରେ ଫାଇଲ ଫିଙ୍ଗା ପର୍ଯ୍ୟନ୍ତ କଥା ଯାଇଥିଲା ା ଯାହାର ଭିଡିଓ ଭାଇରାଲ ହୋଇ ସାରା ରାଜ୍ୟରେ ବ୍ୟାସନଗର ପୌର ପରିଷଦ ନିନ୍ଦିତ ହୋଇ ସାରିଛି । ତେଣୁ ବିିଭିନ୍ନ ସଙ୍ଗଠନ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଥିଲେ ମଧ୍ୟ ତାହାକୁ ଚପାଇ ଦିଆଯାଇଥିବା ମତପ୍ରକାଶ ପାଇଛି।
ପ୍ରଶାସନରେ ସ୍ବଚ୍ଛତା ଏବଂ ପିସି ରାଜରର ଅବସାନ ପାଇଁ ରାଜ୍ୟ ସରକାର ସ୍ଲୋଗାନ ଦେଇଛନ୍ତି ା ହେଲେ ଏହାର ବିପରୀତ ଦୃଶ୍ୟ ଯାଜପୁର ଜିଲା ବ୍ୟାସନଗର ପୌରପରିଷଦରେ ଦେଖିବାକୁ ମିଳୁଛି ା ବିନା ପରସେଣ୍ଟ(ପିସି)ରେ ଫାଇଲ ଏଠାରେ ଘୁଞ୍ଚେ ନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ା କହିବାକୁ ଗଲେ ପିସି ରାଜରେ ସହରବାସୀ ବହୁଳଭାବେ ପ୍ରଭାବିତ ହେଉଛନ୍ତି ା ଏଠାରେ କେବଳ ପରିମଳ ସେବା ପାଇଁ ମାସିକ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାରୁ ପିସି ଆକାରରେ ନିରୂପିତ ଅର୍ଥ ଭାବେ ସିଂହଭାଗ ଅର୍ଥ ବାଟମାରଣା ହୋଇଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ା ସେହିପରି ଉନ୍ନୟନ କାର୍ଯ୍ୟରେ ମଧ୍ୟ ପିିସି ରାଜ ବିକାଶରେ ଅନ୍ତରାୟ ସୃଷ୍ଟି କରିଛି ବୋଲି ବହୁ ସଚେତନ ନାଗରିକ କହିଛନ୍ତି ା ପ୍ରାୟ ପ୍ରତ୍ୟେକ ପ୍ରକଳ୍ପରେ କେତେଜଣ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଜନ ପ୍ରତିନିଧି ପିସି ନେଉଛନ୍ତି ା ଏଭଳି ସ୍ଥିତିରେ ସଂପୃକ୍ତ ଯନ୍ତ୍ରୀମାନେ ଠିକାଦାରଙ୍କୁ ତାଗିଦ କରିବାକୁ ସାହାସ ଜୁଟାଇ ପାରୁନାହାନ୍ତି। ସୂଚନା ଅନୁଯାୟୀ, ୨୫ ନଂ. ୱାର୍ଡ ଗୋଶାଳା ଛକଠାରୁ ମହତାବନଗର ରାସ୍ତା ନିର୍ମାଣ ପାଇଁ ୨୦୨୦-୨୧ରେ ୮ ଲକ୍ଷ ୨୫ ହଜାର ୫୦୦ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଗତ ଜୁନ ମାସରେ ଏହି କଂକ୍ରିଟ କାମ ଶେଷ ହୋଇଥିଲା। ହେଲେ ରାସ୍ତା ନିର୍ମାଣ ପୂର୍ବରୁ ଯନ୍ତ୍ରୀଙ୍କ ଏଷ୍ଟିମେଟରେ ତ୍ରୁଟି ଏବଂ ନିମ୍ନମାନର କାର୍ଯ୍ୟ କାରଣରୁ ରାସ୍ତା ମଝିରେ ଫାଟ ସୃଷ୍ଟି ହୋଇଛି। ଆଉ କିଛି ଦିନ ପରେ ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ଗମନାଗମନ ଅନୁପଯୋଗୀ ହୋଇଯିବ ବୋଲି ସ୍ପଷ୍ଟ ଭାବେ ଜଣାପଡୁଛି ା ସେହିପରି ପ୍ଲଟ ଚୂନଭାଟି ଆଦିବାସୀ ସାହିରେ ନିର୍ମିତ ଫେବର ରାସ୍ତାର ୱାଲ ମାସକ ମଧ୍ୟରେ ଭାଙ୍ଗି ଯାଇ ଚୂନା ହେବାକୁ ବସିଛି। ସହରରେ ଏଭଳି ଅନେକ ରାସ୍ତା ପିସି ରାଜ ପାଇଁ ଲୋକଙ୍କ କାମରେ ଲାଗି ପାରୁନାହିଁ ବୋଲି ମତପ୍ରକାଶ ପାଇଛି। ଏନେଇ ବିଭିନ୍ନସ୍ତରରେ ଅଭିଯୋଗ ହେବା ପରେ କଂକ୍ରିଟ ରାସ୍ତାକୁ ଭାଙ୍ଗି ପୁଣି ମରାମତି କରାଯାଉଛି। ସେଠାରେ ଲୁହା ରଡ ଲଗାଇ ପୁଣି କଂକ୍ରିଟ କରଣ କରାଗଲେ ରାସ୍ତା ସୁଦୃଢ ହେବ ବୋଲି ଠିକାଦାର କହୁଛନ୍ତି। ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ବିକ୍ରମ ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ନିର୍ମାଣାଧୀନ ପ୍ରକଳ୍ପଗୁଡିକର ନିୟମିତ ଭାବେ ତଦାରଖ କରାଯାଉଛି। ଯେଉଁଠି ଅଟକଳ ଅନୁସାରେ କାମ ହେଉନି ସେଠାରେ ଆବଶ୍ୟକ ପରାମର୍ଶ ଦିଆଯାଉଛି। କୌଣସି କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri