ପିଲାଙ୍କୁ ଭିନ୍ନ ଶିକ୍ଷା ନ ଦେବା ଭବିଷ୍ୟତ ପାଇଁ ଅପରାଧ

କଟକ ଅଫିସ,୨୭ା୧୧: କଳାପ୍ରେମୀମାନେ ହିଁ ସେମାନଙ୍କ ପିଲାଙ୍କୁ କିଛି ନୂଆ ଶିଖାଇବାକୁ ଚାହାନ୍ତି। ଆମ ଶିକ୍ଷା ବ୍ୟବସ୍ଥା ଯେଭଳି ରହିଛିି ତାହା ସହ ପିଲାଙ୍କୁ ତାଙ୍କ ଜୀବନରେ ଭିନ୍ନ ସ୍ବାଦ ନ ଦେବା ତାହା ଭବିଷ୍ୟତର ସମାଜ ପାଇଁ ଏକ ବଡ଼ ଅପରାଧ ହେବ। ଯେଉଁ ମାତାପିତା ନିଜ ପିଲାଙ୍କୁ କଳା ସମ୍ପର୍କରେ ଜାଣିବାକୁ ସୁଯୋଗ ଦେଉଛନ୍ତି, ଜଗନ୍ନାଥ ତାଙ୍କୁ ଆଶୀର୍ବାଦ କରିବେ ବୋଲି ଗୁଞ୍ଜନ ନୃତ୍ୟ ଓ ସଙ୍ଗୀତ ଉତ୍ସବର ଶନିବାର ୨ୟ ସନ୍ଧ୍ୟାରେ ଯୋଗଦେଇ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଶହୀଦ ଭବନରେ ଆୟୋଜିତ ଉତ୍ସବରେ ସତପଥୀ ଅତିଥିଭାବେ ଯୋଗଦେଇ କହିଥିଲେ, ଆଜି ଆମେ ଯାହା କରୁଛୁ ତାହାର ପ୍ରଭାବ ୫୦ କିମ୍ବା ୧୦୦ ବର୍ଷ ପରେ ପଡ଼ିବ। ସର୍ବଦା ଆମେ ଇତିହାସକୁ ଦୋଷ ଦେଇଥାଉ। ହେଲେ ଇତିହାସ ବାବର, ଲାଲ୍‌କିଲା କିମ୍ବା ଅନ୍ୟ କୌଣସିରେ ସୀମିତ ନୁହେଁ। ଆଜି ଆମେ ଯାହା କରୁଛୁ ଆମର ପ୍ରତ୍ୟେକଟି କାର୍ଯ୍ୟରେ ଇତିହାସ ରଚୁଛେ। ୫ଶହ ବର୍ଷ ପରେ ଯେତେବେଳେ ଯୁବପିଢି ଆମକୁ ବୁଲି ଚାହିଁବେ କି ଆମେ କ’ଣ କରିଥିଲୁ, ସେତେବେଳେ ସେମାନେ ଆମ ମାନଙ୍କୁ ପରଖିବେ। ଉକ୍ତ କଥାକୁ ମନରେ ରଖି ଚାଲିବା ସହ ଏକଜୁଟ ଏବଂ ଏକାଠି ହେବା। ଭାରତବର୍ଷରେ ନୂଆ ଢଙ୍ଗର ସମାଜ ଗଠନ କରିବା ଏବଂ ସେ ଦିଗରେ ପିଲାଙ୍କୁ କିଛି ନୂଆ ଶିଖାଇବା ବୋଲି ତଥାଗତ କହିଥିଲେ। ଏହି ଅବସରରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସ ଯୋଗଦେଇ ଓଡ଼ିଶୀନୃତ୍ୟ ଓ ସଙ୍ଗୀତର ଭଲ ଦିନ ଆସୁଛି। ଓଡ଼ିଶାର ଯେଉଁ କଳା ରହିଛି ତାହାର ସ୍ବାଦ ସମସ୍ତେ ଚାଖିବା ଆବଶ୍ୟକ। ପାଶ୍ଚାତ୍ୟ ସଂସ୍କୃତିରୁ ଅଧିକ ପ୍ରଭାବିତ ନ ହୋଇ ନିଜ କଳା ସଂସ୍କୃତି ପ୍ରତି ଆଗ୍ରହ ପ୍ରକାଶ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସ୍ବାଗତ ଭାଷଣ ଗୁରୁ ମୀରା ଦାସ ଦେଇଥିବାବେଳେ ମୃତ୍ୟୁଞ୍ଜୟ ନାଥ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଗାୟତ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସନ୍ଧ୍ୟାର ବିଶେଷ ଆକର୍ଷଣ ଭାବରେ ମୁମ୍ବାଇରୁ ଆସିଥିବା ପ୍ରସିଦ୍ଧ ବାଦକ ଜୟନ୍ତ ପଟ୍ଟନାୟକ ଶାସ୍ତ୍ରୀୟ ସଙ୍ଗୀତ ବ୍ୟାଣ୍ଡ ଆସର ଜମାଇଥିଲେ। ଏହାପରେ ଗୁଞ୍ଜନ ପକ୍ଷରୁ ସ୍ବପ୍ନା ଦତ୍ତ ଶ୍ରୀ ଗଣେଶ ଏକକ ନୃତ୍ୟ ପରିବେଷଣ କରିଥିଲେ ା ସ୍ବର୍ଣ୍ଣମୟୀ ବେହେରା ଓ ସ୍ବୀକୃତି ଦାସ ନୃତ୍ୟ କରିବା ପରେ କଲିକତାର ଗୁରୁ ଆଲୋକା କାନୁନ୍‌ଗୋ ଏବଂ ତାଙ୍କ ସାଥୀ ଓଡ଼ିଶା ନୃତ୍ୟ ପରିବେଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri