୨୦ପ୍ରଜାତିର ପକ୍ଷୀ ଚିହ୍ନଟ

ଯାଜପୁର ଅଫିସ/କାଳିଆପାଣି, ୨୫ା୧୧(ଡି.ଏନ.ଏ.): ଟାଟା ଷ୍ଟିଲ୍‌ ମାଇନିଂ ପକ୍ଷରୁ ଗ୍ରୋ ୱିଥ୍‌ ନେଚର୍‌ ସହଯୋଗରେ ବୁଧବାର ସୁକିନ୍ଦା କ୍ରୋମାଇଟ୍‌ ଖଣିରେ ଏକ ପକ୍ଷୀ ଦର୍ଶନ ଅଧିବେଶନ (ବାର୍ଡ ୱାଚିଂ ସେସନ୍‌) ଆୟୋଜନ କରାଯାଇଥିଲା। ଏଥିରେ ବିଶିଷ୍ଟ ପକ୍ଷୀ ବିଜ୍ଞାନୀ ଡକ୍ଟର ଜୁଷ୍ଟୁସ୍‌ ଜୋସୁଆ ଏବଂ ଗ୍ରୋ ୱିଥ୍‌ ନେଚର୍‌ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ତଥା ବନ୍ୟଜନ୍ତୁ ଓ ଜୀବଜଗତ ଗବେଷଣା ଜୀବବିଜ୍ଞାନୀ ମିସ୍‌ ଗାୟତ୍ରୀ ଦେବୀଙ୍କ ସହ ପକ୍ଷୀ ପ୍ରେମୀ ଭାବେ ପରିଚିତ ଏବଂ ଝାଡ଼ଖଣ୍ଡରେ ପକ୍ଷୀମାନଙ୍କ ଉପରେ ଏକ ପୁସ୍ତକ ରଚନା କରିଥିବା ଭାରତ ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ଡେପୁଟି ଡାଇରେକ୍ଟର ଜେନେରାଲ୍‌ (ଡିଡିଜି) ଏ.ଟି. ମିଶ ସାମିଲ ହୋଇଥିଲେ। ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା ଏବଂ ଟିଏସ୍‌ଏମ୍‌ଏଲ୍‌ର ଅନ୍ୟାନ୍ୟ ଅଧିକାରୀମାନେ ବଡ଼ ଉତ୍ସାହର ସହିତ ଏହି ଅଧିବେଶନରେ ସହଯୋଗ କରିଥିଲେ। ସ୍କୁଲ ଛାତ୍ରୀଛାତ୍ର ଏବଂ ପରିବାର ସଦସ୍ୟମାନଙ୍କ ସମେତ ପ୍ରାୟ ୫୦ ଅଂଶଗ୍ରହଣକାରୀ ଏହି ଅଧିବେଶନରେ ଭାଗ ନେଇଥିଲେ। ଡିଡିଜି ଏ.ଟି. ମିଶ୍ର କହିଥିଲେ ପକ୍ଷୀମାନେ ସର୍ବଦା ଅନୁପ୍ରାଣିତ କରିଛନ୍ତି। ସେମାନଙ୍କ ସହିତ ସମୟ ବିତାଇବାର କୌଣସି ସୁଯୋଗକୁ ସେ ହାତଛଡ଼ା କରନ୍ତି ନାହିଁ । କାଳିଆପାଣି ଅଞ୍ଚଳରେ ବହୁ ପକ୍ଷୀଙ୍କୁ ଦେଖିଥିବାରୁ ସେ ବହୁତ ଖୁସି ମନେ କରୁଛନ୍ତି। ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି,ପକ୍ଷୀ ହେଉଛନ୍ତି ଏକ ସୁସ୍ଥକର ପରିବେଶର ପ୍ରତୀକ। ପରିବେଶରେ ପକ୍ଷୀମାନଙ୍କ ଉଲ୍ଲେଖନୀୟ ଉପସ୍ଥିତିକୁ ଏହି ଅଧିବେଶନରେ ଦେଖିବାକୁ ମିଳିଥିଲା । ପ୍ରତିଥର ଆମେ ଆୟୋଜନ କରୁଥିବା ପକ୍ଷୀ ଦର୍ଶନ ଅଧିବେଶନ ସମସ୍ତଙ୍କ ପାଇଁ ଏକ ସୁଖଦ ଅନୁଭବ। ଡକ୍ଟର ଜୁଷ୍ଟୁସ୍‌ ଜୋସୁଆ କହିଛନ୍ତି, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ପକ୍ଷୀମାନଙ୍କୁ ଅଧିକ ଧ୍ୟାନ ଦେବା ଲାଗି ସେମାନଙ୍କ ସମ୍ପର୍କରେ ଉତ୍ତମ ସୂଚନା ସଂଗ୍ରହ କରିବା ଦରକାର । ଯାହା କେବଳ ସେମାନଙ୍କ ସଂରକ୍ଷଣ ପାଇଁ ନୁହେଁ ବରଂ ଜଳବାୟୁ ପରିବତ୍ତର୍ର୍ନ ସମସ୍ୟାକୁ ମୁକାବିଲା କରିବାରେ ସହାୟକ ହେବ। ଗାୟତ୍ରୀ ଦେବୀ କହିଛନ୍ତି, ପକ୍ଷୀମାନଙ୍କ ସହିତ ତାଙ୍କ ସ୍ବତନ୍ତ୍ର ସମ୍ପର୍କ ରହିଛି। ଏହି ଅଧିବେଶନରେ ସେମାନଙ୍କ ପାଇଁ ଅଭୁଲା ଅନୁଭବ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri