ଖୋଲିଲା କପା ମଣ୍ଡି: ସପ୍ତାହକୁ କିଣା ହେବ ୫ ଦିନ

କଣ୍ଟାବାଞ୍ଜି,୨୧ା।୧(ଡି.ଏନ.ଏ.): ବଲାଙ୍ଗୀର ଜିଲାପାଳ ଚଞ୍ଚଲ ରାଣା ସୋମବାର କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ମୁଖ୍ୟ ପ୍ରାଙ୍ଗଣରେ କପାମଣ୍ଡିର ଶୁଭ ଉଦ୍‌ଘାଟନ କରିଛନ୍ତି। ଏଠାରେ ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶୁକ୍ରବାର ଦିନ ମଣ୍ଡୀରେ କପା କ୍ରୟ କରାଯିବ। ଏହାସହିତ ଟିଟିଲାଗଡ଼ ଉପବଜାର ପ୍ରାଙ୍ଗଣରେ ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର କ୍ରୟ କରାଯିବ ବୋଲି ସୂଚନା ଦିଆଯାଇଥିଲା।

ଏହି ଅବସରରେ କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ଅଧୀନ ବିଭିନ୍ନ ମିଲର ମା’ ମଙ୍ଗଳା ଗିନିଙ୍ଗ ମିଲ, ଜୟ ଦୁର୍ଗା ଗିନିଙ୍ଗ ମିଲ, ଆଲିଶାନ ଗିନିଙ୍ଗ ମିଲ, ପ୍ରତିମା ଏଗ୍ରୋ ଏଣ୍ଡ ପେପର୍ସ କଟନ ପ୍ରାଇଭେଟ ଲିଃ, କଟନ କର୍ପୋରେଶନ ଅଫ ଇଣ୍ଡିଆର ମାଲିକ ଏବଂ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପରେ କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଜିଲାପାଳ କପା ବିକ୍ରୟ ଉପରେ ଚାଷୀ ଓ ମିଲରଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ସଭାରେ ସ୍ଥାନୀୟ ଆରଏମସି ସେକ୍ରେଟାରୀ ସରୋଜ କୁମାର ପ୍ରଧାନ, ଜିଲା ମୁଖ୍ୟ କୃଷି ଅଧିକାରୀ ବଲାଙ୍ଗୀର, ତୁରେକେଲା ବ୍ଲକ କୃଷି ଅଧିକାରୀ, ମୁରିବାହାଲ ବ୍ଲକ କୃଷି ଅଧିକାରୀଙ୍କ ସହ ଆରଏମସି ସୁପରଭାଇଜର ଶିବାନନ୍ଦ ଦାସ ଉପସ୍ଥିତ ଥିଲେ । ଚଳିତ ବର୍ଷ ସରକାରଙ୍କ ଦ୍ୱାରା ଏଫଏକ୍ୟୁ କପାର ମୂଲ୍ୟ ୬୩୮୦ଙ୍କା ଓ ୬୨୮୦ଙ୍କା ଧାର୍ଯ୍ୟ ହୋଇଛି। ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ ଖୋଲା ବଜାରରେ କୁଇଣ୍ଟାଲ ପିଛା ଦର ଅଧିକ ଥିବାରୁ ଚାଷୀ ମଣ୍ଡିକୁ କପା ନ ଆଣିବା ମୁଖ୍ୟ କାରଣ ବୋଲି ଚାଷୀମାନେ ବୈଠକରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri