ଗୁଜରାଟରେ ଭାଜପା ପାଇଁ ପ୍ରଚାର କରୁଛନ୍ତି ଓଡ଼ିଶା ଶ୍ରମମନ୍ତ୍ରୀ: କଂଗ୍ରେସ

ଭୁବନେଶ୍ବର, ୧୯।୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଫସଲବୀମା ଚାଷୀଙ୍କୁ ନ ମିଳିବା ନେଇ ବିଜେଡି ଓ ଭାଜପା ପରସ୍ପର ବିରୋଧରେ ଦୋଷ ଲଦାଲଦି ହେଉଛନ୍ତି। ହେଲେ ବାସ୍ତବ କଥା ସମ୍ପୂର୍ଣ୍ଣ ଓଲଟା। ରାଜ୍ୟରେ ୨ ଦଳ ପରସ୍ପର ବିରୋଧରେ ଲଢ଼େଇର ନାଟକ କରୁଥିବା ବେଳେ ଗୁଜରାଟ ପ୍ରଚାର କାର୍ଯ୍ୟରେ ବିଜେଡି ନିଜକୁ ନିୟୋଜିତ କରିଛି। ଏପଟେ ରାଜ୍ୟରେ କଳି, କିନ୍ତୁ ଗୁଜରାଟ ନିର୍ବାଚନରେ କୋଳାକୋଳି। ଓଡ଼ିଶାର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଗତ ୧୬ରୁ ଆସନ୍ତା ୨୪ ପର୍ଯ୍ୟନ୍ତ ଗୁଜରାଟ ଯାଇଛନ୍ତି। ଶ୍ରମମନ୍ତ୍ରୀ ଗୁଜରାଟରେ ଭାଜପା ପାଇଁ ଭୋଟ ପ୍ରଚାର କରୁଛନ୍ତି। ଗଞ୍ଜାମ ଜିଲାରୁ ଲକ୍ଷ ଲକ୍ଷ ଲୋକ ଗୁଜରାଟର ସୁରଟରେ ସୂତାକଳରେ କାମ କରୁଛନ୍ତି। ସେମାନଙ୍କ ଭୋଟକୁ ଭାଜପା ହାତେଇବା ପାଇଁ ପ୍ରଚାର କରୁଛନ୍ତି କି ବୋଲି କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ ପ୍ରଶ୍ନ କରିଛନ୍ତି। ତେଣୁ ଏ କଥାକୁ ଜନସାଧାରଣଙ୍କ ସମ୍ମୁଖରେ ସ୍ପଷ୍ଟ କରିବା ପାଇଁ ସେ ଦାବି କରିଛନ୍ତି।
କଂଗ୍ରେସ ଭବନରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପଞ୍ଚାନନ କହିଛନ୍ତି, ୨୦୨୧ରେ ରାଜ୍ୟର ୧୨ ଜିଲା ଏବଂ ୬୪ ବ୍ଲକରେ କୃଷକମାନଙ୍କ ମରୁଡ଼ିଜନିତ ଫସଲହାନି ଘଟିଥିଲା। ରାଜ୍ୟ ସରକାରଙ୍କ ପ୍ରଦତ୍ତ ନିୟମ ଅନୁସାରେ ୨୦୨୧ ଖରିଫଋତୁର ୨ ମାସରେ କୃଷକଙ୍କ କ୍ଷତି ଭରଣ କରାଯିବା କଥା। କ୍ଷୟକ୍ଷତି ଆକଳନ ହୋଇସାରିଲା ପରେ ମଧ୍ୟ ରାଜ୍ୟ ସରକାର କ୍ଷୟକ୍ଷତିର ଇନ୍‌ପୁଟ ସବ୍‌ସିଡି ବର୍ଷ ବର୍ଷ ଧରି ଦେଲେ ନାହିଁ। ଠିକ୍‌ ପଦ୍ମପୁର ଉପନିର୍ବାଚନର ତାରିଖ ଘୋଷଣା ହେବାପରେ ନବୀନ ସରକାର ୨୦୦ କୋଟି ଟଙ୍କାର ଇନ୍‌ପୁଟ ସବ୍‌ସିଡି ଘୋଷଣା କରିବା ଚାଷୀଙ୍କ ପ୍ରତି ତାଙ୍କର କେତେ ଦରଦ ଓ ସହାନୁଭୂତି ଅଛି ତାହା ସ୍ପଷ୍ଟ ଅନୁମେୟ। ପଦ୍ମପୁରର ଚାଷୀମାନେ ଦୀର୍ଘ ୧୪ ମାସ ଧରି ତାଙ୍କର କ୍ଷୟକ୍ଷତିର ଭରଣା ଏବଂ ପ୍ରାପ୍ୟ ବୀମା ରାଶି ପାଇବା ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି। ଏ କଥାକୁ ରାଜ୍ୟ ସରକାର ଭଲଭାବେ ଜାଣିଛନ୍ତି। କିନ୍ତୁ ପଦ୍ମପୁରର କୃଷକଙ୍କ ସମସ୍ୟାକୁ ସମାଧାନ କରିବାପାଇଁ କେବେ ତପତ୍ରତା ଦେଖାଇଲେ ନାହିଁ। ଅନୁରୂପ ଭାବେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ରାଜ୍ୟର ଚାଷୀମାନେ ବୀମାରାଶି ଭରଣ କରିଥିଲେ। କିନ୍ତୁ ୨୦୨୧ ଖରିଫ ସିଜନ୍‌ରେ ଚାଷୀଙ୍କ ଯେଉଁ କ୍ଷୟକ୍ଷତି ଘଟିଲା ତାକୁ ବୀମା କମ୍ପାନୀଗୁଡିକ ଭରଣା କରିବା ପରିବର୍ତ୍ତେ ବୀମା ଦାବିକୁ ଅଗ୍ରାହ୍ୟ କରିଦେଲେ। ଚାଷୀମାନେ ବୀମା କମ୍ପାନୀର ଏହି ଅନ୍ୟାୟ ବିରୋଧରେ ୧୪ ମାସ ଧରି ଆନ୍ଦୋଳନ କରି ଆସୁଛନ୍ତି। ରାଜ୍ୟରୁ ୩ ଜଣ ଟାଣୁଆ କେନ୍ଦ୍ରମନ୍ତ୍ରୀ ଏବଂ ବହୁ ଏମ୍‌ପି ଥିବା ସତ୍ତ୍ୱେ କେବେହେଲେ ଏ କଥାକୁ ନେଇ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପାଖରେ ଦାବି ଉପସ୍ଥାପନ କରି ନ ଥିଲେ। ଯଦି ପ୍ରକୃତରେ ବିଜେଡି ଓ ଭାଜପା ଚାଷୀଙ୍କ ସମସ୍ୟା ପାଇଁ ସାମାନ୍ୟ ଭାବେ ଚିନ୍ତିତ ଥାଆନ୍ତେ ତେବେ ୧୪ ମାସ ଆନ୍ଦୋଳନ ହୋଇ ନ ଥାନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri