ସାଧୁତା, ସଚ୍ଚୋଟତାର ସହ ଦାୟିତ୍ୱ ପାଳନ କର: ଡିଜିପି

କଟକ ଅଫିସ,୮ା୧୧:ଜନସାଧାରଣଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ପ୍ରଦାନ କରିବା ପୋଲିସର ପ୍ରାଥମିକ କର୍ତ୍ତବ୍ୟ। ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ସାଧୁତା ଓ ସଚ୍ଚୋଟତାର ସହ ପାଳନ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ କୁମାର ବଂଶଲ ଆହ୍ବାନ ଦେଇଛନ୍ତି।
ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୋଲିସ୍‌ ଏକାଡେମୀଠାରେ ସୋମବାର ଆୟୋଜିତ ୬ଷ୍ଠ ବ୍ୟାଚ୍‌ ଡିଏସ୍‌ପି ପ୍ରୋବେଶନର୍‌ଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଡିଜିପି ବଂଶଲ ଯୋଗଦେଇ ୧୩ ଜଣ ଡିଏସ୍‌ପି ପ୍ରୋବେଶନର୍‌ଙ୍କୁ ସ୍ବାଗତ ଓ ଅଭିନନ୍ଦନ ଜଣାଇ କହିଥିଲେ, ପୋଲିସ୍‌ ପ୍ରତି ସାଧାରଣ ଲୋକଙ୍କ ଆଶା ଓ ଆକାଂକ୍ଷା ସବୁବେଳେ ରହିଥାଏ। ତେଣୁ ପୋଲିସ କର୍ମଚାରୀମାନେ କାର୍ଯ୍ୟକ୍ଷେତ୍ରରେ ସାଧୁ, ନିରପେକ୍ଷ ଏବଂ ନ୍ୟାୟବାଦୀ ହେବା ଆବଶ୍ୟକ। ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ପ୍ରତି ସମ୍ବେଦନଶୀଳ ହେବା ସହ ସୁୁଚାରୁ ରୂପେ ଆଇନ୍‌ ପାଳନ କରିବା ଓ ସାଧାରଣ ଜନତାଙ୍କ ସୁରକ୍ଷା ନିମନ୍ତେ ନବନିଯୁକ୍ତ ଡିଏସ୍‌ପିମାନଙ୍କ ନିକଟରେ ଗୁରୁଦାୟିତ୍ୱ ରହିଛି। ଏହି ଦାୟିତ୍ୱକୁ ଠିକ୍‌ ଭାବେ ପାଳନ କରିବା ସହ ଆଗାମୀ ଦିନରେ ଓଡ଼ିଶା ପୋଲିସ୍‌ର ସୁନାମ ବଢ଼ାଇବାକୁ ଡିଜିପି ନବାଗତ ଡିଏସ୍‌ପିମାନଙ୍କୁ ଆହ୍ବାନ ଦେଇଥିଲେ। ସେହିପରି ପ୍ରତିଦିନ ପୋଲିସ୍‌ ସମ୍ମୁଖରେ ବିଭିନ୍ନ ଚ୍ୟାଲେଞ୍ଜ ରହିଥାଏ। ପ୍ରତିଟି କ୍ଷେତ୍ରରେ ଓ ପ୍ରତି ମୁହୂର୍ତ୍ତରେ ବିଭିନ୍ନ ଚ୍ୟାଲେଞ୍ଜକୁ ସଫଳତାର ସହ ପ୍ରତିହତ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ। ଅତୀତରେ ମାଓବାଦୀ ସମସ୍ୟାକୁ ଓଡ଼ିଶା ପୋଲିସ୍‌ ସଫଳତାର ସହ ମୁକାବିଲା କରିଛି। ତଥାପି ଚ୍ୟାଲେଞ୍ଜ ବାକି ରହିଛି। ଆଗାମୀ ଦିନରେ ଏହି ସମସ୍ୟାର ମୁକାବିଲା କରିବା ନିମନ୍ତେ ଗୁରୁ ଦାୟିତ୍ୱ ଅର୍ପଣ କରାଯିବ ବୋଲି ବୋଲି ଡିଜିପି କହିଛନ୍ତି। ନବନିଯୁକ୍ତ ଡିଏସ୍‌ପିମାନେ ୫-ଟି ନିୟମାବଳୀକୁ କାର୍ଯ୍ୟକ୍ଷେତ୍ରରେ ଠିକ୍‌ ଭାବେ ପାଳନ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି।
ଏହି ଅବସରରେ ପ୍ରୋବେଶନର୍‌ ଡିଏସ୍‌ପିମାନଙ୍କ ଦ୍ୱାରା ଚିତ୍ତାକର୍ଷକ ପରେଡ୍‌ ପ୍ରଦର୍ଶନ କରାଯାଇଥିଲା। ଟ୍ରେନିଂ ସମୟରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଡିଏସ୍‌ପି ପ୍ରୋବେଶନର୍‌ ସଚିନ୍‌ ପଟେଲ୍‌, ସୁବ୍ରତ କୁମାର, ଉପାସନା ପାଢ଼ୀ, ମୀନାକ୍ଷୀ ଠାକୁର ଏବଂ ରଶ୍ମିରଞ୍ଜନ ସେନାପତିଙ୍କୁ ଡିଜିପି ସମ୍ବର୍ଦ୍ଧିିତ କରିବା ସହ ୧୨ ଜଣଙ୍କୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଟ୍ରଫି ପ୍ରଦାନ କରିଥିଲେ। ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୋଲିସ୍‌ ଏକାଡେମୀର ନିର୍ଦ୍ଦେଶକ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ, ଆଇଜି ଏସ୍‌. ସାଇନିଙ୍କ ସମେତ ପୋଲିସ୍‌ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri